Advertisment

ମୁଖ୍ୟମନ୍ତ୍ରୀଙ୍କ 'କିରୋସିନି' ଚିଠିର ଉତ୍ତର ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ରେ ପ୍ରଭାବିତ ଲୋକଙ୍କ ପାଇଁ ୧୦୦୦ କିଲୋ ଲିଟର କିରୋସିନି ମାଗଣାରେ ଯୋଗାଇ ଦେବା ପାଇଁ ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ସେ ଏହାର ଉତ୍ତର ଦେଇଛନ୍ତି। ରାଜ୍ୟ ସରକାର ମାଗିଥିବା ୧୦୦୦ କିଲୋ ଲିଟର କିରୋସିନିର ମୂଲ୍ୟ ୩.୨ କୋଟି ଟଙ୍କା ହୋଇଥିବା ବେଳେ ଏହି ଅର୍ଥ ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ପିଏସ୍‌ୟୁ ବହନ କରିବ ବୋଲି […]

author-image
Sampad Mahapatra
ମୁଖ୍ୟମନ୍ତ୍ରୀଙ୍କ 'କିରୋସିନି' ଚିଠିର ଉତ୍ତର ଦେଲେ ଧର୍ମେନ୍ଦ୍ର

Dharmendra

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ରେ ପ୍ରଭାବିତ ଲୋକଙ୍କ ପାଇଁ ୧୦୦୦ କିଲୋ ଲିଟର କିରୋସିନି ମାଗଣାରେ ଯୋଗାଇ ଦେବା ପାଇଁ ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ସେ ଏହାର ଉତ୍ତର ଦେଇଛନ୍ତି।

Advertisment

ରାଜ୍ୟ ସରକାର ମାଗିଥିବା ୧୦୦୦ କିଲୋ ଲିଟର କିରୋସିନିର ମୂଲ୍ୟ ୩.୨ କୋଟି ଟଙ୍କା ହୋଇଥିବା ବେଳେ ଏହି ଅର୍ଥ ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ପିଏସ୍‌ୟୁ ବହନ କରିବ ବୋଲି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।

ସେ ଚିଠିରେ ଲେଖିଛନ୍ତି,“ଏହି ଅର୍ଥକୁ ଉକ୍ତ ପିଏସ୍‌ୟୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ କରିବ। ଏହାରି ମାଧ୍ୟମରେ ସରକାର ତାଙ୍କର ଆବଶ୍ୟକତା ପୂରଣ କରିପାରିବେ।”

Advertisment

ରାଜ୍ୟ ସରକାରଙ୍କ ପାଇଁ ୧୦୦୦ କିଲୋ ଲିଟର କିରୋସିନି ମହଜୁଦ ରଖାଯାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହା ସହିତ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯେପରି ଯଥେଷ୍ଟ ପରିମାଣର ପେଟ୍ରୋଲ୍‌, ଡିଜେଲ୍ ଓ ଏଲ୍‌ପିଜି ଯୋଗାଣ କରି ହେବ, ସେ ନେଇ ସୁନିଶ୍ଚିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଅବଗତ କରାଇଛନ୍ତି।