ଆକାଶ ଛୁଆଁ ପରିବା ଦର । ସତେ ଯେପରି ବଲାଙ୍ଗିର ପରିବା ମାର୍କେଟରେ ଲାଗିଛି ମହଙ୍ଗା ନିଆଁ । ଟମାଟୋ କିଲୋ ସେଞ୍ଚୁରୀ ପାର କରିଛି । ଶହେରୁ ଶହେ କୋଡିଏ ଟଙ୍କାରେ ବିକ୍ରି ହେଉଛି ଲାଲ ଟହ ଟହ ଟମାଟୋ । କଞ୍ଚା ଲଙ୍କା ଦର ବି ଶହେ ପାର । ଫୁଲକୋବି ୮୦ଟଙ୍କା ଥିବା ବେଳେ, ବାଇଗଣ ଚାଳିଶ ଏବଂ ଭେଣ୍ଡି କିଲୋ ପଚାଶ ଟଙ୍କା । ହୁ ହୁ ହୋଇ ବଢୁଥିବା ପରିବା ଦରକୁ ନେଇ ଚିନ୍ତାରେ ଗ୍ରାହକ।