Advertisment

ବର୍ଷାଙ୍କୁ ଝଟକା, ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରିବାରିକ ବିବାଦ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟରୁ ଲାଗିଛି ଝଟକା। ସ୍ୱାମୀ ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସ୍‌ଡିଜେଏମ୍ କୋର୍ଟ। ବର୍ଷାଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ କଟକ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ତା’ ସହିତ ସେ ବର୍ଷାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବେ ବୋଲି କହିଥିଲେ। ଗତ ସପ୍ତାହରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ […]

ଅଦ୍ୟତନ ହୋଇଛି
ମାସେ ମଧ୍ୟରେ ଶାଶୁ ଘର ଛାଡ଼ିବେ ବର୍ଷା

Varsha

Advertisment

କଟକ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରିବାରିକ ବିବାଦ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟରୁ ଲାଗିଛି ଝଟକା। ସ୍ୱାମୀ ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସ୍‌ଡିଜେଏମ୍ କୋର୍ଟ।

Advertisment

ବର୍ଷାଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ କଟକ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ତା’ ସହିତ ସେ ବର୍ଷାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବେ ବୋଲି କହିଥିଲେ। ଗତ ସପ୍ତାହରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ କରି କୋର୍ଟ ବର୍ଷାଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ବର୍ଷାଙ୍କ ରହଣି ଲାଗି ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ମାସର ୧୦ ତାରିଖ କିମ୍ବା ତା’ ପୂର୍ବରୁ ଏହି ଟଙ୍କା ସେ ବର୍ଷାଙ୍କୁ ଦେବେ ବୋଲି କୋର୍ଟ କହିଛନ୍ତି। ଅନୁଭବଙ୍କଠାରୁ ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ଘର ଛାଡ଼ିବାକୁ କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅନୁଭବଙ୍କ ଓକିଲ ଆଲୋକ କୁମାର ମହାପାତ୍ର କହିଛନ୍ତି, ଦିନେ ଛାଡ଼ି ଦିନେ ବା ପ୍ରତି ସପ୍ତାହରେ ଅନୁଭବ ହୁଅନ୍ତୁ କି ତାଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ବିରୋଧରେ ଯେହେତୁ ମିଛ କେସ୍ ଦିଆଯାଉଥିଲା, ତେଣୁ ତାଙ୍କ ପରିବାର ଲୋକେ ସେଠାରେ ନିଜକୁ ସୁରକ୍ଷିତ ମଣି ନଥିଲେ। ସେଥିପାଇଁ ସେମାନେ ଘର ଛାଡ଼ି ଦେଇଥିଲେ। ବର୍ଷା ଏବେ ଯେଉଁ ଘରେ ପୁଲିସ୍‌ର ସୁରକ୍ଷା ବ୍ୟବସ୍ଥାରେ ରହୁଛନ୍ତି, ତାହା ଅନୁଭବଙ୍କ ପୈତୃକ ଘର। ସେହି ଘର ଉପରେ ଅନୁଭବଙ୍କ ବାପାଙ୍କ ବ୍ୟତୀତ ତାଙ୍କର ଦୁଇ ବଡ଼ ବାପାଙ୍କ ପରିବାର ଲୋକଙ୍କର ଓ ପିଉସୀଙ୍କର ଅଧିକାର ରହିଛି। ଏହି ଘର ତାଙ୍କ ଜେଜେ ବାପାଙ୍କ ନାଁରେ ରହିଛି। କିନ୍ତୁ ଜଣଙ୍କ ପାଇଁ ସମସ୍ତେ ଘର ଛାଡ଼ି ଦେଇଛନ୍ତି। ତେବେ ଏବେ ଅନୁଭବଙ୍କ ବାପା ଓ ବଡ଼ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ। ସେମାନେ ନିଜ ପୈତୃକ ଘରକୁ ଫେରିବାକୁ ଚାହୁଁଛନ୍ତି। ଏ କଥା ଆମେ କୋର୍ଟଙ୍କୁ ଜଣାଇଥିଲୁ। ପତିପତ୍ନୀଙ୍କ ବିବାଦରେ ଯେପରି ଘରର ଅନ୍ୟ ସଦସ୍ୟ, ବିଶେଷକରି ବୃଦ୍ଧ ବାପାମା’ ପେଶି ନୁହନ୍ତି, ସେନେଇ ସୁପ୍ରିମ୍‌କୋର୍ଟ ଅନେକ ମାମଲାରେ ନିର୍ଦ୍ଦେଶ ଦେଇଥିବାର ନଜିର ରହିଛି। ଏସବୁ ତଥ୍ୟ ଉପସ୍ଥାପନ କରିବା ପରେ କୋର୍ଟ ବର୍ଷାଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ଷା ତାଙ୍କ ଆୟର ଉତ୍ସ ଦେଖାଇବା ସହିତ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦିଅନ୍ତୁ ବୋଲି ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଅନ୍ୟ ଏକ ଆବେଦନ ଉପରେ କୋର୍ଟ କିଛି ରାୟ ଦେଇ ନାହାନ୍ତି। ସେ ସଂପର୍କରେ କିଛି ନିର୍ଦ୍ଦେଶ ଦେବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ ବୋଲି କୋର୍ଟ କହିଥିଲେ।କୋର୍ଟଙ୍କ ଏହି ରାୟ ଆସିବା ପରେ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଆଉ ଏକ ଭିଡିଓ ଛାଡ଼ିଲେ ଅନୁଭବ, କେଉଁ ଅଭିନେତ୍ରୀଙ୍କୁ କଲେ ସମାଲୋଚନା

