Advertisment

ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟାସ, ଏବେ କେଉଁଠି ଜାଣନ୍ତୁ

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟାର ରୂପ ଧରି ୟାସ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଘଣ୍ଟାପ୍ରତି ମାତ୍ର ୧୩ କିମି ବେଗରେ ଆଗକୁ ବଢ଼ୁଥିବା ୟାସ ଏବେ ପାରଦୀପ ଠାରୁ ୧୪୦ କିମି ଓ ବାଲେଶ୍ୱର ଠାରୁ ୨୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ପଶ୍ଚିମବଙ୍ଗର ଦିଘା ଓ ସାଗର ଦ୍ୱୀପ ଠାରୁ ୨୧୦ କିମି ଦୂରରେ ବର୍ତ୍ତମାନ ୟାସ ଅତି ଭୀଷଣ ରୂପ ଧାରଣ କରି ରହିଛି। ସମୁଦ୍ର ମଧ୍ୟରେ ଏଥିଯୋଗୁ ଘଣ୍ଟାପ୍ରତି […]

author-image
Hemant Lenka
ଅଦ୍ୟତନ ହୋଇଛି
ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟାସ, ଏବେ କେଉଁଠି ଜାଣନ୍ତୁ

Cyclone123

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟାର ରୂପ ଧରି ୟାସ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଘଣ୍ଟାପ୍ରତି ମାତ୍ର ୧୩ କିମି ବେଗରେ ଆଗକୁ ବଢ଼ୁଥିବା ୟାସ ଏବେ ପାରଦୀପ ଠାରୁ ୧୪୦ କିମି ଓ ବାଲେଶ୍ୱର ଠାରୁ ୨୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ପଶ୍ଚିମବଙ୍ଗର ଦିଘା ଓ ସାଗର ଦ୍ୱୀପ ଠାରୁ ୨୧୦ କିମି ଦୂରରେ ବର୍ତ୍ତମାନ ୟାସ ଅତି ଭୀଷଣ ରୂପ ଧାରଣ କରି ରହିଛି।

Advertisment

ସମୁଦ୍ର ମଧ୍ୟରେ ଏଥିଯୋଗୁ ଘଣ୍ଟାପ୍ରତି ୧୪୫ରୁ ୧୫୫ କିମି ବେଗରେ ବହୁଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଭୋର ୫ଟା ବେଳକୁ ଧାମରା ଠାରୁ ୩୦ କିମି ଦୂରରେ ରହିବ। ଏହାପରେ ମଧ୍ୟାହ୍ନ ବେଳକୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସଦ୍ୟତମ ବୁଲେଟିନରେ କୁହାଯାଇଛି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ବିଭାଗର ସୂଚନା ଅନୁଯାୟୀ, ବାତ୍ୟାର ଆଖି ପାରଦୀପ ସ୍ଥିତ ରାଡାରରେ କଏଦ ହୋଇଛି। କିନ୍ତୁ ଏହା ସ୍ପଷ୍ଟ ଭାବେ ଚିହ୍ନଟ ହୋଇପାରି ନାହିଁ। ଏହାର ବ୍ୟାସାର୍ଦ୍ଧା ଆହୁରି କମିବାର ଆଶଙ୍କା ରହିଛି। ଏବେ ଆଖିର ବ୍ୟାସାର୍ଦ୍ଧା ୩୫ କିମି ରହିଛି। ବ୍ୟାସାର୍ଦ୍ଧ କମ ରହିଲେ, ବାତ୍ୟାର ପ୍ରଭାବ ଅଧିକ ଦେଖିବାକୁ ମିଳିବ। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଦେଇ ଝାଡ଼ଖଣ୍ଡକୁ ଯିବ। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ଗତି ଘଣ୍ଟାପ୍ରତି ସର୍ବାଧିକ ୧୮୫ କିମି ରହିବ।

Advertisment

ଆଜି ମଧ୍ୟରାତ୍ର ଠାରୁ ଏହାର ପ୍ରଭାବ ଅଧିକ ରହିବ। ୟାସ୍ କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ଆଜି ମଧ୍ୟରାତ୍ରରୁ ପ୍ରଭାବ ବଢ଼ିବ। ମଧ୍ୟରାତ୍ର ପରେ ପବନ ୯୦ରୁ ୧୦୦ କିମି ମଧ୍ୟରେ ବହିବ। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବାତ୍ୟାର ପ୍ରଭାବ ମଧ୍ୟ ଉପକୂଳ ଓଡ଼ିଶାରେ ଦେଖିବାକୁ ମିଳିବ।

ସ୍ଥଳଭାଗ ଅତିକ୍ରମ କରିବା ବେଳେ ପ୍ରଥମେ ପୂର୍ବ ଦିଗରୁ ପବନ ବହିବ। ଏହି ସମୟରେ ଗଛ ଉପୁଡ଼ିବା ସହ କଚ୍ଚା ଘର ଭାଙ୍ଗିବାର ଆଶଙ୍କା ରହିଛି। ବାତ୍ୟାର ଆଖି ଅତିକ୍ରମ କରୁଥିବା ବେଳେ ପବନ ଓ ବର୍ଷାର ବେଗ କମିଯିବ। ଏପରି କି ଖରା ମଧ୍ୟ ପଡ଼ିବ। କିନ୍ତୁ କିଛି ସମୟ ପରେ ହଠାତ୍‌ ବାତ୍ୟାର ପଛ ଭାଗ ଅର୍ଥାତ ପଶ୍ଚିମରୁ ଝଟକା ପବନ ବହିବ। ପୂର୍ବଭଳି ଏହା ମଧ୍ୟ ଶକ୍ତିଶଳୀ ରହିବ। କାଲି ସକାଳୁ ପବନ ବେଗ ବଢ଼ି ୧୫୫ରୁ ୧୬୫ ଯାଏ ରହିବ। ପବନ ଏହି ବେଗରେ ଦ୍ୱିପ୍ରହର ଯାଏ ଅନୁଭୂତ ହେବ।

୨୬ ତାରିଖ ଦିନ ତମାମ ପ୍ରବଳ ବର୍ଷା ଲାଗି ରହିବ। ଦ୍ୱିପ୍ରହର ବେଳେ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ଜୁଆର ଉଠିବ। ବାଲେଶ୍ୱର ଓ ଭଦ୍ରକରେ ୪ ମିଟର ଯାଏ ଜୁଆର ଉଠିବାର ଆଶଙ୍କା ରହିଛି। ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୨ରୁ ୩ ମିଟର ଜୁଆର ଉଠିବ। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ କାଲି ଦିନ ୧୨ଟା ଯାଏ ପ୍ରଭାବ ରହିବ। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପୂର୍ବାହ୍ନରେ ବେଶୀ ପ୍ରଭାବ ରହିବ।

ଭଦ୍ରକରେ ଅପରାହ୍ନ ଓ ବାଲେଶ୍ୱରରେ ସଂଧ୍ୟା ଯାଏ ବାତ୍ୟା ୟାସର ତାଣ୍ଡବ ଦେଖିବାକୁ ମିଳିବ। କାଲି ସଂଧ୍ୟା ଯାଏ ଉପକୂଳବର୍ତ୍ତୀ ଜିଲ୍ଲାପାଇଁ ବିପଦ ରହିଛି ବୋଲି ପାଣିପାଗ ବିଭାଗର ଡିଜି ଶ୍ରୀ ମହାପାତ୍ର କହିଛି।

Cyclone Yaas