ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା କଥା ପଦାରେ ପଡିଛି। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ତେବେ ସେଠାରେ ବେଦାନ୍ତକୁ ବିଶ୍ବବିଦ୍ୟାଳୟ କରିବା ପାଇଁ ସରକାର ଏତେ ପରିମାଣର ଜମି କ'ଣ ପାଇଁ ଦେଇଥିଲେ ? ଶିକ୍ଷାନୁଷ୍ଠାନ ସହ ଅନ୍ୟ କଣ କଣ ଯୋଜନା କରିଥିଲା ବେଦାନ୍ତ ? ଆରଟିଆଇରେ ତଥ୍ୟ ପାଇବା ପରେ କାହିଁକି ସରକାରଙ୍କ ନିଷ୍ପତ୍ତି ବିରୋଧରେ ଗତ ୨୦୦୬ ମସିହାରୁ ଲଢେଇ କରୁଥିଲେ ପୁରୀର ପୂର୍ବତନ ବିଧାୟକ ଉମା ବଲ୍ଲବ ରଥ ? ସରକାର ହାଇକୋର୍ଟଙ୍କ ରାୟ ପରେ କାହିଁକି ଗଲେ ସୁପ୍ରିମ କୋର୍ଟ। ଏ ସମ୍ପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ଉମା ବଲ୍ଲବ ରଥ।