Advertisment

IFGL କମ୍ପାନୀରେ ଶ୍ରମିକ ଅଶାନ୍ତି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା କଳୁଙ୍ଗା IDC ସ୍ଥିତ IFGL Refractories ଲିମିଟେଡ୍‌ରେ ଶ୍ରମିକ ଅଶାନ୍ତି ଦେଖାଦେଇଛି। ଲକ୍‌ଡାଉନ୍‌ ସମୟରେ କାମ କରୁଥିବା ଠିକା ଶ୍ରମିକମାନଙ୍କୁ କାରଖାନା କର୍ତ୍ତୃପକ୍ଷ ପୂରା ଦରମା ଦେଉ ନଥିବା ଅଭିଯୋଗ ହୋଇଛି। ଆଉ ସେଥିପାଇଁ ସେମାନେ ଗତକାଲିଠାରୁ କାରଖାନା ଗେଟ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି। ଲକ୍‌ଡାଉନ୍‌ ସମୟରେ କାମ କରୁଥିବା କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ପ୍ରତିଦିନ ଅତିରିକ୍ତ ଭତ୍ତା ଦେବାକୁ ମଧ୍ୟ ସେମାନେ ଦାବି କରିଛନ୍ତି। ଘଟଣାସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ୍ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
IFGL କମ୍ପାନୀରେ ଶ୍ରମିକ ଅଶାନ୍ତି

rkl

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା କଳୁଙ୍ଗା IDC ସ୍ଥିତ IFGL Refractories ଲିମିଟେଡ୍‌ରେ ଶ୍ରମିକ ଅଶାନ୍ତି ଦେଖାଦେଇଛି। ଲକ୍‌ଡାଉନ୍‌ ସମୟରେ କାମ କରୁଥିବା ଠିକା ଶ୍ରମିକମାନଙ୍କୁ କାରଖାନା କର୍ତ୍ତୃପକ୍ଷ ପୂରା ଦରମା ଦେଉ ନଥିବା ଅଭିଯୋଗ ହୋଇଛି। ଆଉ ସେଥିପାଇଁ ସେମାନେ ଗତକାଲିଠାରୁ କାରଖାନା ଗେଟ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି। ଲକ୍‌ଡାଉନ୍‌ ସମୟରେ କାମ କରୁଥିବା କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ପ୍ରତିଦିନ ଅତିରିକ୍ତ ଭତ୍ତା ଦେବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।

Advertisment

ଘଟଣାସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ୍ ପହଞ୍ଚି ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ। ଲକ୍‌ଡାଉନ୍ ସମୟରେ କାମ କରିଥିବା ଶ୍ରମିକ ମାନଙ୍କୁ ପୂରା ଟଙ୍କା ଦେବା ସହିତ ପ୍ରତିଦିନ କାମ କରୁଥିବା ଶ୍ରମିକଙ୍କୁ ଜଣ ପିଛା ୫୦ ଟଙ୍କା ଭତ୍ତା ଦେବାକୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ କାମକୁ ଆସିପାରୁ ନଥିବା ଶ୍ରମିକଙ୍କୁ ମଧ୍ୟ କମ୍ପାନୀ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆନ୍ଦୋଳନରତ ଶ୍ରମିକମାନେ ଦାବି କରିଛନ୍ତି ଓ ଧାରଣାରେ ବସିଛନ୍ତି।