Advertisment

୬ରେ ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଆସନ୍ତା ଅକ୍ଟୋବର ୬ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଦିନିକିଆ ଗସ୍ତରେ ଆସି ୩୯ତମ ବିଶ୍ୱ କବି ସମ୍ମିଳନୀରେ ଯୋଗଦେବେ। ଚଳିତମାସ ୨୭ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଆସୁଛନ୍ତି। ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କିଟ […]

author-image
Manoranjan Sial
ଅଦ୍ୟତନ ହୋଇଛି
୬ରେ ଆସିବେ ଉପରାଷ୍ଟ୍ରପତି

vankeyaa

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଆସନ୍ତା ଅକ୍ଟୋବର ୬ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଦିନିକିଆ ଗସ୍ତରେ ଆସି ୩୯ତମ ବିଶ୍ୱ କବି ସମ୍ମିଳନୀରେ ଯୋଗଦେବେ। ଚଳିତମାସ ୨୭ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଆସୁଛନ୍ତି। ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଅକ୍ଟୋବର ୨ରୁ ୬ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ‘୩୯ତମ ବିଶ୍ୱ କବି କଂଗ୍ରେସ’ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଶ୍ରୀ ନାଇଡୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପୂର୍ବାହ୍ନ ୧୦ଟା ୧୫ମିନିଟରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ସଡ଼କ ମାର୍ଗରେ ସିଧାସଳଖ କିଟ ବିଶ୍ୱବିଦ୍ୟାଳୟ ଯିବେ। ସେଠାରେ ସାଢ଼େ ୧୨ଟା ପର୍ଯ୍ୟନ୍ତ ରହିବେ। ସେଠାରୁ ରାଜଭବନ ଆସି ମଧ୍ୟାହ୍ନ ଭୋଜନ ଗ୍ରହଣ କରିବା ସହ ବିଶ୍ରାମ ନେବେ। ଏହା ପରେ କଟକ ସ୍ଥିତ ଇନ୍ଦୋର ଷ୍ଟାଡିୟମରେ ଦୈନିକ ସମ୍ୱାଦପତ୍ର ‘ସମାଜ’ର ଶତବର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ସେଠାରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ରହିବେ।  ସନ୍ଧ୍ୟା ୬ଟାରେ ସେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଭିମୁଖେ ଫେରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଅକ୍ଟୋବର ୨୭ତାରିଖ ସନ୍ଧ୍ୟାରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ୨୭ତାରିଖରେ ରାଜଭବନରେ ରାତ୍ରିଯାପନ କରିବେ। ୨୮ତାରିଖ ସକାଳେ ଗୋପାଳପୁରର ଗୋଳବନ୍ଧଠାରେ ଥିବା ଆର୍ମି-ଏୟାର ଡିଫେନ୍ସ କଲେଜର ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୁବନେଶ୍ୱର ଫେରିବାପରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ବୋଲି ଜଣାପଡ଼ିଛି।

Advertisment