dead-1
ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ପଥର ଖଣି ଭିତରୁ ଅଖାରେ ବନ୍ଧା ଯାଇଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କାରାଯାଇଛି। କେହି ଦୁର୍ବତ୍ତ ଏହି ଯୁବକଙ୍କୁ ହତ୍ୟା କରି ଅଖାରେ ବାନ୍ଧି ଫିଙ୍ଗିଥିବା ସନ୍ଦେହ କରାଯାଉଛି। ଆଜି ସନ୍ଧ୍ୟାରେ ଟାଉନ ଥାନା ମଲ୍ଲୀପୁର ପଞ୍ଚାୟତ ନିଆଳ ଗାଁ ପଥର ଖଣି ଭିତରୁ ଏହି ଅଖାରେ ପଶିଥିବା ମୃତଦେହ ଉଦ୍ଧାର କରାଯାଇଛି।
ମୃତକଙ୍କ ପରିଚୟ ଜଣାପଡ଼ିନି। ସ୍ଥାନୀୟ ଲୋକେ ଖଣି ନିକଟକୁ ଶୌଚ ନିମନ୍ତେ ଯାଇଥିବା ବେଳେ ଅଖାରେ କିଛି ବନ୍ଧା ହୋଇ ପଡ଼ିଥିବା ଦେଖିଥିଲେ। ପାଖକୁ ଯିବାରୁ ଏହା ଭିତରୁ ପୋଚାଗନ୍ଧ ବାହାରିଥିଲା। କିଛି ଅଘଟଣ ଘଟିଥିବା ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/dead-1-1.jpg)