ସବୁ ଜିଲ୍ଲାର ନଦୀରେ ବିସର୍ଜିତ ହେବ ବାଜପେୟୀଙ୍କ ଚିତାଭସ୍ମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର}: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରାଜ୍ୟର ସବୁ ନଦୀଗୁଡିକରେ ବିସର୍ଜିତ ହେବ। ଏହି ଉଦ୍ଦେଶ୍ୟରେ ବିଜେପିର ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ଆଜି ବାଜପେୟୀଙ୍କ ଚିତାଭସ୍ମ କଳସ ପ୍ରଦାନ କରାଯାଇଛି। ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଅଟଳଜୀଙ୍କ ଚିତାଭସ୍ନ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବୁଢ଼ା ବଳଙ୍ଗ, ସୁବର୍ଣରେଖା ଓ ଅଙ୍ଗ ଆଦି ପବିତ୍ର ନଦୀ ଜଳରେ ବିସର୍ଜିତ କରାଯିବ। […]

vajpayee asthi kalas

Sampad Mahapatra
  • Published: Friday, 24 August 2018
  • , Updated: 25 August 2018, 12:15 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର}: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରାଜ୍ୟର ସବୁ ନଦୀଗୁଡିକରେ ବିସର୍ଜିତ ହେବ। ଏହି ଉଦ୍ଦେଶ୍ୟରେ ବିଜେପିର ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ଆଜି ବାଜପେୟୀଙ୍କ ଚିତାଭସ୍ମ କଳସ ପ୍ରଦାନ କରାଯାଇଛି।

ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଅଟଳଜୀଙ୍କ ଚିତାଭସ୍ନ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବୁଢ଼ା ବଳଙ୍ଗ, ସୁବର୍ଣରେଖା ଓ ଅଙ୍ଗ ଆଦି ପବିତ୍ର ନଦୀ ଜଳରେ ବିସର୍ଜିତ କରାଯିବ। ଅଟଳଜୀ ଭାରତର ସର୍ବସମ୍ମତ ନେତା ଥିଲେ। ତାଙ୍କ ସହିତ ସମଗ୍ର ଭାରତର, ବିଶେଷ କରି, ଓଡିଆ ଲୋକମାନଙ୍କର ଏକ ଭାବଗତ ସମ୍ପର୍କ ଥିଲା।

ଅଟଳଜୀଙ୍କର ସଠିକ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଭାରତର ପ୍ରତ୍ୟେକ ଘରେ ତାଙ୍କର ବାର୍ତ୍ତା ପହଞ୍ଚାଇଲେ ହିଁ ହେବ ବୋଲି ସେ କହିଛନ୍ତି। ଓଡିଶାରେ ଦଳମତ ନିର୍ବିଶେଷରେ ରାଜନୀତିକ ନେତୃତ୍ୱ ସାମାଜିକ ବ୍ୟକ୍ତିତ୍ୱ ତଥା ଧାର୍ମିକ ଓ ସାଧୁ ସନ୍ଥ ସମାଜ ଗୋଟିଏ ମଞ୍ଚରେ ଏକାଠି ହୋଇ ଅଟଳଜୀଙ୍କ ସ୍ମୃତି ଚାରଣ କରିବା ତାଙ୍କର ମହାନ ବ୍ୟକ୍ତିତ୍ୱର ପରିଚାୟକ।

ଏହାସହିତ ଓଡିଶାରେ ଅଟଳଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ଉଚିତ ବୋଲି ସେ କହିଥିଲେ।

Related story