Advertisment

୫ ସାଂସଦ ସମେତ ୨୬ ନେତାଙ୍କୁ କ୍ୱାର୍ଟର ଛାଡ଼ିବାକୁ ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଆଇନ ଭାବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୫ ଜଣ ସାଂସଦଙ୍କ ସମେତ ମୋଟ ୨୬ ଜଣ ନେତାଙ୍କୁ ବିଧାନସଭା ପକ୍ଷରୁ ପୁଣିଥରେ ନୋଟିସ୍ ଜାରି ହୋଇଛି। ୩ ମାସ ମଧ୍ୟରେ ଦ୍ୱିତୀୟ ଥର ନିମନ୍ତେ ବିଧାନସଭା ପକ୍ଷରୁ ଏହି ନୋଟିସ୍ କରାଯାଇଥିବାବେଳେ ସମ୍ପୃକ୍ତ କ୍ୱାର୍ଟରଗୁଡ଼ିକୁ ବିଦ୍ୟୁତ୍ ଓ ପାଣି ସଂଯୋଗ ତୁରନ୍ତ ଛିନ୍ନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକମାନଙ୍କ ବାସଗୃହ ଅଭାବ ଦୂର ପାଇଁ ବହୁତଳ […]

୫ ସାଂସଦ ସମେତ ୨୬ ନେତାଙ୍କୁ କ୍ୱାର୍ଟର ଛାଡ଼ିବାକୁ ନୋଟିସ୍

VacateGovtQuarters

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଆଇନ ଭାବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୫ ଜଣ ସାଂସଦଙ୍କ ସମେତ ମୋଟ ୨୬ ଜଣ ନେତାଙ୍କୁ ବିଧାନସଭା ପକ୍ଷରୁ ପୁଣିଥରେ ନୋଟିସ୍ ଜାରି ହୋଇଛି। ୩ ମାସ ମଧ୍ୟରେ ଦ୍ୱିତୀୟ ଥର ନିମନ୍ତେ ବିଧାନସଭା ପକ୍ଷରୁ ଏହି ନୋଟିସ୍ କରାଯାଇଥିବାବେଳେ ସମ୍ପୃକ୍ତ କ୍ୱାର୍ଟରଗୁଡ଼ିକୁ ବିଦ୍ୟୁତ୍ ଓ ପାଣି ସଂଯୋଗ ତୁରନ୍ତ ଛିନ୍ନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକମାନଙ୍କ ବାସଗୃହ ଅଭାବ ଦୂର ପାଇଁ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରିବାକୁ ବିଧାନସଭା ଯୋଜନା କରୁଥିବାବେଳେ ଜବରଦଖଲରେ ଥିବା ସରକାରୀ କ୍ୱାର୍ଟରଗୁଡ଼ିକୁ ଖାଲି କରାଯାଇ ବିଧାୟକମାନଙ୍କୁ ଆବଣ୍ଟନ କରାଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

Advertisment

ଆବଣ୍ଟନ ରଦ୍ଦ ହେବା ସତ୍ତ୍ୱେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ନେତାଙ୍କ ମଧ୍ୟରେ ୫ ଜଣ ସାଂସଦ ଅଛନ୍ତି । ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ରମେଶ ଚନ୍ଦ୍ର ମାଝୀ, ମହେଶ ସାହୁ ଓ ନୀତେଶ ଗଙ୍ଗଦେବଙ୍କ ସମେତ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ମଧ୍ୟ ତୁରନ୍ତ କ୍ୱାର୍ଟର ଛାଡ଼ିବାକୁ ପୁଣିଥରେ ନୋଟିସ୍ ଜାରି ହୋଇଛି। ସେହିପରି ପୂର୍ବତନ ସାଂସଦ ଝିନ୍ନ ହିକକା, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବିଭୂତିଭୂଷଣ ହରିଚନ୍ଦନ, ଦେବାଶିଷ ନାୟକ, ଧନେଶ୍ୱର ମାଝୀ, ଗୋଲକ ବିହାରୀ ନାୟକ, ଯୁଗଳ ପଟ୍ଟନାୟକ, କିଶୋର ତରାଇ, ନନ୍ଦିନୀ ଦେବୀ, ସଞ୍ଜୟ ଦାସବର୍ମା, ପ୍ରବୀଣ ଭଞ୍ଜଦେବ, ପୁଷ୍ପେନ୍ଦ୍ର ସିଂହଦେଓ, ରବି ନାରାୟଣ ନାଏକ, ସାନନ୍ଦ ମାର୍ଣ୍ଡିଙ୍କୁ କ୍ୱାର୍ଟର ଛାଡ଼ିବାକୁ ନୋଟିସ୍ ଜାରି ହୋଇଛି ।

ନୋଟିସ୍ ଜାରି ହୋଇଥିବା ପୂର୍ବତନ ବିଧାୟକ ଡାକ୍ତର ଦାମୋଦର ରାଉତ, ପ୍ରଭାତ ତ୍ରିପାଠୀ ଓ ବିଜୟଶ୍ରୀ ରାଉତରାୟଙ୍କ ପୁଅମାନେ ଏବେ ବିଧାୟକ ଥିବାରୁ ସେମାନେ ପିତାଙ୍କ ସେହି କ୍ୱାର୍ଟରଗୁଡ଼ିକୁ ନିଜ ନାଁରେ ଆବଣ୍ଟନ କରିବା ପ୍ରୟାସ କରୁଛନ୍ତି। ସେହିପରି ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ଏବେ ବିଧାୟିକା ଥିବାରୁ ସେ ତାଙ୍କ ପତିଙ୍କ କ୍ୱାର୍ଟରକୁ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି। କଂଗ୍ରେସ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ନାଁରେ ଥିବା କ୍ୱାର୍ଟର ଏବେ ତାଙ୍କ ପତ୍ନୀ ପୂର୍ବତନ ବିଧାୟିକା ରୀତା ସାହୁଙ୍କ ଦଖଲରେ ରହିଛି। ବିଜେଡି ତାଙ୍କୁ ଆଗାମୀ ବିଜେପୁର ଉପନିର୍ବାଚନରେ ପ୍ରାର୍ଥୀ କରିବାର ସମ୍ଭାବନା ଥିବାରୁ ସେ ଏବେ କ୍ୱାର୍ଟର ଛାଡ଼ି ନପାରନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe