Advertisment

ପ୍ରକାଶ ପାଇଲା UPSCର ସିଭିଲ ସର୍ଭିସେସ ପରୀକ୍ଷା ଫଳ: ଈଶିତା କିଶୋର ଟପ୍ପର, ଓଡ଼ିଶାର କେଉଁମାନେ ପାଇଛନ୍ତି ଜାଣନ୍ତୁ

ପ୍ରଥମ ତିନିଟି ସ୍ଥାନ ମହିଳାମାନେ ଅକ୍ତିଆର କରିଛନ୍ତି।

ଅଦ୍ୟତନ ହୋଇଛି
Ishita Kishore

Ishita Kishore

Advertisment

କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସେସ ପରୀକ୍ଷା ୨୦୨୨ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଗ୍ରେଟର ନୋଏଡ଼ାର ଈଶିତା କିଶୋର ଟପ୍ପର ହୋଇଛନ୍ତି। ପ୍ରଥମ ତିନିଟି ସ୍ଥାନ ମହିଳାମାନେ ଅକ୍ତିଆର କରିଛନ୍ତି। ଈଶିତା ଟପ୍ପର ହୋଇଥିବା ବେଳେ ଗରିମା ଲୋହିଆ ଦ୍ୱିତୀୟ ଓ ଉମା ହାରାଥି ଏନ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚତୁର୍ଥ ସ୍ଥାନରେ ବି ଜଣେ ମହିଳା ଅଛନ୍ତି। ତାଙ୍କ ନାଁ ସ୍ମୃତି ମିଶ୍ରା।

Advertisment

୯୩୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୨୮ ଜଣ ଅଛନ୍ତି। ସେହିପରି ଏହି ୨୬ ଜଣଙ୍କ ମଧ୍ୟରୁ ୯ ଜଣ ପ୍ରଥମ ୧୦୦ ରାଙ୍କ ମଧ୍ୟରେ ଅଛନ୍ତି।

ଥରୁଣ ପଟ୍ଟନାୟକ ମାଦଳା ୩୩ ନମ୍ବର ରାଙ୍କରେ ଥିବା ବେଳେ ଅନୁପ ଦାସ ୩୮, ପ୍ରଣିତା ଦାସ ୪୨, ଅର୍ଣ୍ଣବ ମିଶ୍ର ୫୬, ଦୀକ୍ଷିତା ଯୋଶୀ ୫୮, କୃତିକା ମିଶ୍ର ୬୭, କସ୍ତୁରୀ ପଣ୍ଡା ୬୭, ପଲ୍ଲବୀ ମିଶ୍ର ୭୩ ଓ ପ୍ରଶାନ୍ତ ରାଜ ୯୭ ରାଙ୍କ ପାଇଛନ୍ତି। ସେହିପରି ସିଦ୍ଧାର୍ଥ ମିଶ୍ର ୧୦୬ ନମ୍ବର ରାଙ୍କରେ ରହିଥିବା ବେଳେ ସୌମ୍ୟରଞ୍ଜନ ଦାସ ୧୩୬, ସୋନାଲି ମିଶ୍ର ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ ୧୬୨, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ୨୪୮, ସତ୍ୟ ପ୍ରକାଶ ମିଶ୍ର ୨୬୧, ଆୟୁଷୀ ପ୍ରଧାନ ୩୩୪, ହିମାଂଶୁ ସାମନ୍ତ ୩୪୮, ଦିବ୍ୟା ଜୈନ ୩୬୩, କୃତିକା ମିଶ୍ର ୪୦୧, ରଶ୍ମୀ ପ୍ରଧାନ ୪୦୫, ତେଜସ୍ୱୀ ବେହେରା ୫୧୬, ରାକେଶ କୁମାର ସାହୁ ୫୭୫, ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ ୬୮୦, ଶୁଭମ ମିଶ୍ର ୬୮୮, ନିବେଦିତା ଦାସ ୮୪୮, ବୀରେନ୍ଦ୍ର କୁମାର ଦାସ ୮୫୪ ଓ ମାନସଜ୍ୟୋତି ଦାସ ୮୮୧ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି।

Advertisment

ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ ଗତ ବର୍ଷ ଜୁନ୍ ୫ ତାରିଖରେ ପ୍ରିଲିମ ପରୀକ୍ଷା ହୋଇଥିଲା। ଏହାର ଫଳ ଜୁନ ୨୨ ତାରିଖରେ ପ୍ରକାଶ ପାଇଥିଲା। ୧୧ ଲକ୍ଷ ୩୫ ହଜାର ୬୯୭ ଜଣ ଆବେଦନ କରିଥିବା ବେଳେ ୫ ଲକ୍ଷ ୭୩ ହଜାର ୭୩୫ ଜଣ ପ୍ରିଲିମ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ହଜାର ୯୦ ଜଣ ଲିଖିତ (ମେନ୍‌) ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ମେନ୍ ପରୀକ୍ଷା ସେପ୍ଟେମ୍ବର ୧୬ରୁ ୨୫ ମଧ୍ୟରେ ହୋଇଥିଲା ଓ ଏହାର ଫଳାଫଳ ଡିସେମ୍ବର ୬ରେ ପ୍ରକାଶ କରାଯାଇଥିଲା। ୨୫୨୯ ଜଣଙ୍କୁ ସାକ୍ଷାତକାର ପାଇଁ ଡକା ଯାଇଥିଲା। ସାକ୍ଷାତକାର ପରୀକ୍ଷା ମେ’ ୧୮ରେ ଶେଷ ହୋଇଥିଲା। ଆଉ ଆଜି ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ କରାଯାଇଛି।

କୃତକାର୍ଯ୍ୟ ହୋଇଥିବା ୯୩୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍‌, ୩୮ ଜଣ ଆଇଏଫ୍‌ଏସ୍‌, ୨୦୦ ଜଣ ଆଇପିଏସ୍‌ ଏବଂ ବାକି ମାନେ ସେଣ୍ଟ୍ରାଲ ସର୍ଭିସେସ୍ ଗ୍ରୁପ୍ ଏ ଓ ଗ୍ରୁପ୍ ବି ସର୍ଭିସେସ୍‌ରେ ନିଯୁକ୍ତି ପାଇବେ।

UPSC Result UPSC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe