ବିଏମସି କମିଶନରଙ୍କ ନାଲିଆଖି, ରାସ୍ତାରେ ଅଳିଆ ଫିଙ୍ଗିଲେ ୫ ହଜାର ଫାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀ ଭୁବନେଶ୍ୱରକୁ ପରିଷ୍କାର-ପରିଚ୍ଛନ୍ନ ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଆଜି କଡ଼ା ନିର୍ଦ୍ଦେଶନାମା ଜାରି କରିଛି । ପ୍ରତ୍ୟେକ ପରିବାର, ଦୋକାନୀ, ବ୍ୟବସାୟୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ନିଶ୍ଚିତ ଭାବେ ନିଜ ପାଖରେ ୨ଟି ଉପଯୁକ୍ତ ସାଇଜର ଡଷ୍ଟବିନ୍ ରଖିବେ । ଆଉ ତରଳ ଓ ଶୁଖିଲା ଅଳିଆକୁ ଭିନ୍ନ ଭିନ୍ନ ଭାବେ ଏହି ଦୁଇ ଡଷ୍ଟବିନରେ ପକାଇବେ, ଯାହାକୁ ବିଏମସି ପକ୍ଷରୁ ନିୟୋଜିତ ଅଳିଆ ସଂଗ୍ରହକାରୀ ଘରକୁ ଆସି ସଂଗ୍ରହ କରିବ। ଯଦି […]

BMC

BMC

Hemant Lenka
  • Published: Monday, 10 October 2022
  • Updated: 10 October 2022, 10:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀ ଭୁବନେଶ୍ୱରକୁ ପରିଷ୍କାର-ପରିଚ୍ଛନ୍ନ ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଆଜି କଡ଼ା ନିର୍ଦ୍ଦେଶନାମା ଜାରି କରିଛି । ପ୍ରତ୍ୟେକ ପରିବାର, ଦୋକାନୀ, ବ୍ୟବସାୟୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ନିଶ୍ଚିତ ଭାବେ ନିଜ ପାଖରେ ୨ଟି ଉପଯୁକ୍ତ ସାଇଜର ଡଷ୍ଟବିନ୍ ରଖିବେ । ଆଉ ତରଳ ଓ ଶୁଖିଲା ଅଳିଆକୁ ଭିନ୍ନ ଭିନ୍ନ ଭାବେ ଏହି ଦୁଇ ଡଷ୍ଟବିନରେ ପକାଇବେ, ଯାହାକୁ ବିଏମସି ପକ୍ଷରୁ ନିୟୋଜିତ ଅଳିଆ ସଂଗ୍ରହକାରୀ ଘରକୁ ଆସି ସଂଗ୍ରହ କରିବ।

ଯଦି କେହି ଉପଯୁକ୍ତ ସାଇଜର ୨ଟି ଡଷ୍ଟବିନ୍ ନରଖିବେ ତାଙ୍କ ଉପରେ ୫ହଜାର ଟଙ୍କା ଜୋରିମାନା ରୁଜୁ ହେବ।  ଆଉ ତରଳ ଓ ଶୁଖିଲା ଅଳିଆକୁ ଠିକ୍ ଭାବେ ଡଷ୍ଟିବିନରେ ନପକାଇ ଥିଲେ, ତାଙ୍କୁ ୫୦୦ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଆଜି ଏଭଳି ନିର୍ଦ୍ଦେଶନାମା ବିଏମସି ପକ୍ଷରୁ ଜାରି ହୋଇଛି । ତେବେ ସହରରୁ ଡଷ୍ଟବିନ୍ ଉଠାଇ ନେଇଥିବା ବିଏମସି କର୍ତ୍ତୃପକ୍ଷ ବସ୍ତି ଅଂଚଳର ଗରିବ ପରିବାର ଓ ସ୍ୱଳ୍ପ ରୋଜଗାର କରୁଥିବା ପରିବାର କିଭଳି ଏହି ୨ଟି ଡଷ୍ଟବିନ୍ କିଣିବ ସେ ନେଇ କିଛି ସୂଚନା ଦେଇନାହାନ୍ତି।

ବିଏମସି କମିଶନରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁସାରେ, ସହରକୁ ପରିଷ୍କାର-ପରିଚ୍ଛନ୍ନ ରଖିବା ପାଇଁ ଭୁୂବନେଶ୍ୱର ମହାନଗର ନିଗମ ପ୍ରୟାସ କରୁଛି କିନ୍ତୁ ନାଗରିକଙ୍କ ସକ୍ରିୟ ଭାଗିଦାରୀ ଓ ସଚେତନତା ବିନା ଏହା ସମ୍ଭବପର ନୁହେଁ । ବର୍ଜ୍ୟବସ୍ତୁ ପରିଚାଳନା ରୁଲସ-୨୦୧୬ ଓ ବିଏମସି ବର୍ଜ୍ୟବସ୍ତୁ ପରିଚାଳନା ବାଇ-ଲ’-୨୦୧୮ର ପ୍ରାବଧାନ ଅନୁସାରେ ଅଳିଆ-ଆବର୍ଜନା ସୃଷ୍ଟି କରୁଥିବା ପ୍ରତ୍ୟେକ ପରିବାର (ବାସଘର), ଦୋକାନୀ, ବ୍ୟବସାୟୀ ଓ ବ୍ୟବସାୟିକ ପ୍ରତିଷ୍ଠାନଙ୍କୁ ନିଜ ପାଖରେ ଆବଶ୍ୟକତା ଅନୁସାରେ ନିଶ୍ଚିତ ୨ଟି ଡଷ୍ଟବିନ୍ ରଖିବାକୁ ପଡ଼ିବ । ଆଉ ବିଏମସି ପକ୍ଷରୁ ନିୟୋଜିତ ଅଳିଆ ସଂଗ୍ରହ ଗାଡ଼ି ଏହି ତରଳ ଓ ଶୁଖିଲା ଅଳିଆ ରହିଥିବା ଡଷ୍ଟବିନକୁ ଘରକୁ ଘର ଯାଇ ସଂଗ୍ରହ କରିବ । ତେବେ ଏନେଇ ବାରମ୍ବାର ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସତ୍ତ୍ୱ ଏହାର ସୁଫଳ ମିଳିପାରୁନି । ତେଣୁ ନାଗରିକଙ୍କ ଭଲ ପାଇଁ ଏଭଳି କଡ଼ା ପଦକ୍ଷେପ ନେବାକୁ ପଡ଼ୁଥିବା ବିଏମସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ବିଏମସି ଅଂଚଳରେ ରହୁଥିବା ସମସ୍ତ ପରିବାର(ବାସଘର), ବ୍ୟବସାୟୀ, ଦୋକାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନିଗୁଡ଼ିକ ନିଜ ପାଖରେ ଆବଶ୍ୟକ ସାଇଜର ୨ଟି ଡଷ୍ଟବିନ୍ ରଖିବା ସହ ସେଥିରେ ତରଳ ଓ ଶୁଖିଲା ଅଳିଆକୁ ଭିନ୍ନ ଭିନ୍ନ ଭାବେ ପକାଇବେ । ଯାହାକୁ ବିଏମସିର ଅଳିଆ ଗାଡ଼ି ଆସି ଘରକୁ ଘର ବୁଲି ସଂଗ୍ରହ କରିବ । ଆଉ ପ୍ରତ୍ୟେକ ନିଜ ପରିସୀମାର ୫ମିଟର ପର୍ଯ୍ୟନ୍ତ ଅଂଚଳକୁ ପରିଷ୍କାର-ପରିଚ୍ଛନ୍ନ ରଖିବେ । ଏ ଦିଗରେ କୌଣସି ଉଲ୍ଲଘଂନ ହେଲେ ଆର୍ଥିକ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ ବୋଲି ବିଏମସି ପକ୍ଷରୁ ଚେତାବନୀ ଦିଆଯାଇଛି।

ତେବେ ବିଏମସି ପକ୍ଷରୁ ଆବଶ୍ୟକ ପରିମାଣର ଡଷ୍ଟିବନ୍ ବ୍ୟବସ୍ଥା ନକରି ଏଭଳି ଆର୍ଥିକ ଦଣ୍ଡର ପ୍ରାବଧାନ କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, “ଗତକାଲି ରାତି ପ୍ରାୟ ୧୦ଟାରୁ ୧ଟା ଯାଏ ମୁଁ ବିଭିନ୍ନ ମାର୍କେଟରେ ବୁଲୁଥିଲି। ଏହି ସମୟରେ ବ୍ୟବସାୟୀଙ୍କ ସବୁ ହରକତ ମୁଁ ଦେଖିବାକୁ ପାଇଥିଲି। ସେମାନେ ଦୋକାନ ବନ୍ଦ କରିବା ବେଳେ ସବୁ ଅଳିଆକୁ ପୂରା ରାସ୍ତା ଉପରେ ଆଣି ଅଜାଡ଼ି ଦେଉଛନ୍ତି।

ପୂରା ମାର୍କେଟକୁ ଅପରିଷ୍କାର କରୁଛନ୍ତି। ୟୁନିଟ-୧ ମାର୍କେଟରେ ଆମେ ବାରମ୍ବାର ଅଳିଆ ଏଣେତେଣେ ନ ପକାଇବାକୁ ସଚେନତା କାର୍ଯ୍ୟକ୍ରମ କରିଥିଲୁ। ତଥାପି ସେମାନେ କିଛି ବି ଶୁଣୁ ନାହାନ୍ତି। ଯଦି ବ୍ୟବସାୟୀମାନେ ବିଏମସିକୁ ଅଳିଆ ଡଷ୍ଟବିନରେ ଦେବେ ନାହିଁ, ତା’ହେଲେ ଆମେ ମଧ୍ୟ ଅଳିଆ ଉଠାଇବୁ ନାହିଁ।

ସବୁ ବ୍ୟବସାୟୀଙ୍କୁ ଦୁଇଟି ଡଷ୍ଟବିନ ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି। ବ୍ୟବସାୟ ବେଳେ ବାହାରୁଥିବା ଓଦା ଓ ଶୁଖିଲା ଅଳିଆକୁ ଅଲଗା ଅଲଗା ଡଷ୍ଟବିନରେ ରଖିବାକୁ ପଡ଼ିବ। ଯଦି ଏବେ ଠାରୁ ଦୋକାନ ପାଖରେ ଯେଉଁମାନେ ଡଷ୍ଟବିନ ନ ରଖିବେ, ସେମାନଙ୍କୁ ୫ ହଜାର ଟଙ୍କା ଲେଖାଏ ଜୋରିମାନା ଦେବାକୁ ପଡ଼ିବ।

ସେହିପରି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା ନ ଦେଲେ ୫୦୦ ଟଙ୍କା ଫାଇନ ଲାଗିବ। ମାଇକ୍ରୋ କମ୍ପୋଜ ସେଣ୍ଟର(ଏମସିସି) ଓ ପ୍ରତି ୱାର୍ଡରେ ତିଆରି ହୋଇଥିବା ମ୍ୟାଟ୍ରିଆଲ ରିକଭରି ଫ୍ୟାସିଲିଟି(ଏଆରଏ) ଏଗୁଡ଼ିକୁ ପୂରା ଦକ୍ଷତାର ସହ ଚଳାଇବା ପାଇଁ ଅଲଗା ଅଲଗା ଅଳିଆ ନିହାତି ଜରୁରୀ। ଏଥିସହ ୧୦୦% ଡୋର ଟୁ ଡୋର ଅଳିଆ ସଂଗ୍ରହ ନିହାତି ଆବଶ୍ୟକ।

ରୋଡରେ ଯଦି ଅଳିଆ ପକାଯିବ, ତା’ହେଲେ ଅଲଗା ଅଲଗା କରିବା ଅସମ୍ଭବ ହୋଇଯିବ। ଯଦି ଅଳିଆ ଅଲଗା ଅଲଗା ନଥିବ, ତା’ହେଲେ ପ୍ରୋସେସିଂ ହୋଇପାରିବ ନାହିଁ। ତେଣୁ ଆମେ ସମସ୍ତେ ସଚେତନ ହେବା ଓ ରାଜଧାନୀ କୁ ପରିଷ୍କାର ରଖିବା। ଏଥି ପାଇଁ ଜନସାଧାରଣଙ୍କ ସହଯୋଗ ଦରକାର।”

ସେହିପରି କାଲିଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଥିବା ଅଣ୍ଡର ୧୭ ଫିଫା ବିଶ୍ୱକପ ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି ଶ୍ରୀ କୁଲାଙ୍ଗେ। ବିଶ୍ୱକପ ପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଏମସି ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ଭିତରେ ୫୦ ସାନିଟାଇଜ ଷ୍ଟାଫ , ୩ ଜଣ ସୁପର ଭାଇଜର, ଜଣେ ସିନିୟର୍ ସୁପର ଭାଇଜର ଓ ଜଣେ ସହଯୋଗୀ ଅତିରିକ୍ତ କମିଶନର ନିୟୋଜିତ ରହିବେ। ଷ୍ଟାଡିୟମ ଭିତରେ ଶୁଖିଲା ଓ ଓଦା ଅଳିଆ ପକାଇବା ପାଇଁ ଗ୍ରୀନ ଗାର୍ବେଜର ବ୍ୟବସ୍ଥା କରାଯାଇଛି। କଳିଙ୍ଗ ଷ୍ଟାଡିୟମ ଭିତର ଓ ବାହାରରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story