Advertisment

ଆସନ୍ତା ମାସରେ ଓଡ଼ିଶାରେ ଦୌଡ଼ିପାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌

ସୂଚନା ଅନୁସାରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀରୁ ହାୱାଡା ଭାୟା ଭୁବନେଶ୍ୱର ଦେଇ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିପାରନ୍ତି। ତେବେ ଏହାର ସମୟ ସାରଣୀ ପ୍ରସ୍ତୁତ ହୋଇନାହିଁ।

Vande Bharat Express

Vande Bharat Express

Advertisment

ଆସନ୍ତା ମାସରେ ଓଡ଼ିଶାରେ ଦୌଡ଼ିପାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌। ସେଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଚେନ୍ନାଇ ସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ବଗି ଗଲା କୋଲକାତା। ସେଠାରେ ପ୍ରାଇମେରୀ ମେଣ୍ଟେନାନ୍ସ ପରେ ଓଡ଼ିଶା ଆସିବ। ଓଡ଼ିଶାରେ ସେକେଣ୍ଡାରୀ ମେଣ୍ଟେନାନ୍ସ ପରେ ବିଧିବଦ୍ଧ ଉଦଘାଟନ ହେବ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀରୁ ହାୱାଡା ଭାୟା ଭୁବନେଶ୍ୱର ଦେଇ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିପାରନ୍ତି। ତେବେ ଏହାର ସମୟ ସାରଣୀ ପ୍ରସ୍ତୁତ ହୋଇନାହିଁ। ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି।

ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍‌ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ସେଥିପାଇଁ ଏକ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ବାହାରି କୋଲକାତା ଯାଇଛି। କୋଲକାତାରେ ପ୍ରାଇମେରୀ ମେଣ୍ଟେନାନ୍ସ ପରେ ଓଡ଼ିଶା ଆସିବ। ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି।

Advertisment
Puri Railway Minister Vande Bharat Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe