Advertisment

ଖୋଲିଲା ଶ୍ରୀମନ୍ଦିର ପ୍ରଶାସନର ଚରମ ଅବହେଳାର ଗୁମର, ନୂଆବର୍ଷରେ ବିଶୃଙ୍ଖଳା ଘଟିବାର ଆଶଙ୍କା

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ବିବାଦ ସମାଧାନରେ ଜିଲ୍ଲା ଓ ମନ୍ଦିର ପ୍ରଶାସନର ଚରମ ଉଦାସୀନତା ପ୍ରଦର୍ଶନ କରିଛନ୍ତି। ଯାହାର ଗୁମର ଏବେ ଖୋଲିଛି ସ୍ପେଶାଲ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ଚିଠିରୁ। ସ୍ପେଶାଲ କ୍ରାଇମବ୍ରାଞ୍ଚ ଏସ୍‌ପି ପୁରୀ ଏସ୍‌ପିଙ୍କୁ ଲେଖିଥିବା ଚିଠିରୁ ଏହି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଏଥିରେ ଆସନ୍ତାକାଲିଠୁ ପୁଣି ପାରମାଣିକ ଦର୍ଶନ ଆରମ୍ଭ କରାଯିବା, ମହାପ୍ରସାଦର ରେଟ୍ ଚାର୍ଟ ଓ ଗତ ୨୮ ତାରିଖରେ ଶ୍ରୀମନ୍ଦିରର ମହାବିଶୃଙ୍ଖଳା ପ୍ରସଙ୍ଗରେ ଉଲ୍ଲେଖ ରହିଛି। ଗତ ୨୭ […]

ଖୋଲିଲା ଶ୍ରୀମନ୍ଦିର ପ୍ରଶାସନର ଚରମ ଅବହେଳାର ଗୁମର, ନୂଆବର୍ଷରେ ବିଶୃଙ୍ଖଳା ଘଟିବାର ଆଶଙ୍କା 

puri

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ବିବାଦ ସମାଧାନରେ ଜିଲ୍ଲା ଓ ମନ୍ଦିର ପ୍ରଶାସନର ଚରମ ଉଦାସୀନତା ପ୍ରଦର୍ଶନ କରିଛନ୍ତି। ଯାହାର ଗୁମର ଏବେ ଖୋଲିଛି ସ୍ପେଶାଲ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ଚିଠିରୁ। ସ୍ପେଶାଲ କ୍ରାଇମବ୍ରାଞ୍ଚ ଏସ୍‌ପି ପୁରୀ ଏସ୍‌ପିଙ୍କୁ ଲେଖିଥିବା ଚିଠିରୁ ଏହି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଏଥିରେ ଆସନ୍ତାକାଲିଠୁ ପୁଣି ପାରମାଣିକ ଦର୍ଶନ ଆରମ୍ଭ କରାଯିବା, ମହାପ୍ରସାଦର ରେଟ୍ ଚାର୍ଟ ଓ ଗତ ୨୮ ତାରିଖରେ ଶ୍ରୀମନ୍ଦିରର ମହାବିଶୃଙ୍ଖଳା ପ୍ରସଙ୍ଗରେ ଉଲ୍ଲେଖ ରହିଛି।

Advertisment

ଗତ ୨୭ ତାରିଖର ପୁଲିସ-ସେବାୟତ ବିବାଦ ଓ ତା’ପରଦିନ ହୋଇଥିବା ନୀତି ବିଶୃଙ୍ଖଳାର ସମାଧାନ ଲାଗି ପୁରୀ ଜିଲ୍ଲା ପ୍ରଶାସନ କିମ୍ବା ଶ୍ରୀମନ୍ଦିର ପ୍ରଶାସନ କେହି ବି ସେବାୟତଙ୍କ ସହ ଆଲୋଚନା କରିନଥିବା ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ଭକ୍ତଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ଦେଖି ସେବାୟତ ବାଧ୍ୟ ହୋଇ ମନ୍ଦିର ଖୋଲି ନୀତି କରିଥିଲେ ବୋଲି ଚିଠିରେ ଲେଖାଯାଇଛି।

ଅନ୍ୟପକ୍ଷରେ ନୂଆବର୍ଷ ସମୟରେ ବି ଅନୁରୂପ ଘଟଣା ଘଟିବା ନେଇ ଚିଠିରେ ଆଶଙ୍କା ବ୍ୟକ୍ତ କରାଯାଇଛି। ସେବାୟତମାନେ ରାତି ୨ଟାରୁ ମନ୍ଦିର ଖୋଲି ଯଥାରୀତି ନୀତି ଆରମ୍ଭ କରିବେ ତେବେ ଅପରାହ୍ନ ୪ଟାରେ ସେମାନେ ଶ୍ରୀଜୀଉଙ୍କ ପହୁଡ଼ କରିଦେବେ ବୋଲି ଗୁଇନ୍ଦା ସୂତ୍ରରୁ ସୂଚନା ମିଳଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏହା ହେଲେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହେବେ ଏବଂ ଏହା ଦ୍ୱାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବା ଚିଠିରେ ଚେତାଇ ଦିଆଯାଇଛି। ଏପରିକି ଭକ୍ତମାନେ ବଳପୂର୍ବକ ମନ୍ଦିର ଭିତରେ ଧସେଇ ପଶିବାର ଆଶଙ୍କା ମଧ୍ୟ ରହିଛି।

Advertisment

ଏଭଳି ଘଟଣାକୁ ଏଡ଼ାଇବା ଲାଗି ପ୍ରଶାସନ ସତର୍କ ରହିବା ସହ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe