Advertisment

ଚାଲିଗଲେ ଅଭିନେତା ବିରାଜ ଦାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ବିରାଜ ଦାସ। ନିଜର ବଳିଷ୍ଠ ଅଭିନୟ ଓ ଗମ୍ଭୀର ସ୍ୱରରେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ବିରାଜ ଦାସ ଆଜି ୬୩ ବର୍ଷ ବୟସରେ ପରପାରିକୁ ଚାଲି ଯାଇଛନ୍ତି। ସେ ଦୀର୍ଘଦିନ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସେହିଠାରେ ହିଁ ରାତି ପ୍ରାୟ ୯ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ […]

ଅଦ୍ୟତନ ହୋଇଛି
ଚାଲିଗଲେ ଅଭିନେତା ବିରାଜ ଦାସ

Biraja-das

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ବିରାଜ ଦାସ। ନିଜର ବଳିଷ୍ଠ ଅଭିନୟ ଓ ଗମ୍ଭୀର ସ୍ୱରରେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ବିରାଜ ଦାସ ଆଜି ୬୩ ବର୍ଷ ବୟସରେ ପରପାରିକୁ ଚାଲି ଯାଇଛନ୍ତି। ସେ ଦୀର୍ଘଦିନ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସେହିଠାରେ ହିଁ ରାତି ପ୍ରାୟ ୯ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏ ସମ୍ପର୍କରେ ବିରାଜଙ୍କ ସାନ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି।

Advertisment

ବିରାଜ ଦାସ ଅନେକ ଓଡ଼ିଆ ଫିଲ୍ମ ସହ ସିରିଏଲରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ। ଭାଇ ଠାରୁ ଆରମ୍ଭ କରି ମାମୁ ଓ ବାପାଙ୍କ ଭଳି ଚରିତ୍ରରେ ସେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୯୫ରେ ରିଲିଜ ହୋଇଥିବା ଭାଇ ମୋର ଜଗା, ୧୯୯୯ର ପ୍ରେମ ବନ୍ଧନ ଠାରୁ ଆରମ୍ଭ କରି ମା’ ପରି କିଏ ହେବ ଭଳି ସୁପର ହିଟ୍‌ ସିନେମାରେ ସେ ଅଭିନୟ କରିଥିଲେ। ଏହାବାଦ ଓଡ଼ିଆ ସରିୟଲ ଓ ଅନେକ ଟକ ଶୋ’ ମଧ୍ୟ ସେ ନିଜର ଆସିଥିଲେ। ଟେଲି ସିରିୟଲ ତମସାତୀରେରେ ଅଭିନୟ କରିି ସେ ଲୋକପ୍ରିୟ ହୋଇଥିଲେ। ଚଳଚ୍ଚିତ୍ର ଯା ଦେବୀ ସର୍ବଭୂତେଷୁ ଓ ବଗଲା ବଗୁଲୀରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା।

ଆଜି ତାଙ୍କ ଦେହାନ୍ତ ଖବର ପୂରା ଓଲିଉଡ ଜଗତରେ ଶୋକର ଚ୍ଛାୟା ଖେଳାଇ ଦେଇଛି। ତାଙ୍କ ଶେଷ ଦର୍ଶନ ପାଇଁ ଅନେକ କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ ମଧ୍ୟ ଆରମ୍ଭ ହୋଇଛି।

Advertisment
Ollywood Actor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe