Advertisment

‘ରାଜ୍ୟ ସଙ୍ଗୀତ’ ନୁହେଁ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କ ସମ୍ମାନରେ ଆସନ୍ତା ୩୦ତାରିଖ ଅପରାହ୍ନ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେବା ସହ ସବୁ ଦଳର ସହଯୋଗ ଲୋଡ଼ିବାପରେ ଏକ ନୂଆ ତଥ୍ୟ ପଦାକୁ ଆସିଛି। କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ନେଇ ଏକ ନୂଆ ତଥ୍ୟ ପଦାକୁ ଆସିଛି । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ବୋଲା ଯାଉଥିବା ‘ବନ୍ଦେ ଉତ୍କଳ ଜନନୀ’କୁ […]

ଅଦ୍ୟତନ ହୋଇଛି
‘ରାଜ୍ୟ ସଙ୍ଗୀତ’ ନୁହେଁ ବନ୍ଦେ ଉତ୍କଳ ଜନନୀ

banday-utkal-janani

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କ ସମ୍ମାନରେ ଆସନ୍ତା ୩୦ତାରିଖ ଅପରାହ୍ନ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେବା ସହ ସବୁ ଦଳର ସହଯୋଗ ଲୋଡ଼ିବାପରେ ଏକ ନୂଆ ତଥ୍ୟ ପଦାକୁ ଆସିଛି। କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ନେଇ ଏକ ନୂଆ ତଥ୍ୟ ପଦାକୁ ଆସିଛି । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ବୋଲା ଯାଉଥିବା ‘ବନ୍ଦେ ଉତ୍କଳ ଜନନୀ’କୁ ଏପର୍ଯ୍ୟନ୍ତ ରାଜ୍ୟ ସଙ୍ଗୀତ(ଷ୍ଟେଟ୍ ଆନ୍ଥେମ)ର ମାନ୍ୟତା ମିଳିନଥିବା ଜଣାପଡ଼ିଛି।

Advertisment

କାନ୍ତକବି ଶ୍ରୀ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ସର୍ବପ୍ରଥମେ ୧୯୧୨ ମସିହାରେ ବାଲେଶ୍ୱରରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ଗାନ କରାଯାଇଥିଲା। ଏହି ଗୀତ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟି କରାଯାଇଥିଲା ଓ ୧୯୩୬ ଏପ୍ରିଲ ୧ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବା ପରେ ଏହି ଗୀତ ବୋଲା ଯାଇଥିଲା। ପରବର୍ତ୍ତୀ ସମୟରେ ୧୯୯୦ ଦଶନ୍ଧିରେ ଏହି ଗୀତକୁ ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଶିକ୍ଷାନୁଷ୍ଠାନରେ ବୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ସଙ୍ଗୀତକୁ ‘ଷ୍ଟେଟ୍ ଆନ୍ଥେମ’ ଭାବେ ଘୋଷଣା କରିବାକୁ ଏପର୍ଯ୍ୟନ୍ତ ପଦକ୍ଷେପ ନେଇନାହାନ୍ତି।
ଉନ୍ନତ ଓଡ଼ିଶା ଅଭିଯାନର ଆବାହକ ସୁବାସ ମହାପାତ୍ରଙ୍କ ଏନେଇ ସର୍ବପ୍ରଥମେ ୨୦୧୮ ଜୁନ୍ ୨୭ତାରିଖରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ପରେ ସେ ଏନେଇ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟ ବିଚାରପତି ଜଷ୍ଟିସ ସିଆର ଦାଶଙ୍କ ଖଣ୍ଡପୀଠ ୨୦୧୯ ନଭେମ୍ବର ୧୧ତାରିଖରେ ଏହି ମାମଲାର ଶୁଣାଣି କରି ଆବେଦନକାରୀ ଶ୍ରୀ ମହାପାତ୍ରଙ୍କ ଆବେଦନ ଉପରେ ୬ମାସ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଲେ। ଏହାସହିତ ମୁଖ୍ୟ ସଚିବଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀ ମହାପାତ୍ର ୨୦୨୦ ଜାନୁୟାରୀ ପହିଲାରେ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ସମସ୍ତ ଦସ୍ତାବିଜ ପ୍ରଦାନ କରିବା ସହ କୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ଅବଗତ କରି ‘ବନ୍ଦେ ଉତ୍କଳ ଜନନୀ’କୁ ‘ରାଜ୍ୟ ସଙ୍ଗୀତ’ର ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ।
ମାତ୍ର ଏପର୍ଯ୍ୟନ୍ତ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପାଇଁ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe