Advertisment

ସାବଧାନ! ରାତିରେ ବୁଲୁଛନ୍ତି ପିଲାଚୋର, ଉଠାଇ ନେଉଛନ୍ତି ପିଲା

ସୋନପୁର (ଓଡ଼ିଶା ରିପୋର୍ଟର): ରାତିଅଧରେ ୪ ବର୍ଷର ଶିଶୁକୁ ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା ପିଲା ଚୋର। ପିଲାଟି କାନ୍ଦିବାରୁ ବାପା ମା’ଙ୍କ ନିନ୍ଦ ଭାଙ୍ଗି ଯାଇଥିଲା। ପିଲା ଚୋରକୁ କାବୁ କରି ନିର୍ଧୂମ ଛେଚିଥିଲେ ପରିବାର ଲୋକେ। ଏପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ନୁଆପାଲି ଗାଁରେ। ପୁଲିସ ପିଲା ଚୋର ଶିବ ଶଙ୍କର ଦାଶଙ୍କୁ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗାଁରେ […]

ଅଦ୍ୟତନ ହୋଇଛି
ସାବଧାନ! ରାତିରେ ବୁଲୁଛନ୍ତି ପିଲାଚୋର, ଉଠାଇ ନେଉଛନ୍ତି ପିଲା

sonepur

Advertisment

ସୋନପୁର (ଓଡ଼ିଶା ରିପୋର୍ଟର): ରାତିଅଧରେ ୪ ବର୍ଷର ଶିଶୁକୁ ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା ପିଲା ଚୋର। ପିଲାଟି କାନ୍ଦିବାରୁ ବାପା ମା’ଙ୍କ ନିନ୍ଦ ଭାଙ୍ଗି ଯାଇଥିଲା। ପିଲା ଚୋରକୁ କାବୁ କରି ନିର୍ଧୂମ ଛେଚିଥିଲେ ପରିବାର ଲୋକେ। ଏପରି ଘଟଣା ଘଟିଛି ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ନୁଆପାଲି ଗାଁରେ। ପୁଲିସ ପିଲା ଚୋର ଶିବ ଶଙ୍କର ଦାଶଙ୍କୁ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗାଁରେ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ନୁଆପାଲି ଗାଁରେ ଭାଗିରଥୀ କର୍ଣ୍ଣ ଗରମ ହେଉଥିବାରୁ ଗତକାଲି ରାତିରେ ନିଜ ସ୍ତ୍ରୀ ଓ ଛୁଆଙ୍କ ସହ ଘର ଅଗଣାରେ ଶୋଇଥିଲେ। ପିଲାଚୋର ଶିବ ଶଙ୍କର ତାଙ୍କର ୪ ବର୍ଷର ପୁଅକୁ ନେଇ ପଳାଇଯିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ପିଲାଟି ଜୋରରେ କାନ୍ଦିଥିଲା। ପୁଅ କାନ୍ଦ ଶୁଣି ପରିବାର ଲୋକେ ଉଠି ପଡ଼ିଥିଲେ। ଶିବ ଶଙ୍କର ପିଲାଟିକୁ ନେଇ ପଳାଇ ଯାଉଥିବା ଦେଖିଥିଲେ। ଏହା ଦେଖିବା ପରେ ଉକ୍ତ ଯୁବକକୁ କାବୁ କରିଥିଲେ। ପରିବାର ଲୋକଙ୍କ ହୋହାଲ୍ଲା ଶୁଣି ଗ୍ରାମବାସୀ ଉଠିପଡ଼ିଥିଲେ। ପିଲାଚୋରଙ୍କୁ ଗଛରେ ବାନ୍ଧି ନିର୍ଧୂମ ଛେଚିଥିଲେ ଓ ସେ ଧରି ଆସିଥିବା ସ୍କୁଟିକୁ ଜବତ କରିଥିଲେ।

ଘଟଣାର କିଛି ସମୟ ପରେ ଏକ ସ୍କୁଟିରେ ଜଣେ ମହିଳା ଓ ଜଣେ ବ୍ୟକ୍ତି ଆସି ସେଠାରେ ପହଞ୍ଚି ଥିଲେ। ଗାଁ ଲୋକେ ମଧ୍ୟ ସେମାନଙ୍କୁ କାବୁ  କରିଥିଲେ। ଉକ୍ତ ମହିଳା ଜଣଙ୍କ ପିଲାଚୋର ଶିବଶଙ୍କରଙ୍କ ମା’ ବୋଲି ପରିଚୟ ଦେଇଥିଲେ। ହେଲେ ମହିଳା ଜଣଙ୍କ ପ୍ରକୃତରେ କିଏ ଜଣାପଡ଼ି ନାହିଁ। ଗ୍ରାମବାସୀ ୩ଜଣଙ୍କୁ ଧରି ପୁଲିସ ଜିମାରେ ଦେଇଥିଲେ। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏନେଇ ଭାଗିରଥୀ ମଧ୍ୟ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment
Child Trafficking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe