Advertisment

‘ୟାସ୍‌’ ପାଇଁ ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ

ଯାଜପୁର(ଗୁଲାମ୍‌ ଗସ୍‌): ବାତ୍ୟା ‘ୟାସ୍‌’ ଆସନ୍ତାକାଲି ସକାଳରେ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫ୍‌ଲ କରିବ। ଏହି ସମୟରେ ପ୍ରବଳ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିମି ବେଗରେ ପବନ ବହିବ ବୋଲି  ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି ନେଇଛି। ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ […]

ଅଦ୍ୟତନ ହୋଇଛି
‘ୟାସ୍‌’ ପାଇଁ ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ

NH

Advertisment

ଯାଜପୁର(ଗୁଲାମ୍‌ ଗସ୍‌): ବାତ୍ୟା ‘ୟାସ୍‌’ ଆସନ୍ତାକାଲି ସକାଳରେ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫ୍‌ଲ କରିବ। ଏହି ସମୟରେ ପ୍ରବଳ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିମି ବେଗରେ ପବନ ବହିବ ବୋଲି  ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି ନେଇଛି। ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର।ଆଜି ରାତି ୧୨ଟାରୁ ଆସନ୍ତାକାଲି ମଧ୍ୟାହ୍ନ ଯାଏଁ ଗାଡ଼ି ଚଳାଚଳ ବନ୍ଦ ରଖାଯିବ। ଚଣ୍ଡିଖୋଲରୁ ବାଲେଶ୍ୱରକୁ କୌଣସି ଗାଡ଼ି ଛଡାଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜରୁରୀ ସେବା ପ୍ରଦାନକାରୀ ଗାଡ଼ି ବ୍ୟତୀତ ଅନ୍ୟ ସବୁ ଗାଡ଼ିର ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି।

Advertisment

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ଜିଲ୍ଲାପାଳଙ୍କ କହିବା ଅନୁସାରେ ବାତ୍ୟା ସମୟରେ ବୋହୁଥିବା ପବନ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଥାଏ। ଧନଜୀବନ ନଷ୍ଟ ହୋଇଥାଏ। ଏହାକୁ ନଜରରେ ରଖି ଯାଜପୁର ଜିଲ୍ଲାପ୍ରଶାନ ଏପରି ନିଷ୍ପତ୍ତି ନେଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe