Advertisment

ଘର ପାଖରେ ଟିକା ନେବେ ବରିଷ୍ଠ ଓ ଭିନ୍ନକ୍ଷମ, ଯିବାକୁ ପଡ଼ିବନି ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କୋଭିଡ୍ ଟିକା ନେବା ପାଇଁ ଏଣିକି ହସ୍ପିଟାଲ ଯିବାକୁ ପଡ଼ିବ ନାହିଁ। ସେମାନଙ୍କ ଘର ପାଖରେ ହିଁ ପ୍ରଶାସନ ପକ୍ଷରୁ କୋଭିଡ୍ ଟିକାକରଣ କେନ୍ଦ୍ର ଖୋଲାଯିବ ଓ ଯେଉଁଠି ସେମାନଙ୍କୁ କୋ-ୱିନ୍ ପୋର୍ଟାଲରେ ତତ୍କାଳ ପଞ୍ଜିକରଣ କରାଯାଇ ଏହି ଟିକା ଦିଆଯିବ। ଏହାବ୍ୟତୀତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କୋଭିଡ୍ ଟିକାକରଣ କେନ୍ଦ୍ରକୁ ବାଦ୍ ଦେଇ ଅନ୍ୟ କୌଣସି ସ୍ଥାନରେ ଟିକା ଦିଆଗଲେ ତୁରନ୍ତ ଆଇନଗତ […]

ଅଦ୍ୟତନ ହୋଇଛି
ମାର୍ଚ୍ଚରୁ ଏହି ବୟସର ଲୋକଙ୍କୁ ଦିଆଯିବ କରୋନା ଟିକା

Vaccine

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କୋଭିଡ୍ ଟିକା ନେବା ପାଇଁ ଏଣିକି ହସ୍ପିଟାଲ ଯିବାକୁ ପଡ଼ିବ ନାହିଁ। ସେମାନଙ୍କ ଘର ପାଖରେ ହିଁ ପ୍ରଶାସନ ପକ୍ଷରୁ କୋଭିଡ୍ ଟିକାକରଣ କେନ୍ଦ୍ର ଖୋଲାଯିବ ଓ ଯେଉଁଠି ସେମାନଙ୍କୁ କୋ-ୱିନ୍ ପୋର୍ଟାଲରେ ତତ୍କାଳ ପଞ୍ଜିକରଣ କରାଯାଇ ଏହି ଟିକା ଦିଆଯିବ। ଏହାବ୍ୟତୀତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କୋଭିଡ୍ ଟିକାକରଣ କେନ୍ଦ୍ରକୁ ବାଦ୍ ଦେଇ ଅନ୍ୟ କୌଣସି ସ୍ଥାନରେ ଟିକା ଦିଆଗଲେ ତୁରନ୍ତ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, କୋଭିଡ୍ ଟିକାକରଣର ସୁପରିଚାଳନା ଜାତୀୟ ଏକ୍ସପର୍ଟ ଗ୍ରୁପ୍‌ଙ୍କ ସୁପାରିସ ଓ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସୁପାରିସ୍ ଅନୁସାରେ କରାଯାଉଛି।

Advertisment

୬୦ବର୍ଷରୁ ୍ଅଧିକ ବୟସର ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଡୋର ଟୁ ଡୋର ଟିକାକରଣକୁ ଜାତୀୟ ଏକ୍ସପର୍ଟ ଗ୍ରୁପ୍ ବିରୋଧ କରିଛନ୍ତି । ତେବେ ଏହି ବର୍ଗର ବ୍ୟକ୍ତିମାନଙ୍କୁ ସେମାନଙ୍କ ଘର ପାଖରେ ଟିକା ଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ଘର ପାଖରେ ଥିବା କମ୍ୟୁନିଟି ସେଣ୍ଟର, ସ୍କୁଲ, ପଂଚାୟତ କୋଠା, କିମ୍ବା ଅନ୍ୟ କୌଣସି ସାର୍ବଜନୀନ କୋଠାରେ ଏହି ଟିକାକରଣ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେଣୁ ପଂଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା, ରୋଗୀ କଲ୍ୟାଣ ସମିତି, ସହରାଂଚଳ ସ୍ୱାୟତ୍ତ ସଂସ୍ଥା ଆଦିଗୁଡ଼ିକର ସହଯୋଗରେ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଟିକାକରଣ କାର୍ଯ୍ୟ କରିବାକୁ ସରକାର  ପରାମର୍ଶ ଦେଇଛନ୍ତି।