ଅନ୍ୟପକ୍ଷରେ ନିଜ ୟୁ-ଟ୍ୟୁବ୍ ଚ୍ୟାନେଲ୍‌ରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ପୋଷ୍ଟକୁ ନେଇ ଚର୍ଚ୍ଚା ଚାଲିଛି। ଏଥିରେ ସେ ଦୀପୁ ନାମକ ଜଣେ ବନ୍ଧୁଙ୍କ ସହ ସାମ୍ନାକୁ ଆସିଛନ୍ତି ଏବଂ ଜଣେ ଭଦ୍ର ମହିଳା ତଥା ଅଭିନେତ୍ରୀଙ୍କ ସଂପର୍କରେ କଥା ହୋଇଛନ୍ତି। ଯାଜପୁର ଜିଲ୍ଲା କତରାପୁର ଗାଁରେ ସେହି ଅଭିନେତ୍ରୀ ଜଣଙ୍କ କିଭଳି ସେଠାକାର ଲୋକଙ୍କ ପ୍ରତି ଅଭଦ୍ରୋଚିତ ବ୍ୟବହାର କରିଥିଲେ ଏବଂ ଅନୁଭବ କିଭଳି ସଂପୃକ୍ତ ଅଭିନେତ୍ରୀଙ୍କ ଆଚରଣକୁ ବିରୋଧ କରି ପାଟି କରିଥିଲେ, ସେନେଇ ଉଭୟେ ଆଲୋଚନା କରିଛନ୍ତି। ସଂପୃକ୍ତ ଅଭିନେତ୍ରୀ ବା ଭଦ୍ରମହିଳା ଜଣଙ୍କ କିଏ, ତାକୁ ନେଇ ଚର୍ଚ୍ଚା ହେଉଛି। କାରଣ ପୂରା ଭିଡିଓରେ ଉଭୟ ଅନୁଭବ କିମ୍ବା ଦୀପୁ କେହି ବି ସଂପୃକ୍ତ ମହିଳାଙ୍କ ନାଁ ନେଇ ନାହାନ୍ତି।

ପୂର୍ବରୁ ପତ୍ନୀ ବର୍ଷାଙ୍କ ବିରୋଧରେ ସୋଶାଲ ମିଡିଆରେ ଅନୁଭବ ଲଗାତର ଭାବେ ଭିଡିଓ ପୋଷ୍ଟ କରିଥିଲେ। ଏହା ପରେ ବର୍ଷା ହାଇକୋର୍ଟ ଯାଇଥିଲେ। କେହି କାହା ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ମନ୍ତବ୍ୟ ଦେଇ ପାରିବେନି କି ଆପତ୍ତିଜନକ ଆକ୍ଷେପ କରିବେ ନାହିଁ ବୋଲି କୋର୍ଟ ତାଗିଦ୍ କରିଥିଲେ। ଏପରିକି ପତ୍ନୀ ବର୍ଷାଙ୍କ ବିରୋଧରେ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ ନକରିବାକୁ ମଧ୍ୟ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନୂଆ ଭିଡିଓରେ ଅନୁଭବ ଓ ତାଙ୍କ ସାଙ୍ଗ କେଉଁ ଅଭିନେତ୍ରୀଙ୍କ ବିଷୟରେ କଥା ହୋଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe