Advertisment

୨୩ରେ ପୁରୀ ମହୋଦଧିରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ !

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ରବିବାର ଉତ୍ତରାଖଣ୍ଡସ୍ଥିତ ହରିଦ୍ୱାରରେ ଗଙ୍ଗାନଦୀରେ ବିସର୍ଜନ କରାଯାଇଛି। ତାଙ୍କ ପାଳିତ କନ୍ୟା ନମିତା କୌଲ ‘ସ୍ମୃତିସ୍ଥଳ’ରୁ ତାଙ୍କ ଅସ୍ଥି ସଂଗ୍ରହ କରିଥିଲେ। ବାଜପେୟୀଙ୍କ ଚିତାଭସ୍ମକୁ ଦେଶର ୧୦୦ରୁ ଅଧିକ ନଦୀରେ ବିସର୍ଜନ କରାଯିବାର ଯୋଜନା ରହିଛି। ଏହି କ୍ରମରେ ବାଜପେୟୀଙ୍କ ଅସ୍ଥି ଆସନ୍ତା ୨୨ ତାରିଖରେ ଓଡ଼ିଶା ପହଞ୍ଚିବାର ସୂଚନା ମିଳିଛି। ପ୍ରଥମେ ତାଙ୍କ ଅସ୍ଥିକୁ ବିଜେପି ରାଜ୍ୟକାର୍ଯ୍ୟାଳୟରେ ସମ୍ମାନ […]

author-image
Tapas Behera
ଅଦ୍ୟତନ ହୋଇଛି
୨୩ରେ ପୁରୀ ମହୋଦଧିରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ !

vajpayee-1

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ରବିବାର ଉତ୍ତରାଖଣ୍ଡସ୍ଥିତ ହରିଦ୍ୱାରରେ ଗଙ୍ଗାନଦୀରେ ବିସର୍ଜନ କରାଯାଇଛି। ତାଙ୍କ ପାଳିତ କନ୍ୟା ନମିତା କୌଲ ‘ସ୍ମୃତିସ୍ଥଳ’ରୁ ତାଙ୍କ ଅସ୍ଥି ସଂଗ୍ରହ କରିଥିଲେ। ବାଜପେୟୀଙ୍କ ଚିତାଭସ୍ମକୁ ଦେଶର ୧୦୦ରୁ ଅଧିକ ନଦୀରେ ବିସର୍ଜନ କରାଯିବାର ଯୋଜନା ରହିଛି।

Advertisment

ଏହି କ୍ରମରେ ବାଜପେୟୀଙ୍କ ଅସ୍ଥି ଆସନ୍ତା ୨୨ ତାରିଖରେ ଓଡ଼ିଶା ପହଞ୍ଚିବାର ସୂଚନା ମିଳିଛି। ପ୍ରଥମେ ତାଙ୍କ ଅସ୍ଥିକୁ ବିଜେପି ରାଜ୍ୟକାର୍ଯ୍ୟାଳୟରେ ସମ୍ମାନ ଦିଆଯିବା ପରେ ୨୩ ତାରିଖରେ ପୁରୀ ମହୋଦଧିରେ ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାରେ ଏହି ପ୍ରକ୍ରିୟା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ 24 ତାରିଖରେ ଏସମ୍ପର୍କିତ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି। ଏଥିରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଅର୍ଥାତ ରାଜ୍ୟର କେଉଁ କେଉଁ ନଦୀରେ ଅସ୍ଥି ବିସର୍ଜନ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

Advertisment