ତେବେ ଏଭଳି ଟିକାକରଣ କେନ୍ଦ୍ର ପାଇଁ ଗୋଟିଏ ଲେଖାଏଁ ଟିକାକରଣ ଟିମ୍ ଗଠନ କରିବାକୁ କୁହାଯାଇଛି । ଯେଉଁଥିରେ ଅତିକମରେ ଜଣେ ଡାକ୍ତର, ଜଣେ ନର୍ସ(ଟିକା ଦେଉଥିବା ବ୍ୟକ୍ତି), ପଞ୍ଜିକରଣ କରୁଥିବା ଜଣେ ବ୍ୟକ୍ତି ଓ ଟିକା ନେବା ପରେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବକୁ ନଜର ରଖିବା ପାଇଁ ଅନ୍ୟ ୨ଜଣଙ୍କୁ ଏହି ଟିମରେ ସାମିଲ କରିବାକୁ କୁହାଯାଇଛି । ଏହି ଟିମ୍ ସହ ମଧ୍ୟ ଗୋଟିଏ ଜୀବନରକ୍ଷକ ପ୍ରଣାଳୀ ଥିବା ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ରହିବ। ଭିନ୍ନକ୍ଷମ ବ୍ୟକ୍ତିଙ୍କ ଟିକାକରଣ ପାଇଁ ସ୍ଥାନୀୟ ସମାଜ ମଙ୍ଗଳ ବିଭାଗର କର୍ମଚାରୀମାନଙ୍କୁ ମଧ୍ୟ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି।
ବରିଷ୍ଠ ଓ ଭିନ୍ନକ୍ଷମ ବର୍ଗର ଯେଉଁ ବ୍ୟକ୍ତିମାନେ ଟିକା ନେବା ପାଇଁ ପୂର୍ବରୁ ପଞ୍ଜିକରଣ କରିନଥିବେ ସେମାନଙ୍କୁ ସଙ୍ଗେସଙ୍ଗେ କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ କରାଇ ଏହି ଟିକାଦାନ କାର୍ଯ୍ୟ କରିବାକୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ସିଡିଏମଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏମାନଙ୍କ ବ୍ୟତୀତ ଅନ୍ୟ ବର୍ଗର ଲୋକମାନଙ୍କ ଟିକାକରଣବେଳେ ଅନଲାଇନରେ ସ୍ଲଟ ବୁକିଂ କରିଥିବା ବ୍ୟକ୍ତିମାନଙ୍କୁ ଟିକାକରଣବେଳେ ଅଗ୍ରାଧିକାର ଦେବାକୁ ପରାମର୍ଶ ଦିଆଯାଇଛି। ଅନଲାଇନରେ ସ୍ଲଟ ବୁକିଂ ସତ୍ତ୍ୱେ ଟିକାକରଣ କେନ୍ଦ୍ର ବାହାରେ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିବାର ଅଭିଯୋଗ ଆସିବା ପରେ ସରକାର ଏଭଳି ବ୍ୟକ୍ତିମାନଙ୍କୁ ଟିକାକରଣବେଳେ ତତ୍କାଳ ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହାସହିତ ୪ଟି ସ୍ଥାନ ବାଦ୍ ଅନ୍ୟ କେଉଁଠି ଯେପରି କୋଭିଡ୍ ଟିକାଦାନର ବ୍ୟବସ୍ଥା ନହୁଏ ତାହା ସୁନିଶ୍ଚିତ କରିବା ପାଇଁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମତଃ ସରକାରୀ କୋଭିଡ୍ ଟିକାକରଣ କେନ୍ଦ୍ର, ଘରୋଇ ହସ୍ପିଟାଲ ଦ୍ୱାରା ପରିଚାଳିତ ଘରୋଇ କୋଭିଡ୍ ଟିକାକରଣ କେନ୍ଦ୍ର, ସରକାରୀ ଓ ଘରୋଇ ହସ୍ପିଟାଲ ଦ୍ୱାରା ପରିଚାଳିତ ଯଥାକ୍ରମେ ସରକାରୀ ଅଫିସ୍ ଓ ଘରୋଇ ଅଫିସ୍ ପାଇଁ କାର୍ଯ୍ୟସ୍ଥଳୀରେ ଟିକାକରଣ, ଶେଷରେ ଅସ୍ଥାୟୀ ଭାବେ ଘର ପାଖରେ କୋଭିଡ୍ ଟିକାକରଣ କେନ୍ଦ୍ରକୁ ଛାଡ଼ି ଅନ୍ୟ କୌଣସି ସ୍ଥାନରେ କୋଭିଡ୍ ଟିକାକରଣ କାର୍ଯ୍ୟ ଚାଲିଥିଲେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆବଶ୍ୟକ ନିର୍ଦ୍ଦେଶନାମା ପଠାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି।

Covid Vaccine Covid Management
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe