Bersa-Anubhaba
କଟକ(ଓଡ଼ିଶା ରିପୋର୍ଟର): ଅଭିନେତା ତଥା ସାଂସଦ ଅନୁଭବଙ୍କ ବିରୋଧରେ ପୁଣିଆଉଏକଏତଲାଦେଇଛନ୍ତିତାଙ୍କ ପତ୍ନୀ ବର୍ଷା। କଟକସାଇବରଥାନାରସେ ଏହି ଏତଲାଦେଇଛନ୍ତି। ସାମାଜିକଗଣମାଧ୍ୟମରେତାଙ୍କଛବିଖରାପକରିବାକୁଅନୁଭବ ଉଦ୍ୟମହେଉଥିବାନେଇ ସେଏତଲାରେଉଲ୍ଲେଖକରିଛନ୍ତି। ଅଭିଯୁକ୍ତଙ୍କବିରୁଦ୍ଧରେଦୃଢ଼ କାର୍ଯ୍ୟାନୁଷ୍ଠାନଗ୍ରହଣକରିବାପାଇଁସେ ଏଥିରେନିବେଦନ କରିଛନ୍ତି। ବର୍ଷାଙ୍କଏତାଲାକୁଗ୍ରହଣକରିମାମଲାରୁଜୁକରିଛିସାଇବରଥାନାପୁଲିସ।ଆଇପିସିରଧାରା୫୦୯ଏବଂଧାରା୬୭ଆଇଟିଆକ୍ଟରେ ଏହିମାମଲାରୁଜୁହୋଇଛି।
ବର୍ଷାଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଲେଖାର ସ୍କ୍ରିନସଟ୍ ଜବତ କରିଛି ପୋଲିସ । ଏହା ଆଧାରରେ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ସେହି ନିର୍ଦ୍ଦିଷ୍ଟ ସୋସିଆଲ ମିଡିଆ ଆକାଉଣ୍ଟ କିଏ ବ୍ୟବହାର କରୁଥିଲେ ? ବିବାଦୀୟ ଲେଖା କିଏ ପୋଷ୍ଟ କରିଛନ୍ତି ? ତାଙ୍କୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଥିବା କଟକ ଡିସିପି କହିଛନ୍ତି। ଅନୁଭବ ମହାନ୍ତି ରିଅଲ୍ ହିରୋ ଅଫ୍ କେନ୍ଦ୍ରାପଡା ଫେସବୁକ୍ ପେଜ୍ ମାଧ୍ୟମରେ କେହି ଜଣେ ଅଜଣା ବ୍ୟକ୍ତି ବର୍ଷାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି।
ତେବେ ଏନେଇ ଥାନାକୁ ଆସିଥିବା ବର୍ଷା ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହି ମାମଲାରେ ଆଗକୁ ପୁଲିସ କି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ଆବଦ୍ଧ ହୋଇଛି। ସୂଚନା ଥାଉକି, ସାଂସଦ ତଥା ଫିଲ୍ମଷ୍ଟାର ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ଛାଡ଼ପତ୍ର ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି। ମାମଲାର ବିଚାର ସରି ନ ଥିବା ବେଳେ ଅନୁଭବ ନିଜର ୟୁଟୁବ ଚ୍ୟାନେଲ ଓ ଅନ୍ୟ ସୋସିଆଲ ମିଡ଼ିଆରେ ବର୍ଷାଙ୍କ ବରୋଧରେ ବିଷୋଦ୍ଦଗାର ଭିଡ଼ିଓ ଛାଡ଼ିଛନ୍ତି। ଯାହାକୁ ନେଇ ବର୍ଷା ଅସନ୍ତୋଷ ପ୍ରକାଶ କରି ସମ୍ମାନହାନୀ ହେଉଥିବା ଏତଲା ଦେଇଛନ୍ତି।
ଗୋଟିଏ ପଟେ ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ଭିଡ଼ିଓ ଭାଇରାଲ କରିବା ବନ୍ଦ ହେଉ ନ ଥିବା ବେଳେ ଏହାର ପ୍ରତିବାଦ ଜଣାଇ ବର୍ଷା ଗୋଟିଏ ପରେ ଗୋଟିଏ ଏତଲା ଥାନାରେ ଦେଇଚାଲିଛନ୍ତି। ହେଲେ ପୁଲିସ କେବଳ ମାମଲା କରି ତଦନ୍ତ ଚାଲୁଥିବା ଦର୍ଶାଇ ଚୁପ୍ ବସି ଯାଉଛି। ଯେଉଁଥି ପାଇଁ ଅନୁଭବ-ବର୍ଷା ଘରୋଇ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅନୁଭବଙ୍କ ଭିଡ଼ିଓର ଉତ୍ତର ଦେବାକୁ ଯାଇ ବର୍ଷା ଫ୍ୟାନ କ୍ଲବ ନାମରେ ଏକ ଟୁଇଟ ଆକାଉଣ୍ଟ ବର୍ଷାଙ୍କ ନିମନ୍ତେ ବାହାରିଥିବା ମଧ୍ୟ ନଜର ଆସୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/Bersa-Anubhaba-1.jpg)