Advertisment

ମହାପ୍ରଭୁଙ୍କ ରୋଷଶାଳାରେ ଚୁଲି ଭଙ୍ଗିଲା କିଏ? ତଦନ୍ତ କରିବ ୫ ଜଣିଆ ଟିମ୍‌

ପୁରୀ (ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭଙ୍ଗିଲା କିଏ? ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ବା ଜିଲ୍ଲା ପ୍ରଶାସନ କାହା ପାଖରେ କିଛି ଉତ୍ତର ନାହିଁ। ଏନେଇ ହୋ-ହଲ୍ଲା ପରେ ପ୍ରଶାସନର ଚେତା ପଶିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁରୀ ଏସ୍‌ପି  କନୱାର ବିଶାଳ ସିଂହ ୫ ଜଣିଆ ଟିମ୍‌ ଗଠନ କରିଛନ୍ତି। ଓଡ଼ିଆ ଜାତିର […]

author-image
Manoranjan Sial
ଅଦ୍ୟତନ ହୋଇଛି
ମହାପ୍ରଭୁଙ୍କ ରୋଷଶାଳାରେ ଚୁଲି ଭଙ୍ଗିଲା କିଏ? ତଦନ୍ତ କରିବ ୫ ଜଣିଆ ଟିମ୍‌

Puri

ପୁରୀ (ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭଙ୍ଗିଲା କିଏ? ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ବା ଜିଲ୍ଲା ପ୍ରଶାସନ କାହା ପାଖରେ କିଛି ଉତ୍ତର ନାହିଁ। ଏନେଇ ହୋ-ହଲ୍ଲା ପରେ ପ୍ରଶାସନର ଚେତା ପଶିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁରୀ ଏସ୍‌ପି  କନୱାର ବିଶାଳ ସିଂହ ୫ ଜଣିଆ ଟିମ୍‌ ଗଠନ କରିଛନ୍ତି।

Advertisment

https://twitter.com/dpradhanbjp/status/1510882932126547970?s=20&t=q6OxdtHAWiZkmh2IRPYrYw

ଏସ୍‌ପିଙ୍କ କହିବା ଅନୁସାରେ ଘଟଣାର ତଦନ୍ତ ପାଇଁ ସିସିଟିଭି ଯାଞ୍ଚ ଚାଲିଛି। ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ। ମାମଲାକୁ ଟପ୍‌ ମୋଷ୍ଟ କ୍ୟାଟଗୋରୀରେ ଆମେ ନେଉଛୁ। ଏଭଳି ଜଘନ୍ୟ ଘଟଣାରେ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ସିଂହଦ୍ୱାର ଥାନାରେ ହୋଇଥିବା ଏତଲା ଆଧାରରେ ୪୨୭ IPC, ୨୯୫ A, ସେକ୍ସନ ୩୦ (A)(B) SJTAରେ ମାମଲା ରୁଜୁ ହୋଇଛି ବୋଲି ଏସ୍‌ପି କହିଛନ୍ତି।

Advertisment

ସେପଟେ ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, “ଓଡ଼ିଆ ଜାତିର ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସ୍ଥିତ ପବିତ୍ର ରୋଷଘର ଚୁଲି ଗୁଡ଼ିକ ଭାଙ୍ଗି ଦିଆଯିବା ଘଟଣା ଗଣମାଧ୍ୟମରୁ ଜାଣିବାକୁ ପାଇଲି। ଏହି ଖବର ମୋତେ ଦୁଃଖିତ ଓ ବ୍ୟଥିତ କରିଛି। ମହାପ୍ରଭୁ ଓଡ଼ିଶାବାସୀ ଏବଂ ସାରା ବିଶ୍ୱର ହିନ୍ଦୁ ସମାଜର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ। ରୋଷଘରରେ ଅବଢ଼ା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ଘଟଣା।”

https://twitter.com/dpradhanbjp/status/1510882936488611842?s=20&t=q6OxdtHAWiZkmh2IRPYrYw

ସେ ଆହୁରି ଲେଖିଛନ୍ତି-“ମହାପ୍ରସାଦ ସହ ଓଡ଼ିଆଙ୍କ ଭାବାବେଗ ଜଡ଼ିତ ରହିଛି। ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ତୁଲ୍ୟ। ମହାପ୍ରଭୁଙ୍କ ରୋଷଘର ସହ ମା’ ଲକ୍ଷ୍ମୀ ଓ ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଜଡ଼ିତ ଥିବା ଓଡ଼ିଆ ଜନମାନସର ବିଶ୍ୱାସ। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ହେବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ।”

https://twitter.com/PandaJay/status/1510909261278167046?s=20&t=q6OxdtHAWiZkmh2IRPYrYw

ଶ୍ରୀମନ୍ଦିର ରୋଷଘରେ ୮୦ରୁ ଅଧିକ ଚୁଲି ଭଙ୍ଗାବାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଏଭଳି ଘଟଣା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରୋଷଘରେ ପଶି ଚୁଲି ଭାଙ୍ଗିଥିବା ଦୁର୍ବୃତ୍ତଙ୍କୁ ଏ ଜାତି କେବେ ବି କ୍ଷମା ଦେବନି। କିନ୍ତୁ ଏହାର ମାନେ ନୁହେଁ ଯେ ଦାୟିତ୍ୱରେ ଥିବା ବ୍ୟବସ୍ଥା ଚୁପ୍‌ ହୋଇ ବସିଯିବେ, ଯାହାକି ଆଜି ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି କଳାପାହାଡ଼ ସଦୃଶ ଦୁର୍ବୃତ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୈଜୟନ୍ତ ଲେଖିଛନ୍ତି।

Puri Shreemandir