Advertisment

ସବୁ ଜିଲ୍ଲାର ନଦୀରେ ବିସର୍ଜିତ ହେବ ବାଜପେୟୀଙ୍କ ଚିତାଭସ୍ମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର}: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରାଜ୍ୟର ସବୁ ନଦୀଗୁଡିକରେ ବିସର୍ଜିତ ହେବ। ଏହି ଉଦ୍ଦେଶ୍ୟରେ ବିଜେପିର ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ଆଜି ବାଜପେୟୀଙ୍କ ଚିତାଭସ୍ମ କଳସ ପ୍ରଦାନ କରାଯାଇଛି। ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଅଟଳଜୀଙ୍କ ଚିତାଭସ୍ନ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବୁଢ଼ା ବଳଙ୍ଗ, ସୁବର୍ଣରେଖା ଓ ଅଙ୍ଗ ଆଦି ପବିତ୍ର ନଦୀ ଜଳରେ ବିସର୍ଜିତ କରାଯିବ। […]

ଅଦ୍ୟତନ ହୋଇଛି
ସବୁ ଜିଲ୍ଲାର ନଦୀରେ ବିସର୍ଜିତ ହେବ ବାଜପେୟୀଙ୍କ ଚିତାଭସ୍ମ

vajpayee asthi kalas

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର}: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରାଜ୍ୟର ସବୁ ନଦୀଗୁଡିକରେ ବିସର୍ଜିତ ହେବ। ଏହି ଉଦ୍ଦେଶ୍ୟରେ ବିଜେପିର ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ଆଜି ବାଜପେୟୀଙ୍କ ଚିତାଭସ୍ମ କଳସ ପ୍ରଦାନ କରାଯାଇଛି।

Advertisment

ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଅଟଳଜୀଙ୍କ ଚିତାଭସ୍ନ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବୁଢ଼ା ବଳଙ୍ଗ, ସୁବର୍ଣରେଖା ଓ ଅଙ୍ଗ ଆଦି ପବିତ୍ର ନଦୀ ଜଳରେ ବିସର୍ଜିତ କରାଯିବ। ଅଟଳଜୀ ଭାରତର ସର୍ବସମ୍ମତ ନେତା ଥିଲେ। ତାଙ୍କ ସହିତ ସମଗ୍ର ଭାରତର, ବିଶେଷ କରି, ଓଡିଆ ଲୋକମାନଙ୍କର ଏକ ଭାବଗତ ସମ୍ପର୍କ ଥିଲା।

ଅଟଳଜୀଙ୍କର ସଠିକ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଭାରତର ପ୍ରତ୍ୟେକ ଘରେ ତାଙ୍କର ବାର୍ତ୍ତା ପହଞ୍ଚାଇଲେ ହିଁ ହେବ ବୋଲି ସେ କହିଛନ୍ତି। ଓଡିଶାରେ ଦଳମତ ନିର୍ବିଶେଷରେ ରାଜନୀତିକ ନେତୃତ୍ୱ ସାମାଜିକ ବ୍ୟକ୍ତିତ୍ୱ ତଥା ଧାର୍ମିକ ଓ ସାଧୁ ସନ୍ଥ ସମାଜ ଗୋଟିଏ ମଞ୍ଚରେ ଏକାଠି ହୋଇ ଅଟଳଜୀଙ୍କ ସ୍ମୃତି ଚାରଣ କରିବା ତାଙ୍କର ମହାନ ବ୍ୟକ୍ତିତ୍ୱର ପରିଚାୟକ।

Advertisment

ଏହାସହିତ ଓଡିଶାରେ ଅଟଳଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ଉଚିତ ବୋଲି ସେ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe