ମୋଦିଙ୍କ ରାସ୍ତାରେ ଯୋଗୀ: ଓଡ଼ିଶା ଆସିଲେ, ନବୀନଙ୍କ ବିରୋଧରେ ହାଲୁକେଇକି ଦି’ପଦ କହିଲେ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ବିଜେପିରେ ହିନ୍ଦୁତ୍ୱର ଚେହେରା କୁହାଯାଉଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଆସିଛନ୍ତି ଓଡ଼ିଶା ଗସ୍ତରେ। ଓଡ଼ିଶାରେ ନବୀନ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସେ ମୁହଁ ଖୋଲିବେ ବୋଲି ଖୁବ୍ ଯେଉଁ ଚର୍ଚ୍ଚା ହେଇଥିଲା ତାହା ଫସରଫାଟି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି, ଯୋଗୀ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତି ନରମ ଆଭିମୁଖ୍ୟ ଦେଖାଇଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଯୋଗୀ, ମାଆ ମାଣିକେଶ୍ୱରୀଙ୍କୁ ନମସ୍କାର କରି ଭାଷଣ ଆରମ୍ଭ […]

jogi

jogi

Rakesh Mallick
  • Published: Wednesday, 20 February 2019
  • Updated: 20 February 2019, 04:39 PM IST

Sports

Latest News

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ବିଜେପିରେ ହିନ୍ଦୁତ୍ୱର ଚେହେରା କୁହାଯାଉଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଆସିଛନ୍ତି ଓଡ଼ିଶା ଗସ୍ତରେ। ଓଡ଼ିଶାରେ ନବୀନ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସେ ମୁହଁ ଖୋଲିବେ ବୋଲି ଖୁବ୍ ଯେଉଁ ଚର୍ଚ୍ଚା ହେଇଥିଲା ତାହା ଫସରଫାଟି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି, ଯୋଗୀ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତି ନରମ ଆଭିମୁଖ୍ୟ ଦେଖାଇଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଯୋଗୀ, ମାଆ ମାଣିକେଶ୍ୱରୀଙ୍କୁ ନମସ୍କାର କରି ଭାଷଣ ଆରମ୍ଭ କରି କେବଳ କେନ୍ଦ୍ର ସରକାରଙ୍କ ଯୋଜନାର ଗୁଣ ଗାନ କରିଛନ୍ତି।

ସେ କହିଛନ୍ତି- “୨୦୨୨ ପୂର୍ବରୁ ସମଗ୍ର ଦେଶର ପ୍ରତ୍ୟେକ ଗରିବଙ୍କ ମୁଣ୍ଡ ଉପରେ ପକ୍କା ଛାତ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବର୍ତ୍ତମାନ ସେହି ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି। ହେଲେ ନବୀନ ପଟ୍ଟନାୟକଙ୍କ ସରକାର ଦୀର୍ଘ ୧୯ ବର୍ଷରେ ମାତ୍ର ୧୭ ଲକ୍ଷ ଗରିବଙ୍କୁ ଘର ଯୋଗାଇ ପାରିଛନ୍ତି। ମୁଁ ଗତ ଦୁଇବର୍ଷରେ ୨୦ ଲକ୍ଷ ଘର କରିପାରିଛି। ଆଜି ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଗାଉଛନ୍ତି ବୋଲି ଗାଇ ବୋଲୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଏହି ଚାଉଳ କିଲୋ ପ୍ରତି ୩୧ ଟଙ୍କାରେ କିଣାଯାଉଛି। ସେଥିରୁ ୨୯ ଟଙ୍କା କେନ୍ଦ୍ର ସରକାର ଦେଉଥିବା ବେଳେ ରାଜ୍ୟ ସରକାର ମାତ୍ର ଏକଟଙ୍କା ଦେଇ ବାଃହାଃ ନେଉଛନ୍ତି।”

ଯୋଗୀ କହିଛନ୍ତି- “ଆୟଷ୍ମାନ ଭାରତ ଯୋଜନାରେ ସମଗ୍ର ବିକାଶରେ ୫୦ କୋଟି ଲୋକ ଫାଇଦା ନେଉଛନ୍ତି। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିପାରୁଛି। ସେହିପରି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ଚାଷୀଙ୍କ ଖାତାକୁ କେନ୍ଦ୍ର ସରକାର ୬୦୦୦ ଟଙ୍କା ଲେଖାଏଁ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ଏହା ମାଧ୍ୟମରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ। ଚାଷୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିବ। ହେଲେ ରାଜ୍ୟ ସରକାର ଯେଉଁ ଯୋଜନା ଚଳାଉଛନ୍ତି, ସେଥିରେ ସ୍ଥାୟିତ୍ୱ ନାହିଁ। ଏହି ଯୋଜନା ଆରମ୍ଭରୁ ବିବାଦ ଭିତରେ ଫସିଗଲାଣି।”

ସେ କହିଛନ୍ତି- “୨୦ ବର୍ଷ ତଳେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ବିଷୟରେ ଶୁଣିବାକୁ ପାଇଥିଲି। ସେଥିପାଇଁ ଏଠାକୁ ଆସିବାକୁ ମନ କରୁଥିଲି। ଆଜି ଏହି ସୁଯୋଗ ମିଳିଥିବାରୁ ମୁଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଉଛି। ଏହି ଜିଲ୍ଲାରେ କଂଗ୍ରେସମୁକ୍ତ ଭାରତ ଗଠନ ପାଇଁ ରାଜ-ପରିବାର ସଂଗ୍ରାମ କରି ଏକ ନୂଆ ପରମ୍ପରା ସୃଷ୍ଟି କରିପାରିଛନ୍ତି। ସେଥିପାଇଁ ରାଜପରିବାର ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା ଭେଦଭାବରେ ସରକାର ଚଳାଇଛନ୍ତି।”

ରାଜ୍ୟରେ ନିଯୁକ୍ତି ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି। ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲେ ମୋଦି ସରକାର। ହେଲେ ଏଯାଏଁ ପୂରଣ ହେଲାନି। ୫ ବର୍ଷରେ ଦେଶରେ ୧୦ କୋଟି ଓ ଓଡ଼ିଶାରେ ୩୬ ଲକ୍ଷ ନିଯୁକ୍ତି ପାଇବା କଥା। ହେଲେ ଦେଶରେ ବେକାରୀ ହାର ୪୫ ବର୍ଷରେ ସର୍ବାଧିକ ହୋଇଛି। ଏବେ ବିଜେପିର ପ୍ରତିଶ୍ରୁତିପତ୍ର ଯୁବକଙ୍କ ପାଇଁ ତାଚ୍ଛଲ୍ୟ ଓ ପ୍ରହେଳିକା ହୋଇଛି। ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରରେ ସଫଳ ହୋଇଛି। ୧୦୩ଟି ନୂଆ ପ୍ରକଳ୍ପ ହୋଇଛି। ଚଳିତ ବର୍ଷ ସୁଦ୍ଧା ୬, ୯୪, ୦୭୭ ଜଣ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ପରୋକ୍ଷରେ ୫ ,୫୭,୧୯୪ ନିଯୁକ୍ତ ଓ ୪୦ ହଜାରଙ୍କ ନିଯୁକ୍ତି ପ୍ରକ୍ରିୟା ଚାଲିଛି ବୋଲି ବିଜେଡି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story