Advertisment

'ଓଡ଼ିଶାରେ ବଢ଼ିବ ଟିକାକରଣ, ୫ ଜିଲ୍ଲାରେ କମ୍‌ ରହିଛି'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। କରୋନା ମୁକାବିଲା ପାଇଁ ଟିକାକରଣ ବଢ଼ାଯିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ପ୍ରଥମ ଡୋଜ୍ ନେଇନଥିବା ଲୋକଙ୍କୁ ଚିହ୍ନଟ କରି ଘରକୁ ଯାଇ ଟିକା ଦିଆଯାଉଛି। ଚଳିତ ମାସ ସୁଦ୍ଧା ଦ୍ୱିତୀୟ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ୫ ଜିଲ୍ଲାରେ ଟିକାକରଣ କମ୍‌ ରହିଛି। ସେହି ଜିଲ୍ଲା ଗୁଡିକ […]

ଅଦ୍ୟତନ ହୋଇଛି
'ଓଡ଼ିଶାରେ ବଢ଼ିବ ଟିକାକରଣ, ୫ ଜିଲ୍ଲାରେ କମ୍‌ ରହିଛି'

Vaccination

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। କରୋନା ମୁକାବିଲା ପାଇଁ ଟିକାକରଣ ବଢ଼ାଯିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ପ୍ରଥମ ଡୋଜ୍ ନେଇନଥିବା ଲୋକଙ୍କୁ ଚିହ୍ନଟ କରି ଘରକୁ ଯାଇ ଟିକା ଦିଆଯାଉଛି। ଚଳିତ ମାସ ସୁଦ୍ଧା ଦ୍ୱିତୀୟ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

Advertisment

୫ ଜିଲ୍ଲାରେ ଟିକାକରଣ କମ୍‌ ରହିଛି। ସେହି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ମୟୁରଭଞ୍ଜ, ଗଜପତି, କଟକ, ସୁନ୍ଦରଗଡ଼ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।କଟକ, ଅନୁଗୁଳ, ଗଜପତି, ସୁନ୍ଦରଗଡ ଗଡ଼ ଅଧିକ ଲୋକ ପ୍ରଥମ ଡୋଜ ନେଇ ନାହାନ୍ତି। ମୟୁରଭଞ୍ଜରେ ଦ୍ଵିତୀୟ ଡୋଜ ନେବା ପାଇଁ ଅଧିକ ଲୋକ ବାକି ଅଛନ୍ତି। ଏହି ସବୁ ଜିଲ୍ଲା ମାନଙ୍କରେ ପ୍ରତି ବ୍ଲକରେ ୧୨ ଟି ଲେଖାଏଁ  ମୋବାଇଲ ଭ୍ୟାନ କରାଯାଇ ଟିକା ଦିଆଯାଉଛି।

ଏହି ଟିକାକରଣ କମ୍‌ ଥିବା ଜିଲ୍ଲାକୁ  ଛାଡି ବାକି ସବୁ ବ୍ଳକରେ ୧୦ଟି ମୋବାଇଲ ଭ୍ୟାନ ଜରିଆରେ ଟିକା ଦିଆଯାଉଛି। ଯେଉଁ ଲୋକମାନେ ଟିକା ନେବା ପାଇଁ ଆସୁନାହାନ୍ତି। ସେ ପଞ୍ଚାୟତରେ ପ୍ରଭାବଶାଳୀ ଲୋକ ଏବଂ ପିଆରଆଇ ଓ ଏଏନ୍‌ଏମ୍‌ଙ୍କ ଜରିଆରେ ସେଚେତନ କରାଯାଉଛି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତଙ୍କ ଟିକାକରଣ ସାରିବାକୁ ଲକ୍ଷ୍ୟ ରହିଛି। ୯୨% ପ୍ରଥମ ଡୋଜ୍‌ ନେଇସାରିଛନ୍ତି। ଆଇ ୮% ବାକି ଅଛି। ଏହାକୁ ଚଳିତ ମାସରେ ହିଁ ପୂରଣ କରାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe