Advertisment

ରାଜଧାନୀରେ ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ପରିବା ଦର ଆକାଶ ଛୁଆଁ ହୋଇଛି। କୌଣସି ପରିବାରେ ହାତ ମାରି ହେଉ ନାହିଁ। ବିନ୍‌ସ କେଜି ପ୍ରତି ୮୦ ଟଙ୍କା, ପୋଟଳ ୬୦, ବାଇଗଣ ୬୦, ଟମାଟୋ ୬୦ ଓ ଭେଣ୍ଡି ୬୦ ଟଙ୍କା ରହିଛି। କିଛି କିଛି ସ୍ଥାନରେ ପୋଟଳ କିଲୋ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଇଗଣ କିଲୋ ବି ୮୦ରୁ ୧୦୦ ଟଙ୍କା ରହୁଛି। ଏହାକୁ ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ଶନିବାର […]

ରାଜଧାନୀରେ ପରିବା ଦର ଆକାଶଛୁଆଁ

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ପରିବା ଦର ଆକାଶ ଛୁଆଁ ହୋଇଛି। କୌଣସି ପରିବାରେ ହାତ ମାରି ହେଉ ନାହିଁ। ବିନ୍‌ସ କେଜି ପ୍ରତି ୮୦ ଟଙ୍କା, ପୋଟଳ ୬୦, ବାଇଗଣ ୬୦, ଟମାଟୋ ୬୦ ଓ ଭେଣ୍ଡି ୬୦ ଟଙ୍କା ରହିଛି। କିଛି କିଛି ସ୍ଥାନରେ ପୋଟଳ କିଲୋ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଇଗଣ କିଲୋ ବି ୮୦ରୁ ୧୦୦ ଟଙ୍କା ରହୁଛି। ଏହାକୁ ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି।

Advertisment

ଶନିବାର ଓ ରବିରାର ଶଟ୍‌ଡାଉନ୍ ଯୋଗୁ ଅଧିକ ପରିବା ଆମଦାନୀ ହେଉ ନଥିବାରୁ ଏହାର ପ୍ରଭାବ ଦର ଉପରେ ପଡ଼ିଥିବା କୁହାଯାଉଛି। ତା’ସହିତ ଡିଜେଲ ଦାମ ବଢିଥିବାରୁ ପରିବହନ ଖର୍ଚ୍ଚ ବଢିଛି। ତେଣୁ ଏହା ବି ପରିବା ଦର ବଢ଼ିବାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି।

ଏ ନେଇ ଜଣେ ଖାଉଟି କହିଛନ୍ତି, “ଏବେ ପରିବା ଦର ଚଢ଼ା ହୋଇ ଯାଇଛି। ଚାଷୀମାନେ ଦେଇ ପାରୁ ନାହାନ୍ତି, ଆମେ କ’ଣ କରିବୁ ବୋଲି ବେପାରୀମାନେ କହୁଛନ୍ତି। ଫଳରେ ପରିବା କିଣିବାରେ କଷ୍ଟକର ହୋଇପଡ଼ୁଛି। ଯେଉଁ ପରିବା ୨୦ ଟଙ୍କାରେ ମିଳୁଥିଲା, ତାହା ଏବେ  ୩୦ ଟଙ୍କାରେ ମିଳୁଛି।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe