Advertisment

ବିଜେଡି, ବିଜେପି ଚିତ୍‌ପଟାଙ୍ଗ; ବାଜି ମାରିନେଲେ ପରିବା ବେପାରୀ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ପରିବା ବ୍ୟବସାୟରୁ ରାଜନୀତିକୁ ଲମ୍ୱା ଡିଆଁ ମାରିଛନ୍ତି ଟି. ଶ୍ରୀଧର। ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଚିତ୍‌ପଟାଙ୍ଗ କରିଛନ୍ତି। ଆଉ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଜୋନ-୧କୁ ନିଜ ଅକ୍ତିଆର୍‌ରେ ରଖିଛନ୍ତି। ଶ୍ରୀଧର କଂଗ୍ରେସରୁ ପ୍ରତିଦ୍ୱନ୍ଦିତା କରି ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଟି. ଶ୍ରୀଧର ପେସାରେ ଜଣେ ସାଧାରଣ ପରିବା ବ୍ୟବସାୟୀ। ସକାଳ ଓ ସନ୍ଧ୍ୟାରେ ପରିବା ବିକ୍ରି କରନ୍ତି। ସେଥିରେ ଚଳେ ପୂରା […]

ଅଦ୍ୟତନ ହୋଇଛି
ବିଜେଡି, ବିଜେପି ଚିତ୍‌ପଟାଙ୍ଗ; ବାଜି ମାରିନେଲେ ପରିବା ବେପାରୀ

vegetable-seller

Advertisment

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ପରିବା ବ୍ୟବସାୟରୁ ରାଜନୀତିକୁ ଲମ୍ୱା ଡିଆଁ ମାରିଛନ୍ତି ଟି. ଶ୍ରୀଧର। ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଚିତ୍‌ପଟାଙ୍ଗ କରିଛନ୍ତି। ଆଉ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଜୋନ-୧କୁ ନିଜ ଅକ୍ତିଆର୍‌ରେ ରଖିଛନ୍ତି। ଶ୍ରୀଧର କଂଗ୍ରେସରୁ ପ୍ରତିଦ୍ୱନ୍ଦିତା କରି ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

Advertisment

ଟି. ଶ୍ରୀଧର ପେସାରେ ଜଣେ ସାଧାରଣ ପରିବା ବ୍ୟବସାୟୀ। ସକାଳ ଓ ସନ୍ଧ୍ୟାରେ ପରିବା ବିକ୍ରି କରନ୍ତି। ସେଥିରେ ଚଳେ ପୂରା ପରିବାର। ହେଲେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଜୋନ ୧ରୁ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିଲେ ଟି.ଶ୍ରୀଧର। ଆଉ ଆଜି ପ୍ରକାଶ ପାଇଥିବା ଫଳାଫଳରେ ସେ ବିଜେଡି ଓ ବିଜେପିକୁ ପରାସ୍ତ କରିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

ବିଜେଡି ପ୍ରାର୍ଥୀଙ୍କୁ ପଛରେ ପକାଇ ଶ୍ରୀଧର ବାଜି ମାରି ନେଇଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ସେ ୨୫୦ରୁ ଅଧିକ ଭୋଟ୍‌ରେ ହରାଇ ହରାଇଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନରେ ତ୍ରିମୁଖି ଲଢେଇ ହୋଇଥିଲା। ତେବେ ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟୀ ଲାଭ କରିଛନ୍ତି।

Advertisment

ଜିତିବା ପରେ ଶ୍ରୀଧର କହିଛନ୍ତି, କଂଗ୍ରେସରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଲଢ଼ିଥିଲି। ରାମନାଗୁଡ଼ାର ମୁଁ ଜଣେ ଛୋଟ ପରିବା ବ୍ୟବସାୟୀ। ଚାଷୀଙ୍କଠୁ ପରିବା ଆଣି ମୁଁ ବିକ୍ରି କରେ। ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୟ ଲାଭ କରିଛି। ଗରିବମାନଙ୍କ ପାଇଁ ସେବା କରିବି। ଲୋକମାନେ ଯେଉଁଭଳି ଭାବେ ମୋତେ ସମର୍ଥନ କରି ଭୋଟ୍‌ ଦେଇ ଜିତାଇଛନ୍ତି, ଏଥିପାଇଁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀଧର କହିଛନ୍ତି।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe