Advertisment

ଉତ୍ତରପ୍ରଦେଶରୁ ଘରକୁ ଫେରିଲେ ତିନି ଓଡ଼ିଆ ଯୁବତୀ

ଭୁବନେଶ୍ୱର:ଷ୍ଟେଜ ସୋ ପାଇଁ ଉତ୍ତରପ୍ରଦେଶ ଯାଇ ଅଟକ ଥିବା ପୁରୀ ଜିଲ୍ଲା ଡେଲାଙ୍ଗର ତିନି ଯୁବତୀ ଘରକୁ ଫେରିଛନ୍ତି। ନୀଳାଚଳ ଏକ୍ସପ୍ରେସରେ ଆସି ସେମାନେ ଆଜି ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନରେ ଓହ୍ଲାଇଥିଲେ। ସେଠାରୁ ପୁରୀ ପୋଲିସ ସେମାନଙ୍କ ଗାଁ ବେରବୋଇ ନେଇ ଘରେ ପହଞ୍ଚାଇଛି। ଜଣେ କୋରିଓଗ୍ରାଫର ଏକ ଷ୍ଟେଜ ସୋ ପାଇଁ ଏହି ଯୁବତୀମାନଙ୍କୁ ବାଲେଶ୍ୱର ନେଇଥିଲା। ତେବେ ପରେ ସେଠାରୁ ସମସ୍ତଙ୍କୁ ଅପରହଣ କରାଯାଇ ଉତ୍ତରପ୍ରଦେଶ ନିଆଯାଇଥିବା ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଉତ୍ତରପ୍ରଦେଶରୁ ଘରକୁ ଫେରିଲେ ତିନି ଓଡ଼ିଆ ଯୁବତୀ

delanga

ଭୁବନେଶ୍ୱର:ଷ୍ଟେଜ ସୋ ପାଇଁ ଉତ୍ତରପ୍ରଦେଶ ଯାଇ ଅଟକ ଥିବା ପୁରୀ ଜିଲ୍ଲା ଡେଲାଙ୍ଗର ତିନି ଯୁବତୀ ଘରକୁ ଫେରିଛନ୍ତି। ନୀଳାଚଳ ଏକ୍ସପ୍ରେସରେ ଆସି ସେମାନେ ଆଜି ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନରେ ଓହ୍ଲାଇଥିଲେ। ସେଠାରୁ ପୁରୀ ପୋଲିସ ସେମାନଙ୍କ ଗାଁ ବେରବୋଇ ନେଇ ଘରେ ପହଞ୍ଚାଇଛି। ଜଣେ କୋରିଓଗ୍ରାଫର ଏକ ଷ୍ଟେଜ ସୋ ପାଇଁ ଏହି ଯୁବତୀମାନଙ୍କୁ ବାଲେଶ୍ୱର ନେଇଥିଲା। ତେବେ ପରେ ସେଠାରୁ ସମସ୍ତଙ୍କୁ ଅପରହଣ କରାଯାଇ ଉତ୍ତରପ୍ରଦେଶ ନିଆଯାଇଥିବା ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୁରୀ ପୋଲିସ୍ ଅପରହଣ ମାମଲା ରୁଜୁ କରି ଉତ୍ତରପ୍ରଦେଶ ପୋଲିସ୍ ସହ ଯୋଗାଯୋଗ କରିଥିଲା। ଶେଷରେ ଡେଲାଙ୍ଗ ପୋଲିସ ୟୁପିର ଜୋନପୁର ଯାଇ ଯୁବତୀମାନଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିଛି।

Advertisment