Advertisment

ଫୋନି: ୟୁପି ଓ ତାମିଲନାଡୁ ୧୦ କୋଟି ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶାରେ ‘ଫୋନି’ ବାତ୍ୟାର ତାଣ୍ଡବଲୀଳାରେ ବ୍ୟାପକ କ୍ଷୟକ୍ଷତି ପରେ ଉତ୍ତରପ୍ରଦେଶ ଓ ତାମିଲନାଡୁ ସରକାର ସହାୟତାର ହାତ ବଢ଼ାଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫୋନି’ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦେବାକୁ ଅନୁରୋଧ କରିଥିଲେ। ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୦କୋଟି ଟଙ୍କା ଲେଖାଏଁ ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ […]

ଅଦ୍ୟତନ ହୋଇଛି
ଫୋନି: ୟୁପି ଓ ତାମିଲନାଡୁ ୧୦ କୋଟି ଟଙ୍କା ଲେଖାଏଁ ସହାୟତା

up-and-tamilnadu-govt-announce-10-corod-for-odisha-funi-affected

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶାରେ ‘ଫୋନି’ ବାତ୍ୟାର ତାଣ୍ଡବଲୀଳାରେ ବ୍ୟାପକ କ୍ଷୟକ୍ଷତି ପରେ ଉତ୍ତରପ୍ରଦେଶ ଓ ତାମିଲନାଡୁ ସରକାର ସହାୟତାର ହାତ ବଢ଼ାଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫୋନି’ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦେବାକୁ ଅନୁରୋଧ କରିଥିଲେ।

Advertisment

ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୦କୋଟି ଟଙ୍କା ଲେଖାଏଁ ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେବା ପାଇଁ ଘୋଷଣା କରିଛନ୍ତି। ଶ୍ରୀ ପଲାନିସ୍ୱାମୀ ‘ଫୋନି’ ବାତ୍ୟାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକଟ କରିବା ସହ ଓଡ଼ିଶା ଲୋକଙ୍କ ଏଭଳି ଦୁର୍ଦ୍ଦିନରେ ତାମିଲନାଡୁବାସୀ ସେମାନଙ୍କ ସହ ରହିଛନ୍ତି ବୋଲି କହିଛନ୍ତି। ସେହିପରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ୧୦କୋଟି ଟଙ୍କା ସହାୟତା ଘୋଷଣା କରିବା ସହ ଓଡ଼ିଶାର ବାତ୍ୟା ପ୍ରଭାବିତ ଲୋକଙ୍କ ସହ ଉତ୍ତରପ୍ରଦେଶବାସୀ ରହିଛନ୍ତି ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe