Advertisment

ସେ ମୋତେ ନଈ ପଠାକୁ ଡାକୁଥିଲେ...

ଯାଜପୁର (ଅଭୟ ପତି): “ସେ ମୋତେ ଯେତେଥର ଡାକିଥିଲା, ନଈ ପଠାକୁ ଡାକୁଥିଲେ। ବାହାହେବ ବୋଲି କହି ସେଠାରେ ମୋ ସହିତ ଖରାପ କାମ କରିଥିଲେ।  ଆଉ ଏବେ ବାହା ହେବନାହିଁ ବୋଲି କହୁଛନ୍ତି। ମୋତେ ନ୍ୟାୟ ଦରକାର।” ଯାଜପୁର ଏସ୍‌ପିଙ୍କୁ ଭେଟି ଆଜି ଏପରି ଗୁହାରୀ କରିଛନ୍ତି ପୀଡ଼ିତା। ଲଭ-ସେକ୍ସ- ଧୋକାର ଏପରି ଘଟଣା ବଡଚଣା ଥାନା ଅଞ୍ଚଳରେ ଘଟିଛି। ପୀଡ଼ିତାଙ୍କ କହିବା ଅନୁସାରେ ବଡ଼ଚଣା ଥାନା ଅଞ୍ଚଳର ଯୁବକ ସମ୍ବିତ ସାମଲ ତାଙ୍କୁ ଭଲ […]

ଅଦ୍ୟତନ ହୋଇଛି
ସେ ମୋତେ ନଈ ପଠାକୁ ଡାକୁଥିଲେ...

Jajpur

Advertisment

ଯାଜପୁର (ଅଭୟ ପତି): “ସେ ମୋତେ ଯେତେଥର ଡାକିଥିଲା, ନଈ ପଠାକୁ ଡାକୁଥିଲେ। ବାହାହେବ ବୋଲି କହି ସେଠାରେ ମୋ ସହିତ ଖରାପ କାମ କରିଥିଲେ।  ଆଉ ଏବେ ବାହା ହେବନାହିଁ ବୋଲି କହୁଛନ୍ତି। ମୋତେ ନ୍ୟାୟ ଦରକାର।” ଯାଜପୁରଏସ୍‌ପିଙ୍କୁ ଭେଟି ଆଜି ଏପରି ଗୁହାରୀ କରିଛନ୍ତି ପୀଡ଼ିତା। ଲଭ-ସେକ୍ସ- ଧୋକାର ଏପରି ଘଟଣା ବଡଚଣା ଥାନା ଅଞ୍ଚଳରେ ଘଟିଛି।

Advertisment

ପୀଡ଼ିତାଙ୍କ କହିବା ଅନୁସାରେ ବଡ଼ଚଣା ଥାନା ଅଞ୍ଚଳର ଯୁବକ ସମ୍ବିତ ସାମଲ ତାଙ୍କୁ ଭଲ ପାଉଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ଗାଁ ଚଣ୍ଡି ମନ୍ଦିରରେ ମୋ ସହିତ ଖରାପ ସଂପର୍କ ରଖିଥିଲେ। ଯେଉଁଥିପାଇଁ ଗର୍ଭବତୀ ହୋଇଯାଇଥିଲି ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଗର୍ଭବତୀ ହୋଇଥିବା ଜାଣିବା ପରେ ଯୁବତୀ ଜଣକ ବିବାହ ପାଇଁ ସମ୍ବିତଙ୍କୁ କହିଥିଲେ। କିନ୍ତୁ ସେ ବିବାହ କରିବାକୁ ମନା କରିଦେଇଥିଲେ। ଆଉ ଧରାଛୁଆଁ ଦେଲେ ନାହିଁ। ଶେଷରେ କିଛି ଉପାୟ ନପାଇ ଯୁବତୀ ଜଣକ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ଏହା ପରେ ସମ୍ୱିତଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା ଯୁବତୀଙ୍କ ଘର ଲୋକ। ମାମଲା ସମାଧାନ କରିବା ପରିବର୍ତ୍ତେ ସମ୍ୱିତଙ୍କୁ ତାଙ୍କ ପରିବାର ଲୋକେ ଫେରାର କରାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ସବୁଆଡୁ ନିରାଶ ହେବା ପରେ ପୀଡ଼ିତା ଏନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏପରିକି ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ। ବଡ଼ଚଣା ପୁଲିସଠାରୁ ନିରାଶ ହୋଇ ଆଜି ପୀଡିତା ଏସ୍‌ପି ରାହୁଲ ପିଆରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି। ତେବେ ଏସ୍‌ପି ରାହୁଲ ପିଆର୍‌ ପୀଡିତାଙ୍କ ଅଭିଯୋଗ ଶୁଣିବା ପରେ ଖୁବଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment
Love Betrayal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe