Advertisment

ଦୁନିଆ ରଙ୍ଗମଞ୍ଚରୁ ବିଦାୟ ନେଲେ ରାମଚନ୍ଦ୍ର

ପୁରୀ(ଓଡ଼ିଶା ରିପୋର୍ଟର): ଓଡ଼ିଶା ସଂସ୍କୃତି ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର। ଗତକାଲି ରାତିରେ ଲୋକପ୍ରିୟ ଗାୟକ ଅର୍ଜୁନ୍‌ ଚରଣ ସାମଲଙ୍କ ଦେହାନ୍ତ ପରେ ଆଜି ଅପରାହ୍ନରେ ଭେଟେରାନ୍‌ ଅଭିନେତା ତଥା ଜୟଦେବ ପୁରସ୍କାର ବିଜେତା ରାମଚନ୍ଦ୍ର ପ୍ରତିହାରୀ(୮୭)ଙ୍କ ପରଲୋକ ହୋଇଛି। ପ୍ରଖ୍ୟାତ ଓଡ଼ିଆ ମଞ୍ଚ ତଥା ସିନେ ଅଭିନେତା ରାମଚନ୍ଦ୍ର ପୁରୀ ଅନ୍ନପୁର୍ଣ୍ଣା ରଙ୍ଗମଞ୍ଚରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ମଧ୍ୟ ପାଦ ରଖିଥିଲେ। […]

ଅଦ୍ୟତନ ହୋଇଛି
ଦୁନିଆ ରଙ୍ଗମଞ୍ଚରୁ ବିଦାୟ ନେଲେ ରାମଚନ୍ଦ୍ର

pratihari

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଓଡ଼ିଶା ସଂସ୍କୃତି ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର। ଗତକାଲି ରାତିରେ ଲୋକପ୍ରିୟ ଗାୟକ ଅର୍ଜୁନ୍‌ ଚରଣ ସାମଲଙ୍କ ଦେହାନ୍ତ ପରେ ଆଜି ଅପରାହ୍ନରେ ଭେଟେରାନ୍‌ ଅଭିନେତା ତଥା ଜୟଦେବ ପୁରସ୍କାର ବିଜେତା ରାମଚନ୍ଦ୍ର ପ୍ରତିହାରୀ(୮୭)ଙ୍କ ପରଲୋକ ହୋଇଛି।

Advertisment

ପ୍ରଖ୍ୟାତ ଓଡ଼ିଆ ମଞ୍ଚ ତଥା ସିନେ ଅଭିନେତା ରାମଚନ୍ଦ୍ର ପୁରୀ ଅନ୍ନପୁର୍ଣ୍ଣା ରଙ୍ଗମଞ୍ଚରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ମଧ୍ୟ ପାଦ ରଖିଥିଲେ। ତାଙ୍କ ଅଭିନୀତ ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ର ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ହୋଇ ସାରା ଦେଶରେ ଆଦୃତ ହୋଇଥିଲା। ୨୦୦୭ ମସିହାରେ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ତାଙ୍କୁ ରାଜ୍ୟ ସରକାର ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରିଥିଲେ। ଏହା ପର୍ବରୁ ପ୍ରତିହାରୀ ୧୯୭୯ରେ ଚଳଚ୍ଚିତ୍ର ନୀଳମାଧବ ଲାଗି ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

ଦୀର୍ଘଦିନ ଧରି ପ୍ରତିହାରୀ ଅସୁସ୍ଥ ଥିଲେ। ନିକଟରେ ବିଜେପି ସଂସ୍କୃତିକ ସେଲ୍‌ ପକ୍ଷରୁ ତାଙ୍କ ୧ ଲକ୍ଷ ଟଙ୍କାର ଆର୍ଥକ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଥିଲା।

Advertisment

ଚୁମ୍ବକ୍‌ରେ ରାମଚନ୍ଦ୍ର

  • ପୁରୀ ଗଦାଧର ହାଇସ୍କୁଲରେ ପାଠପଢା
  • ସେବାୟତ ପରିବାରର ହୋଇଥିବାରୁ ପ୍ରଥମେ ଶ୍ରୀମନ୍ଦିରରେ ସୁପକାର ସେବା
  • ମାଟ୍ରିକ୍‌ ଫେଲ୍‌ ପରେ ମଞ୍ଚ ନାଟରେ ଯୋଗଦାନ
  • ବ୍ରହ୍ମପୁର ଜନତା ରଙ୍ଗମଞ୍ଚରେ ସିତାର ବାଦକ ଭାବେ କାର୍ଯ୍ୟଆରମ୍ଭ, ପରେ ଅଭିନୟ

ଚଳଚ୍ଚିତ୍ର

ନୁଆବୋଉ, ମାଣିକଯୋଡି, ଭାଇ ଭାଉଜ, କିଏ କାହାର, ଘର ସଂସାର, ଅରୁନ୍ଧତୀ, ଚାରିଅଧ୍ୟାୟ(ହିନ୍ଦୀ), ମୁକ୍ତି, ଶଙ୍ଖମହୂରି, ପଳାତକ, ପୂଜା, ଏକ ସଂଘର୍ଷ, ଦେବଯାନୀ, ପ୍ରତିଧ୍ୱନୀ, ବାପା, ଜୟ ଜଗନ୍ନାଥ(୧୭ ଭାରତୀୟ ଭାଷା), ଶ୍ରୀ ଜଗନ୍ନାଥ, ନୀଳମାଧବ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe