Advertisment

ସତ ହୋଇଗଲା ଅଭିନୟ; ନୀରବି ଗଲେ ରବି ମିଶ୍ର

କଟକ(ଓଡ଼ିଶା ରିପୋର୍ଟର): ଗତକାଲି ହୃଦଘାତର ମିଛିମିଛିକା ଅଭିୟନ କରୁଥିଲେ। ଏହି ସମୟରେ କିନ୍ତୁ ହୋଇଥିଲା ସତସତିକା ହୃଦଘାତ। ଆଉ ଆଖି ପିଛୁଳାକେ ସବୁ କିଛି ଓଲଟପାଲଟ ହୋଇଗଲା।  ସୁଟିଂସେଟରୁ ସିଧା ମେଡିକାଲ। ଆଉ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କଲେ ବର୍ଷୀୟାନ ଅଭିନେତା ରବି ମିଶ୍ର। ‘ଗୋପାଳ ରହସ୍ୟ’ ସିରିଏଲର ମୁଖ୍ୟ ଚରିତ୍ରରେ ଅଭିନୟ କରି ବର୍ଷ ବର୍ଷ ଧରି ଲୋକଙ୍କୁ ହସାଉଥିବା ବର୍ଷୀୟାନ ଅଭିନେତା ରବି ମିଶ୍ର ଶେଷରେ ନୀରବି ଗଲେ। ୬୪ ବର୍ଷ ବୟସରେ […]

author-image
Niharika Rout
ଅଦ୍ୟତନ ହୋଇଛି
ସତ ହୋଇଗଲା ଅଭିନୟ; ନୀରବି ଗଲେ ରବି ମିଶ୍ର

RABI UPDATE

କଟକ(ଓଡ଼ିଶା ରିପୋର୍ଟର): ଗତକାଲି ହୃଦଘାତର ମିଛିମିଛିକା ଅଭିୟନ କରୁଥିଲେ। ଏହି ସମୟରେ କିନ୍ତୁ ହୋଇଥିଲା ସତସତିକା ହୃଦଘାତ। ଆଉ ଆଖି ପିଛୁଳାକେ ସବୁ କିଛି ଓଲଟପାଲଟ ହୋଇଗଲା।  ସୁଟିଂସେଟରୁ ସିଧା ମେଡିକାଲ। ଆଉ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କଲେ ବର୍ଷୀୟାନ ଅଭିନେତା ରବି ମିଶ୍ର।

Advertisment

‘ଗୋପାଳ ରହସ୍ୟ’ ସିରିଏଲର ମୁଖ୍ୟ ଚରିତ୍ରରେ ଅଭିନୟ କରି ବର୍ଷ ବର୍ଷ ଧରି ଲୋକଙ୍କୁ ହସାଉଥିବା ବର୍ଷୀୟାନ ଅଭିନେତା ରବି ମିଶ୍ର ଶେଷରେ ନୀରବି ଗଲେ। ୬୪ ବର୍ଷ ବୟସରେ ହୃଦଘାତରେ ତାଙ୍କ ପରଲୋକ ହୋଇଯାଇଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଏହି ଲୋକପ୍ରିୟ ଅଭିନେତା ଆଖି ବୁଜିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ସୁଟିଂସେଟ୍‌ରେ ହୃଦ୍‌ଘାତର ଅଭିନୟ କଲା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ହେବାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପରିବାର ପକ୍ଷରୁ କୁହାଯାଇଛି।

Advertisment

ମଞ୍ଚ, ଚଳଚ୍ଚିତ୍ର ଓ ଟେଲି ସିରିୟଲରେ ଅଭିନୟ କରି ନିଜ ଛାପ ଛାଡ଼ି ଯାଇଛନ୍ତି ରବି ମିଶ୍ର। ‘ଗୋପାଳ ରହସ୍ୟ’ର ମୁଖ୍ୟ ଚରିତ୍ରରେ  ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିବା ବେଳେ ଲୋକଙ୍କୁ ଯୋଗାଉଥିଲା ହସର ଖୋରାକ।

ଅଧିକ ପଢ଼ନ୍ତୁ : ଇଂଲଣ୍ଡ ସିରିଜ ପୂର୍ବରୁ ହିନ୍ଦୀରେ ଟ୍ୱିଟ କରି ଭାରତକୁ ଚେତାବନୀ!

Ollywood