Advertisment

ଏୟୁଙ୍କୁ ନିଜ ଗଡ଼ରେ ମିଳିଲାନି ଗୁରୁତ୍ୱ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର) : ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ ଉତ୍ସବରେ ବିଜେଡିର ବରିଷ୍ଠ ଉପସଭାପତି ତଥା ସ୍ଥାନୀୟ ନେତା ଏୟୁ ସିଂହଦେଓଙ୍କୁ ଆବଶ୍ୟକ ମର୍ଯ୍ୟାଦା ନମିଳିବାକୁ ନେଇ ଚର୍ଚ୍ଚା। ଏପରିକି ସଭା ଆରମ୍ଭରୁ ଏୟୁ ଆଗଧାଡ଼ିରେ ବସିଥିବାବେଳେ ପରେ ତାଙ୍କୁ ପଛ ଧାଡ଼ିକୁ ଉଠାଇ ଦିଆଯାଇଥିଲା। ତା’ପୁଣି ଏୟୁଙ୍କ କଟ୍ଟରବିରୋଧୀ ତଥା ସ୍ଥାନୀୟ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପାଇଁ। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପଣ ଉତ୍ସବକୁ […]

author-image
Sampad Mahapatra
ଅଦ୍ୟତନ ହୋଇଛି
ଏୟୁଙ୍କୁ ନିଜ ଗଡ଼ରେ ମିଳିଲାନି ଗୁରୁତ୍ୱ

Au_in_Balangir_med_college_function 1234

ବଲାଙ୍ଗିର(ଓଡ଼ିଶା ରିପୋର୍ଟର) : ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ ଉତ୍ସବରେ ବିଜେଡିର ବରିଷ୍ଠ ଉପସଭାପତି ତଥା ସ୍ଥାନୀୟ ନେତା ଏୟୁ ସିଂହଦେଓଙ୍କୁ ଆବଶ୍ୟକ ମର୍ଯ୍ୟାଦା ନମିଳିବାକୁ ନେଇ ଚର୍ଚ୍ଚା। ଏପରିକି ସଭା ଆରମ୍ଭରୁ ଏୟୁ ଆଗଧାଡ଼ିରେ ବସିଥିବାବେଳେ ପରେ ତାଙ୍କୁ ପଛ ଧାଡ଼ିକୁ ଉଠାଇ ଦିଆଯାଇଥିଲା। ତା’ପୁଣି ଏୟୁଙ୍କ କଟ୍ଟରବିରୋଧୀ ତଥା ସ୍ଥାନୀୟ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପାଇଁ।

Advertisment

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପଣ ଉତ୍ସବକୁ କୁଆଡ଼େ 'ସରକାରୀ କାର୍ଯ୍ୟକ୍ରମ' ଭାବେ ପାଳନ କରିବାକୁ ବିଜେଡି ଚାହିଁଥିଲା। କିନ୍ତୁ ତା ସତ୍ତ୍ୱେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ପାଇଁ ଦଳର ସ୍ଥାନୀୟ ୟୁନିଟ୍ ନିଜଆଡ଼ୁ କର୍ମୀ ଯୋଗାଡ଼ କରିପାରିଥାନ୍ତା। ମାତ୍ର ସେଠାରେ ଦଳର ଉପସଭାପତି ଏୟୁ ଓ ତାଙ୍କ ପୁଅ ସାଂସଦ କଳିକେଶ ସିଂହଦେଓ ଏଥିପ୍ରତି କାଳେ ଦୃଷ୍ଟି ଦେଇନଥିଲେ। ଯାହାର ଫାଇଦା ବିଜେପି ଓ କଂଗ୍ରେସ ଉଠାଇବାରେ ସକ୍ଷମ ହୋଇଥିଲେ।

ଏୟୁ ତାଙ୍କ ସାନ ପୁଅଙ୍କୁ ରାଜନୀତିକ ଉତ୍ତରାଧିକାରୀ ଭାବେ ଉପସ୍ଥାପିତ କରିବା ନିମନ୍ତେ ମେଡିକାଲ କଲେଜର ପ୍ରବେଶ ପଥରେ ଏକ ବିଶାଳ ଗେଟ୍ କରିଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଛୋଟ ଥିବାବେଳେ ତାଙ୍କ ସାନ ପୁଅ ଅର୍କେଶ ସିଂହଦେଓଙ୍କ ଏକ ବୃହତ୍ ଫଟୋ ସ୍ଥାନିତ ହୋଇଥିଲା। ସେହି ଗେଟରେ ଏୟୁ ନିଜର ସାଂସଦ ପୁଅଙ୍କ ଫଟୋ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଫଟୋକୁ ମଧ୍ୟ ଗୌଣ କରି ଲଗାଇଥିଲେ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ହୋଇଥିବା କୁହାଯାଉଛି।

Advertisment

ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପଣ ଉତ୍ସବରୁ ଉଭୟ ବିଜେପି ଓ କଂଗ୍ରେସ ରାଜନୀତିକ ଫାଇଦା ନେବାକୁ ଚାହିଁଥିବାବେଳେ ସ୍ଥାନୀୟ ବିଜେଡି ନିରବ ରହିବା ମଧ୍ୟ ନବୀନଙ୍କୁ ଅସନ୍ତୁଷ୍ଟ କରିଛି।

ବୋଧହୁଏ ଏହି କାରଣରୁ ପ୍ରଥମ ଧାଡ଼ିରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ପ୍ରଥମେ ଏୟୁ ବସିଥିବାବେଳେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ପାଇଁ ତାଙ୍କୁ ସେହି ସିଟ୍ ଛାଡ଼ିବାକୁ ପଡ଼ିଥିଲା। ଆଉ ଏୟୁ ବାଧ୍ୟ ହୋଇ ପଛ ଲାଇନକୁ ଯାଇ ଶ୍ରୀ ମିଶ୍ରଙ୍କ ପଛରେ ଥିବା ସିଟରେ ବସିଥିଲେ।

ଏହି ପ୍ରସଙ୍ଗ ଏବେ ଜିଲ୍ଲାରେ ରାଜନୀତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।