Advertisment

ଆଜି ଉଭା ଅମାବାସ୍ୟା; ବାହାର କାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ(ମଧୂସୁଦନ ମିଶ୍ର):   ଜ୍ୱରରେ ପୀଡିତ ହୋଇ ଠାକୁର ଅଣସର ଘରେ ରହିଥିବା ହେତୁ ଦୀର୍ଘ ଦିନ ହେଲା  ଭକ୍ତଙ୍କୁ ଦର୍ଶନ ଦେଇ ପାରୁ ନ ଥିଲେ। ୧୫ ଦିନର ବିରତି ପରେ ଗତ କାଲି  ଭକ୍ତମାନେ ଶ୍ରୀଜିଉଙ୍କୁ ନବଯୌବନ ରୂପରେ ଦର୍ଶନ କରି ଭାବବିହ୍ୱଳ ହୋଇ ପଡିଥିଲେ।  ଆଜି ହେଉଛି ଉଭା ଅମାବାସ୍ୟା। ସକାଳୁ ରାତି ୯ଟା ପର୍ଯ୍ୟନ୍ତ ବାହାର କାଠ ନିକଟରେ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଆଜି ଉଭା ଅମାବାସ୍ୟା; ବାହାର କାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ

puri1

ପୁରୀ(ମଧୂସୁଦନ ମିଶ୍ର):   ଜ୍ୱରରେ ପୀଡିତ ହୋଇ ଠାକୁର ଅଣସର ଘରେ ରହିଥିବା ହେତୁ ଦୀର୍ଘ ଦିନ ହେଲା  ଭକ୍ତଙ୍କୁ ଦର୍ଶନ ଦେଇ ପାରୁ ନ ଥିଲେ। ୧୫ ଦିନର ବିରତି ପରେ ଗତ କାଲି  ଭକ୍ତମାନେ ଶ୍ରୀଜିଉଙ୍କୁ ନବଯୌବନ ରୂପରେ ଦର୍ଶନ କରି ଭାବବିହ୍ୱଳ ହୋଇ ପଡିଥିଲେ।  ଆଜି ହେଉଛି ଉଭା ଅମାବାସ୍ୟା। ସକାଳୁ ରାତି ୯ଟା ପର୍ଯ୍ୟନ୍ତ ବାହାର କାଠ ନିକଟରେ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ।

Advertisment

ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ତିନି ବାଡ଼ରୁ ଆଣି ତିନି ରଥରେ ଦେବେ। ଏହାପରେ ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ରଥଖଳାରୁ ସିଂହଦ୍ୱାରକୁ ଟଣାଯିବ।  ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Ratha Yatra