Advertisment

ଟଙ୍କା ୫୦୦ରେ ବି ଭରୁନି ପରିବା ବ୍ୟାଗ୍, କେତେ ସହିବ ଖାଉଟି!

ଭୁବନେଶ୍ୱର(ପ୍ରଜ୍ଞା ଚୌଧୁରୀ): କରୋନା ଦାଉ ସାଙ୍ଗକୁ ରାଜଧାନୀରେ ଏବେ ଆକାଶଛୁଆଁ ପରିବା ଦର। ସବୁଜ ପନିପରିବାରେ ହାତ ମାରିବା ପୂର୍ବରୁ ପକେଟ୍ ଦେଖିବା ପଡ଼ୁଛି। ଖାଲି ପରିବା ନୁହେଁ ବୋଝ ଉପରେ ନଳିତା ବିଡ଼ା ଭଳି ଆଳୁ, ପିଆଜ, ଡାଲିର ମହଙ୍ଗା ମାଡ଼ ଖାଉଟିଙ୍କ ଚିନ୍ତା ବଢ଼ାଉଛି। ବର୍ଷ ସରିବାକୁ ହେଲାଣି। ହେଲେ ଏ ଯାଏ କରୋନା ମହାମାରୀ ପିଛା ଛାଡ଼ିନି। ଶଟଡାଉନ୍, ଲକଡାଉନ ଭିତରେ ଆର୍ଥିକ ମନ୍ଦାବସ୍ଥା ଦେଖାଦେଇଥିବା ବେଳେ ଲୋକଙ୍କ ଆମଦାନୀ କମିଛି। ଅନେକେ […]

ଅଦ୍ୟତନ ହୋଇଛି
ଟଙ୍କା ୫୦୦ରେ ବି ଭରୁନି ପରିବା ବ୍ୟାଗ୍, କେତେ ସହିବ ଖାଉଟି!

veg

Advertisment

ଭୁବନେଶ୍ୱର(ପ୍ରଜ୍ଞା ଚୌଧୁରୀ): କରୋନା ଦାଉ ସାଙ୍ଗକୁ ରାଜଧାନୀରେ ଏବେ ଆକାଶଛୁଆଁ ପରିବା ଦର। ସବୁଜ ପନିପରିବାରେ ହାତ ମାରିବା ପୂର୍ବରୁ ପକେଟ୍ ଦେଖିବା ପଡ଼ୁଛି। ଖାଲି ପରିବା ନୁହେଁ ବୋଝ ଉପରେ ନଳିତା ବିଡ଼ା ଭଳି ଆଳୁ, ପିଆଜ, ଡାଲିର ମହଙ୍ଗା ମାଡ଼ ଖାଉଟିଙ୍କ ଚିନ୍ତା ବଢ଼ାଉଛି।

Advertisment

ବର୍ଷ ସରିବାକୁ ହେଲାଣି। ହେଲେ ଏ ଯାଏ କରୋନା ମହାମାରୀ ପିଛା ଛାଡ଼ିନି। ଶଟଡାଉନ୍, ଲକଡାଉନ ଭିତରେ ଆର୍ଥିକ ମନ୍ଦାବସ୍ଥା ଦେଖାଦେଇଥିବା ବେଳେ ଲୋକଙ୍କ ଆମଦାନୀ କମିଛି। ଅନେକେ ଚାକିରି ମଧ୍ୟ ହରାଇଛନ୍ତି। ଏବେ ଅନଲକ ପରେ ଜୀବନଶୈଳୀ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି ଲୋକେ। ହେଲେ ମହଙ୍ଗା ମାଡ଼ ମଧ୍ୟବିତ ଓ ଗରିବଙ୍କୁ ସଳଖିବାକୁ ଦେଉନି। ଚାରିଆଡ଼ୁ ମହଙ୍ଗା ମାଡ଼ ସହୁଛନ୍ତି ଗ୍ରାହକ। ବଜାରରେ କୌଣସି ପରିବାର ଦର ୫୦ଟଙ୍କା ତଳକୁ ନାହିଁ। ୫୦୦ ଟଙ୍କାରେ ଭରୁନି ପରିବା ବ୍ୟାଗ୍। ବାଇଗଣ ସର୍ବନିମ୍ନ ୫୦-୬୦ ଟଙ୍କାରୁ ଆରମ୍ଭ କରି କେତେକ ସ୍ଥାନରେ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ସେହିପରି ଟମାଟୋ, ଭଣ୍ଡା, ବିନ୍ସ, ତଥା ଅନ୍ୟାନ୍ୟ ପରିବା କଥା ନ କହିବା ଭଲ। ଏପଟେ କିଲୋ ପ୍ରତି ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ସେହିପରି ବଜାରରେ ସର୍ବନିମ୍ନ ୫୦ଟଙ୍କାରେ ମିଳୁଛି ୧ କେଜି ପିଆଜ। କିଲୋ ପ୍ରତି ୧୨୦ରୁ ୧୩୦ଟଙ୍କାରେ ହରଡ଼ ଡାଲି କିଣୁଛନ୍ତି ଗ୍ରାହକ।

ଚାଷୀଙ୍କ ଉନ୍ନତି ହେବ ବୋଲି କେନ୍ଦ୍ର ସରକାର ଆଣିଲେ ନୂତନ କୃଷି ଆଇନ। ହେଲେ ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜ, ଡାଲି ଆଦିକୁ ବାଦ ଦେବା ପରେ ଅହେତୁକ ଦରବୃଦ୍ଧି ଦେଖିବାକୁ ମିଳିଛି। ଖୁଚୁରା ବ୍ୟବସାୟୀ ହୁଅନ୍ତୁ ବା କର୍ପୋରେଟ୍ ହାଉସ୍ ନିଜ ମନଇଚ୍ଛାରେ ଦର ଲଗାଇ ବିକ୍ରି କରୁଛନ୍ତି। ପାଇକାରୀ ଦରଠାରୁ ଖୁଚୁରା ଦର ଢେର୍ ଅଧିକା ରହୁଛି। ସେପଟେ କର୍ପୋରେଟ୍ ହାଉସଗୁଡ଼ିକ ମଧ୍ୟ ଲାଭକାରୀ ଏଜେଣ୍ଡାକୁ ଦୃଷ୍ଟିରେ ରଖି ଦର ଧାର୍ଯ୍ୟ କରୁଛନ୍ତି। ଏସବୁ ଭିତରେ ଖାଉଟିଙ୍କୁ ପଚାରେ କିଏ? ନିଜ ସକ୍ଷମ ଅନୁସାରେ ସେମାନେ ଯେତିକି ପାରୁଛନ୍ତି ସେତିକି ନେଇ ପରିବାରର ପେଟ ଭରୁଛନ୍ତି। ଆଗକୁ କାର୍ତ୍ତିକ ମାସ ଆସୁଥିବା ବେଳେ ପନିପରିବାରର ଆହୁରି ଚାହିଦା ବଢ଼ିବ। ଏଭଳି ମାଡ଼ ଗ୍ରାହକଙ୍କ ଅଣ୍ଟା ବଙ୍କା କରିଦେଲାଣି।

Advertisment

ତେବେ ବର୍ଷା ଯୋଗୁ ଚାଷୀଙ୍କ ପନିପରିବା ନଷ୍ଟ ହୋଇଯାଇଥିବା କାରଣରୁ ଏବଂ ପନିପରିବା ପାଇଁ ଆମଦାନୀ ପାଇଁ ଅନ୍ୟ ରାଜ୍ୟ ଉପରେ ଓଡ଼ିଶା ନିର୍ଭର କରୁଥିବାରୁ ଦର ବୃଦ୍ଧି ହେଉଛି ବୋଲି ରାଜଧାନୀ ଏକ ନଂ ହାଟ ସଭାପତି ଗୟାଧର ସ୍ୱାଇଁ କହିଛନ୍ତି। ସେ କହିଛନ୍ତି ଯେ, ଏଭଳି ସ୍ଥିତି ଆହୁରି ଦେଢ଼ ମାସ ପର୍ଯ୍ୟନ୍ତ ଲାଗି ରହିବ। ଡିସେମ୍ବର ପରେ ସ୍ଥିତି ସୁଧୁରିପାରେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେପଟେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଲାଗୁ ପରେ ଆଳୁ, ପିଆଜ, ତେଲ, ଡାଲି ଜାତୀୟ ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍ ଦିଆଯାଇଛି। ଫଳରେ ଅହେତୁକ ଦରବୃଦ୍ଧି ଦେଖିବାକୁ ମିଳୁଛି।

ସେ କହିଛନ୍ତି, ଡାଲି ଜାତୀୟ ସାମଗ୍ରୀ କ୍ୱିଣ୍ଟାଲ୍ ପିଛା ୫୦୦ରୁ ୭୦୦ ଟଙ୍କା କମିଛି। ଆଗକୁ କ୍ୱିଣ୍ଟାଲ୍ ପିଛା ୧୦୦୦ ଟଙ୍କା କମିପାରେ। କର୍ପୋରେଟ୍ ହାଉସଗୁଡ଼ିକର ଲାଭ ହୋଇଛି। ସେମାନେ ନିଜ ମୁତାବକ ଦର ଧାର୍ଯ୍ୟ କରୁଛନ୍ତି। ଏଣୁ ସରକାର ଏ କ୍ଷେତ୍ରରେ କିଛି ଚିନ୍ତା କରି କର୍ପୋରେଟ୍ ହାଉସଗୁଡ଼ିକ କେତେ ଟଙ୍କାରେ କିଣିବେ ଆଉ କେତେ ଟଙ୍କାରେ ବିକ୍ରି କରିବେ ସେ ନେଇ ଆଇନ ତିଆରି କରନ୍ତୁ ବୋଲି ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe