Advertisment

ମୋଦି ଓ ଯୋଗୀଙ୍କୁ ସମର୍ଥନ କରିବାରୁ ମହିଳାଙ୍କୁ ତ୍ରିପଲ ତଲାକ

ମୋରାଡାବାଦ: ମୋଦି ଓ ଯୋଗୀଙ୍କୁ ସମର୍ଥନ କରିବାରୁ ମହିଳାଙ୍କୁ ତ୍ରିପଲ ତଲାକ। ଉତ୍ତରପ୍ରଦେଶର ମୋରାଡାବାଦ ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଏଭଳି କାରଣ ପାଇଁ ଛାଡ଼ପତ୍ର ଦେବା ଅଲୋଚନାର ବିଷୟ ହୋଇଛି। ପତ୍ନୀଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଧରିବା ନିମନ୍ତେ ପଦକ୍ଷେପ ନେଇଛି। ପୁଲିସ କହିଛି, ଯେହେତୁ ପୀଡ଼ିତା ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ସମର୍ଥନ କରି ଭୋଟ୍ ଦେଇଥିଲେ। ସେଥିପାଇଁ ତାଙ୍କ ଉପରେ ସ୍ୱାମୀ […]

ଅଦ୍ୟତନ ହୋଇଛି
ମୋଦି ଓ ଯୋଗୀଙ୍କୁ ସମର୍ଥନ କରିବାରୁ ମହିଳାଙ୍କୁ ତ୍ରିପଲ ତଲାକ

Talak

Advertisment

ମୋରାଡାବାଦ: ମୋଦି ଓ ଯୋଗୀଙ୍କୁ ସମର୍ଥନ କରିବାରୁ ମହିଳାଙ୍କୁ ତ୍ରିପଲ ତଲାକ। ଉତ୍ତରପ୍ରଦେଶର ମୋରାଡାବାଦ ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଏଭଳି କାରଣ ପାଇଁ ଛାଡ଼ପତ୍ର ଦେବା ଅଲୋଚନାର ବିଷୟ ହୋଇଛି। ପତ୍ନୀଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଧରିବା ନିମନ୍ତେ ପଦକ୍ଷେପ ନେଇଛି।

Advertisment

ପୁଲିସ କହିଛି, ଯେହେତୁ ପୀଡ଼ିତା ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ସମର୍ଥନ କରି ଭୋଟ୍ ଦେଇଥିଲେ। ସେଥିପାଇଁ ତାଙ୍କ ଉପରେ ସ୍ୱାମୀ ଏବଂ ଶାଶୁ ଅତ୍ୟାଚାର କରି ଆସୁଥିଲେ। ପୀଡ଼ିତା ଗତ ୩ ତାରିଖରେ ଏହି ଅଭିଯୋଗ କରିଥିଲେ। ଏହି ଆଧାରରେ କୋଟୱାଲି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ତିନିଥର ତଲାଖ କହିବା ପରେ ଅଭିଯୁକ୍ତ ସ୍ୱାମୀ ପୀଡ଼ିତାଙ୍କୁ ଘରୁ ଚାଲି ଯିବାକୁ କହିଥିଲେ।

ପୀଡ଼ିତାଙ୍କ ନାମ ଶାନା ଇରାମ। ସେ ମୋର୍ଦାବାଦର ପେରେଜଡା ନିବାସୀ ମହମ୍ମଦ ନାଦିମଙ୍କୁ ଡିସେମ୍ବର ୨୦୧୯ରେ ବିବାହ କରିଥିଲେ।

Advertisment

ପୀଡ଼ିତା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ସେ ସମର୍ଥନ କରୁଥିବାରୁ ବିବାହ ପରଠାରୁ ହିଁ ତାଙ୍କ ଉପରେ ଭାଇ ଓ ଭାଉଜଙ୍କ ଅତ୍ୟାଚାର ଆରମ୍ଭ ହୋଇଥିଲା। ଯେତେବେଳେ ସେ ତାଙ୍କ ବିରୋଧରେ ପୁଲିସରେ ଏତଲା ଦେଲେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା। ଏହା ପରେ ତାଙ୍କ ସ୍ୱାମୀ ତ୍ରିପଲ ତଲାଖ ଦେଇଛନ୍ତି।

ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଏସ୍‌ପି ଅଖିଲେସ ଭଦୋରିଆ କହିଥିବା ବେଳେ ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ ଏହି ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କୋଟୱାଲି ଥାନାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe