ସୁରକ୍ଷା ବଳୟ ଭାଙ୍ଗି ଶ୍ରୀମନ୍ଦିର ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିଲା ଗାଡ଼ି

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସୁରକ୍ଷା କରିଡର ମଧ୍ୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ସୁରକ୍ଷା ବଳୟ ଭାଙ୍ଗି ଏକ ଗାଡ଼ି ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିଥିଲା। ତେବେ ସମ୍ପୃକ୍ତ ଗାଡ଼ିରେ ଜଣେ ବ୍ୟକ୍ତି ସପରିବାରରେ ଆସି ୭୫ ମିଟର କରିଡର ମଧ୍ୟରେ ଗାଡି ପାର୍କ କରି ଦର୍ଶନ କରି ଫେରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀମାନେ ଏହା ଦେଖି ମଧ୍ୟ ଅଣଦେଖା କରିଦେଇଥିଲେ। ଅରୁଣ ସ୍ତମ୍ଭ ନିକଟକୁ ଭିଆଇପି ଓ ଭିଭିଆଇପି […]

Puri

Manoranjan Sial
  • Published: Tuesday, 22 June 2021
  • , Updated: 22 June 2021, 06:08 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସୁରକ୍ଷା କରିଡର ମଧ୍ୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ସୁରକ୍ଷା ବଳୟ ଭାଙ୍ଗି ଏକ ଗାଡ଼ି ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିଥିଲା। ତେବେ ସମ୍ପୃକ୍ତ ଗାଡ଼ିରେ ଜଣେ ବ୍ୟକ୍ତି ସପରିବାରରେ ଆସି ୭୫ ମିଟର କରିଡର ମଧ୍ୟରେ ଗାଡି ପାର୍କ କରି ଦର୍ଶନ କରି ଫେରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀମାନେ ଏହା ଦେଖି ମଧ୍ୟ ଅଣଦେଖା କରିଦେଇଥିଲେ।

ଅରୁଣ ସ୍ତମ୍ଭ ନିକଟକୁ ଭିଆଇପି ଓ ଭିଭିଆଇପି ଗାଡ଼ି ଆସୁ ନଥିବା ବେଳେ ଏହି ଗାଡିଟି କିଭଳି ପହଞ୍ଚିଲା, ତାହା ତଦନ୍ତ ସାପେକ୍ଷ। ୨୪ ତାରିଖରେ ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହା ସତ୍ତ୍ୱେ ଏକ ଗାଡ଼ି ସୁରକ୍ଷା ବଳୟ ଭାଙ୍ଗି ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିଛି। ଏହି ମାମଲା ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ ହେବ ବୋଲି ପୁରୀ ଏସ୍‌ପି କହିଛନ୍ତି।

Related story