Advertisment

ବିଘ୍ନ ବିନାଶକଙ୍କ ରୁଦ୍ର ରୂପ, ବିକୃତ ମୂର୍ତ୍ତି କରାଯିବା ନେଇ ତାଗିଦ୍ କଲା ପୁଲିସ

କଟକ(ଓଡ଼ିଶା ରିପୋର୍ଟର): ବିଘ୍ନ ବିନାଶକଙ୍କ ରୁଦ୍ର ରୂପ। ଜଟାରେ ଗଙ୍ଗା, ବେକରେ ସାପ। ଦେବ ଦେବ ମହାଦେବଙ୍କ ଅବତାରରେ ଅଗ୍ରପୂଜ୍ୟ ଗଣେଶ। କେଉଁ ମୂର୍ତ୍ତିରେ ଗଜାନନ ସିଂହ ଉପରେ ବିରାଜମାନ କରିଛନ୍ତି ତ ଆଉ କେଉଁଠି ଦୁଇ ସିଂହ ଉପରେ ରଖିଛନ୍ତି ହାତ। ଭିନ୍ନ ଭିନ୍ନ ବେଶରେ ବିଭିନ୍ନ ଢଙ୍ଗରେ ତିଆରି ହୋଇଛି ଭଳିକି ଭଳି ମୂର୍ତ୍ତି। ତେବେ ଏଭଳି ନିଆରା ଗଣାନନ ମୂର୍ତ୍ତି ନିର୍ମାଣକୁ ନେଇ ଅଡୁଆରେ ପଡିଛନ୍ତି ଶିଳ୍ପୀ ଓ ପୂଜା କମିଟି। ପ୍ରଭୁ […]

ଅଦ୍ୟତନ ହୋଇଛି
ବିଘ୍ନ ବିନାଶକଙ୍କ ରୁଦ୍ର ରୂପ, ବିକୃତ ମୂର୍ତ୍ତି କରାଯିବା ନେଇ ତାଗିଦ୍ କଲା ପୁଲିସ

ganesh-

Advertisment

କଟକ(ଓଡ଼ିଶା ରିପୋର୍ଟର): ବିଘ୍ନ ବିନାଶକଙ୍କ ରୁଦ୍ର ରୂପ। ଜଟାରେ ଗଙ୍ଗା, ବେକରେ ସାପ। ଦେବ ଦେବ ମହାଦେବଙ୍କ ଅବତାରରେ ଅଗ୍ରପୂଜ୍ୟ ଗଣେଶ। କେଉଁ ମୂର୍ତ୍ତିରେ ଗଜାନନ ସିଂହ ଉପରେ ବିରାଜମାନ କରିଛନ୍ତି ତ ଆଉ କେଉଁଠି ଦୁଇ ସିଂହ ଉପରେ ରଖିଛନ୍ତି ହାତ। ଭିନ୍ନ ଭିନ୍ନ ବେଶରେ ବିଭିନ୍ନ ଢଙ୍ଗରେ ତିଆରି ହୋଇଛି ଭଳିକି ଭଳି ମୂର୍ତ୍ତି।

Advertisment

ତେବେ ଏଭଳି ନିଆରା ଗଣାନନ ମୂର୍ତ୍ତି ନିର୍ମାଣକୁ ନେଇ ଅଡୁଆରେ ପଡିଛନ୍ତି ଶିଳ୍ପୀ ଓ ପୂଜା କମିଟି। ପ୍ରଭୁ ଗଣେଶଙ୍କ ମୂର୍ତ୍ତି ବିକୃତ ଓ ବିଦ୍ରୁପ କରିବା ଅଭିଯୋଗରେ କଟକ କୁମ୍ଭାର ସାହିର କିଛି ଶିଳ୍ପୀଙ୍କୁ ଆଜି ଥାନାକୁ ଡାକି ତାଗିଦ କରିଛି ପୁଲିସ। ଏଥିସହ ତୁରନ୍ତ ମୂର୍ତ୍ତି ଭାଙ୍ଗିବାକୁ କୁହାଯାଇଛି। ସେପଟେ ପୁଲିସର ଏଭଳି ଆଭିମୁଖ୍ୟ ପ୍ରତିବାଦରେ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ମୂର୍ତ୍ତି ଶିଳ୍ପୀ।

ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ନାରାୟଣ ମୁଦୁଲି କହିଛନ୍ତି, ହଠାତ୍ ପୁଲିସ ପହଞ୍ଚି ତାଙ୍କୁ ତାଗିଦ୍ କରିବା ଓ ଥାନାକୁ ଡାକିନେଇ ଦୀର୍ଘ ସମୟ ଅଟକ ରଖିବା ପ୍ରତିବାଦରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ଏହା ତାଙ୍କ ମାନସମ୍ମାନ କ୍ଷୁର୍ଣ୍ଣ କରିଛି। ଦୀର୍ଘ ୨ ବର୍ଷ ପୂଜା ବନ୍ଦ ଥିଲା। ଏବେ କାରିଗରମାନେ ଦୁଇପଇସା ପାଇବା ନିମନ୍ତେ କାମରେ ଲାଗିଥିବା ବେଳେ ପୁଲିସର ଏଭଳି ପଦକ୍ଷେପ ତାଙ୍କୁ ଆଘାତ ଦେଇଛି।

Advertisment

ତେବେ ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଧର୍ମୀୟ ଭାବନାକୁ କୁଠାରଘାତ କରୁଥିବା ଭଳି ମୂର୍ତ୍ତି ନିର୍ମାଣ କଲେ କାର୍ଯ୍ୟାନୁଷ୍ଠାନ ହେବ। ଏବେ କେବଳ ସେମାନଙ୍କୁ ସେଚତନ କରାଯାଇଛି। ଚେତାବନୀ ଦେଇ ଏଭଳି ମୂର୍ତ୍ତି ନିର୍ମାଣ ନ କରିବାକୁ କୁହାଯାଇଛି। କାହାରିକୁ ଗାଳିଗୁଳଜ କରାଯାଇନି। ସମସ୍ତ ପୂଜା ମଣ୍ଡପଗୁଡ଼ିକୁ ମଧ୍ୟ ଏ ବାବଦରେ ଚେତାଇ ଦିଆଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲା ଭଳି କୌଣସି କାମ ନ କରିବାକୁ କୁହାଯାଇଛି।

ଆଇନଜୀବୀ ବିଜୟ ଦାଶ କହିଛନ୍ତି, ମୂର୍ତ୍ତିକୁ ବିକୃତ ଓ ବିଦ୍ରୁପ କରିବା ଅନୁଚିତ। ଠାକୁର ମୂର୍ତ୍ତି ଯେପରି ତିଆରି ହେବାକଥା କରାଯାଉ। ନଚେତ ଏହା ଦଣ୍ଡନୀୟ ଅପରାଧ।

ତେବେ କେବଳ କଟକ କାହିଁକି ରାଜ୍ୟର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟଙ୍କ ମୂର୍ତ୍ତିକୁ ଭିନ୍ନ ଭିନ୍ନ ରୂପ ଦିଆଯାଉଛି। କେଉଁଠି ଗଣେଶ ଘୋଡା ଉପରେ ବସିଛନ୍ତି ତ ଆଉ କେଉଁଠି ଗରୁଡ ଉପରେ। କେଉଁ ମୂର୍ତ୍ତି କାରିଗର ସାଇବାବାଙ୍କ କୋଳରେ ଗଣେଶଙ୍କୁ ସ୍ଥାନ ଦେଇଛନ୍ତି ତ ଆଉ କିଏ ଦେଇଛନ୍ତି ଶିବ ରୂପ ଓ କାଳିଆ ଦଳନର ଛାପ। ସମୁଦ୍ର ମନ୍ଥନରେ ବି ଲମ୍ବୋଦର, ଗଣେଶଙ୍କ ସିକ୍ସ ପ୍ୟାକ୍ ସାଙ୍ଗକୁ ବାହୁବଳୀ ବେଶ ମୂର୍ତ୍ତି ଯେତିକି ଆକର୍ଷଣୀୟ ସେତିକି ବିବାଦୀୟ। ଯାହାକୁ ନେଇ ପୁଲିସ ପଦକ୍ଷେପ ନେଇଛି ଓ ଘଟଣା ଅଲୋଚନାକୁ ଆସିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe