Advertisment

୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଟିକାକରଣ ବନ୍ଦ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ଟିକାର ଅଭାବ। ନା  ହୋଇପାରୁଛି ଅନଲାଇନ୍ ସ୍ଲଟ ବୁକିଂ ନା  ପୂର୍ବ ଭଳି ୱାର୍ଡ  ଅଫିସରମାନେ ବାଣ୍ଟୁଛନ୍ତି ଟୋକନ୍। ବିଶେଷ କରି୧୮ବର୍ଷରୁ ୪୪ ବର୍ଷ ବୟସ ବର୍ଗଙ୍କ କ୍ଷେତ୍ରରେ ଦେଖାଦେଇଛି ଟିକାର ଅଭାବ। ତେବେ ବିଏମସି ସିଧାସଳଖ ରାଜଧାନୀରେ ଟିକାର ଅଭାବକୁ ସ୍ୱୀକାର କରିନଥିଲେ ମଧ୍ୟ ପରୋକ୍ଷରେ ଅଭାବ ଥିବା କହିଛି । କୋଭାକ୍ସିନ୍ ଟିକାର ଅଭାବ ଯୋଗୁ  ବନ୍ଦ ରହିଛି ୧୮ ରୁ ୪୪ ବୟସ୍କ ବ୍ୟକ୍ତିଙ୍କର ଟିକାକାକରଣ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱର ଭଳି ଗଞ୍ଜାମରେ ଦିଆଯିବ କୋଭାକ୍ସିନ

Vaccine

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ଟିକାର ଅଭାବ। ନା  ହୋଇପାରୁଛି ଅନଲାଇନ୍ ସ୍ଲଟ ବୁକିଂ ନା  ପୂର୍ବ ଭଳି ୱାର୍ଡ  ଅଫିସରମାନେ ବାଣ୍ଟୁଛନ୍ତି ଟୋକନ୍। ବିଶେଷ କରି୧୮ବର୍ଷରୁ ୪୪ ବର୍ଷ ବୟସ ବର୍ଗଙ୍କ କ୍ଷେତ୍ରରେ ଦେଖାଦେଇଛି ଟିକାର ଅଭାବ। ତେବେ ବିଏମସି ସିଧାସଳଖ ରାଜଧାନୀରେ ଟିକାର ଅଭାବକୁ ସ୍ୱୀକାର କରିନଥିଲେ ମଧ୍ୟ ପରୋକ୍ଷରେ ଅଭାବ ଥିବା କହିଛି । କୋଭାକ୍ସିନ୍ ଟିକାର ଅଭାବ ଯୋଗୁ  ବନ୍ଦ ରହିଛି ୧୮ ରୁ ୪୪ ବୟସ୍କ ବ୍ୟକ୍ତିଙ୍କର ଟିକାକାକରଣ । ଟିକା ଅଭାବ ଯୋଗୁଁ ସାମୟିକ ଭାବେ ସ୍ଲଟ ବୁକିଂ ମଧ୍ୟ  ସ୍ଥଗିତ ରଖିଛି ବିଏମସି। ଉଭୟ ଅନଲାଇନ୍ ଏବଂ ଟୋକନ୍ ମାଧ୍ୟମରେ ଟିକାକରଣକୁ ବନ୍ଦ ରଖାଯାଇଛି।

Advertisment

ବିଏମସିର ସୂଚନା ଅନୁସାରେ  ସହରରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କର ପ୍ରଥମ ଡୋଜ୍ ଟିକା  ୧୦୦  ପ୍ରିତିଶତ ଲୋକ  ନେଇସାରିଥିବା ବେଳେ ସେମାନଙ୍କର ଦ୍ୱିତୀୟ ଡୋଜ ଟିକାକରଣ ଜାରି ରହିଛି। ମାତ୍ର ୧୮ ରୁ ୪୪  ବର୍ଷ ପାଇଁ ସାମୟିକ ଭାବରେ ଟିକାର ଅଭାବ ଥିବାରୁ ଏବେ ସେମାନଙ୍କ ଟିକାକରଣକୁ ସମ୍ପୁର୍ଣ୍ଣ ବନ୍ଦ  ରଖାଯାଇଛି । ତେବେ ଖୁବ୍ ଶୀଘ୍ର କୋଭାକ୍ସିନ୍  ଆସିବା ପରେ ପୁଣିଥରେ ଏହି ବର୍ଗଙ୍କର ଆରମ୍ଭ ହେବ ଟିକାକରଣ।

ଗୋଟିଏ ପଟେ ଯୁବ ବର୍ଗଙ୍କ ପାଇଁ କୋଭାକ୍ସିନ ଟିକାର ଅଭାବ ରହିଥିବା ବେଳେ  ମଧ୍ୟ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଟିକାକରଣ ଜୋରସୋରରେ ଚାଲିଛି । ସେଥିପାଇଁ ଆଜିଠାରୁ ବିଏମସି ଏରିଆରେ ଆରମ୍ଭ ହୋଇଛି ଭ୍ୟାକ୍ସିନ  ଆଟ ଡୋର ଷ୍ଟେପ ଅଭିଯାନ । ବିଏମସିର ୩ ଟି ଜୋନ୍ ରେ   ମୋଟ୍ ୬ ଟି ଆପାର୍ଟମେଣ୍ଟରେ  ଆଜିଠାରୁ ଏହାର ଆରମ୍ଭ ହୋଇଛି।  ପ୍ରତି ଆପାର୍ଟମେଣ୍ଟରେ  ୨ ଶହ   ଲୋକଙ୍କୁ ଟୀକା ଦେବାକୁ ଟାର୍ଗେଟ ରଖିଛି ବିଏମସି । . ତେବେ ଏହାଦ୍ୱାରା  ଅଧିକରୁ ଅଧିକ ଲୋକ ସହଜରେ ଭ୍ୟାକ୍ସିନେଟ୍ ହୋଇପାରିବେ ବୋଲି ମତ ଦେଇଛନ୍ତି ରାଜଧାନୀ ବାସିନ୍ଦା।  ମାତ୍ର ତାହାରି ଭିତରେ ବିଏମସି ଆଜି ମୋଟ ୪୮ ଟି ଟିକା ଦାନ କେନ୍ଦ୍ର ମଧ୍ୟରୁ ୯ ଟି ମୋବିଲାଇଜେସନ୍ ସେଣ୍ଟରକୁ ବନ୍ଦ କରିଦେଇଛି।

Advertisment

ତଥ୍ୟ କହୁଚି  ମେ ୩ ତାରିଖରୁ ୨୮ ତାରିଖର  ମଧ୍ୟରେ ୧୮-୪୪ ବର୍ଗର  ୧ ଲକ୍ଷ ୫୧ ହଜାର ୪୨୬ ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ତେବେ  ଏମାନେ ଜୁନ ମାସରେ ପୁଣି ଦ୍ଵିତୀୟ ଡୋଜ୍ ନେବେ । ମାତ୍ର ଏବେ ବିଏମସିରେ କୋଭାକ୍ସିନ  ଟିକାର ଅଭାବ ଦେଖାଦେଇଥିବାରୁ  ନିଜ ନିଜର ଦ୍ୱିତୀୟ ଡୋଜ୍ ଟିକାକରଣକୁ ନେଇ ଦ୍ୱନ୍ଦରେ ରାଜଧାନୀର ଯୁବବର୍ଗ ।

Bhubaneswar Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe