/odisha-reporter/media/post_attachments/uploads/2020/09/varsa-4.jpg)
varsa
କଟକ(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ପୁଲିସ୍ରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ୧୫ ଦିନ ମଧ୍ୟରେ ହାଜର ହେବାକୁ ଆଜି ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଙ୍କ ନାଁରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀରେ ମାମଲା ହୋଇଥିଲା।
Advertisment
ବର୍ଷା ତାଙ୍କ ସ୍ୱାମୀ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଦିଲ୍ଲୀ ପୁଲିସ୍ରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ଦିଲ୍ଲୀ ପୁଲିସ୍ ବର୍ଷାଙ୍କୁ ହାଜର ଦେବା ପାଇଁ ଦୁଇ ଥର ନୋଟିସ୍ କରିଥିଲା। ହେଲେ ବର୍ଷା ହାଜର ହେବା ପରିବର୍ତ୍ତେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ବର୍ଷାଙ୍କ ଆବେଦନକୁ ଗ୍ରହଣ କରି ୧୫ ଦିନ ଯାଏଁ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ଏଥିସହ ୧୫ ଦିନ ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
