Advertisment

‘ଅଫଲାଇନ୍ ନୁହେଁ, ଅନଲାଇନରେ ପରୀକ୍ଷା ହେଉ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): UG ପଞ୍ଚମ ସେମିଷ୍ଟର ପରୀକ୍ଷା ଅନ ଲାଇନରେ ହେଉ, ନଚେତ ବାତିଲ ହେଉ। ଏହି ଦାବିରେ ଆଜି ରାଜ୍ୟର ବିଭିନ୍ନ କଲେଜର UG ଛାତ୍ରଛାତ୍ରୀ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ପାଠପଢ଼ା ଅନ ଲାଇନରେ ହୋଇଛି। ସମ୍ପୂର୍ଣ୍ଣ କୋର୍ସ ମଧ୍ୟ ଶେଷ ହୋଇନାହିଁ। ଏଭଳି ସ୍ଥଳେ UGC ଗାଇଡ୍ ଲାଇନରେ ଉଲ୍ଲେଖ ରହିଛି ଯେ ଅନଲାଇନ, ଅଫ ଲାଇନ ବା ବ୍ଲେଣ୍ଡେଡ୍ ମେଥଡରେ […]

‘ଅଫଲାଇନ୍ ନୁହେଁ, ଅନଲାଇନରେ ପରୀକ୍ଷା ହେଉ’

ugc

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): UG ପଞ୍ଚମ ସେମିଷ୍ଟର ପରୀକ୍ଷା ଅନ ଲାଇନରେ ହେଉ, ନଚେତ ବାତିଲ ହେଉ। ଏହି ଦାବିରେ ଆଜି ରାଜ୍ୟର ବିଭିନ୍ନ କଲେଜର UG ଛାତ୍ରଛାତ୍ରୀ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment

ସେମାନେ ଦାବି କରିଛନ୍ତି ଯେ ପାଠପଢ଼ା ଅନ ଲାଇନରେ ହୋଇଛି। ସମ୍ପୂର୍ଣ୍ଣ କୋର୍ସ ମଧ୍ୟ ଶେଷ ହୋଇନାହିଁ। ଏଭଳି ସ୍ଥଳେ UGC ଗାଇଡ୍ ଲାଇନରେ ଉଲ୍ଲେଖ ରହିଛି ଯେ ଅନଲାଇନ, ଅଫ ଲାଇନ ବା ବ୍ଲେଣ୍ଡେଡ୍ ମେଥଡରେ ପରୀକ୍ଷା ହେବ। କିନ୍ତୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ରାଜ୍ୟର ୟୁନିଭର୍ସିଟି ମାନେ ଅଫ ଲାଇନ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଦ୍ୱାରା ଛାତ୍ରଛାତ୍ରୀଙ୍କ କ୍ୟାରିୟର ପ୍ରଭାବିତ ହେବ ବୋଲି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ମାନେ କହିଛନ୍ତି।

ଆନ୍ଦୋଳନରତ ଜଣେ ଛାତ୍ରୀ କହିଛନ୍ତି, ନିର୍ବାଚନ ପାଇଁ ଆମର କ୍ଲାସ୍ ହେଉନାହିଁ। ତେଣୁ ପିଲା ଆସିବାକୁ ଚାହୁଁନାହାନ୍ତି। କୋଭିଡ୍ ସମୟରେ ସବୁବେଳେ ଯିବା ଆସିବା କରିବା ଦ୍ୱାରା ସେମାନଙ୍କର ଯାତ୍ରା ଖର୍ଚ୍ଚ ମଧ୍ୟ ବହୁତ ହୋଇଗଲାଣି। ଯଦି ୟୁଜିସି କହିଛି ବ୍ଲେଣ୍ଡେଡ୍ ମୋଡରେ ଅନଲାଇନ୍ ଓ ଅଫଲାଇନରେ ପରୀକ୍ଷା ହୋଇପାରିବ। ହେଲେ ରାଜ୍ୟ ସରକାର ଏ ନେଇ କିଛି ନିଷ୍ପତ୍ତି ନେଲେ ନାହିଁ। ତେଣୁ ଆମେ ଚାହୁଁଛୁ ପରୀକ୍ଷା ଅନଲାଇନ୍‌ରେ କରାଯାଉ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe