କୋରାପୁଟ (ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ତଥା ଆକାଂକ୍ଷା ଜିଲ୍ଲା କେନ୍ଦ୍ରୀୟ ପ୍ରଭାରୀ ଉଷା ପାଢ଼ୀ କୋରାପୁଟ ଗସ୍ତ କରିଛନ୍ତି। ଏହି ଗସ୍ତରେ ସେ କୋରାପୁଟରେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବା ସହ ଜିଲ୍ଲାସ୍ତରୀୟ ସମୀକ୍ଷା କରିଛନ୍ତି।
ସେଠାରେ ସେ ସେମିଳିଗୁଡା ପୁଙ୍ଗାରଠାରେ ଥିବା ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହା ସହ ଲେଚିଙ୍ଗ କୁନ୍ଦୁଲି ଗାଁରେ ବୁନ୍ଦା ଜଳରେ କରାଯାଉଥିବା ଅଦା ଚାଷ ଓ ଗୁଣ୍ଠାପୁଟଠାରେ ଉଠା ଜଳସେଚନ ମାଧ୍ୟମରେ ହେଉଥିବା ପନିପରିବା ଚାଷ ଦେଖିଥିଲେ।
ସେହିପରି ଲୁଙ୍ଗୁରି ଗାଁରେ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିବା ପରେ ଉପସ୍ଥିତ ଅଧିକାରୀ ଓ କର୍ମୀଙ୍କ ସହ ସମନ୍ୱିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ।
କୋରାପୁଟ ସଦଭାବନା ସଭାଗୃହଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ବୈଠକରେ କେନ୍ଦ୍ରୀୟ ସହାୟତାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି ଭିତ୍ତିକ ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରୁବେନଙ୍କୁ ନେଇ ବିଜେଡିରେ ଭିନ୍ନମତ: ବର୍ଷିଲେ ଅରୁଣ-ଅତନୁ, ପ୍ରସନ୍ନ କରିଥିଲେ ପ୍ରଶଂସା
ରୁବେନଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣ ଗତ ଦୁଇଦିନ ତଳେ ଉନ୍ମୋଚନ ହେବା ପରଠୁ ରାଜନୀତିକ ଉଷ୍ମତା ଲାଗି ରହିଛି ।
Politics
କାହା ‘ପାପ’ ଧୋଇବାକୁ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଲେ ପାଣ୍ଡିଆନମାର୍କା ନେତା: ଆବଶ୍ୟକତା ନା ବାଧ୍ୟବାଧକତା?
ନିର୍ବାଚନ ଆୟୋଗଙ୍କ ନିର୍ବାଚନୀ ପରିଚାଳନାଗତ ତ୍ରୁଟି ଯୋଗୁ ବିଜେଡି ପରାଜିତ ହୋଇଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନାର ଅଭିଯୋଗ କରିଛି ଦଳ।
Miscellaneous
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୂରଣ ହେବ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ। ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
Politics
ରୁବେନଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ; କାଉଣ୍ଟର କଲା ବିଜେପି
କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ବହିରେ ରୁବେନ ଲେଖିଛନ୍ତି ବୋଲି କହିଲେ ଅରୁଣ। ବିଜେଡି ନେତା ସତ୍ୟକୁ ଗ୍ରହଣ କରିବା ଶିଖନ୍ତୁ କହିଲା ବିଜେପି।
Crime
ବ୍ୟବସାୟୀଙ୍କୁ ଦେଖାଇଲେ ବନ୍ଧୁକ, ଲୁଟିନେଲେ ୫ ହଜାର
ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।