ସବୁ ସାରି ଦେଇଥିଲେ ଭାଲୁଭାଇ, ଭାଗ୍ୟ ଭଲ, କଥା ମଝିରେ ଅଟକି ଗଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଥାରେ ଅଛି ନା କାଉଳିଆ ହେଲେ କଥା ସଇଲା। ଏ ଉକ୍ତିଟି ସେଦିନ ସତ ପ୍ରମାଣିତ ହେଇଥାନ୍ତା, ହେଲେ ସୌଭାଗ୍ୟକୁ ଭାଲୁ ଭାଇଙ୍କ ତୁଣ୍ଡରେ ଠାକୁରେ ବିଜେ କଲେ, ଆଉ ସେ କଥା କହିବା ଛାଡ଼ି ନିଶଦାଢ଼ି ଆଉଁସିଲେ। ଆମ ଶ୍ରଦ୍ଧାର ଭାଲୁଭାଇ, ମାନେ ବିଧାୟକ ତାରାପ୍ରସାଦ ବାହିନୀପତି ମହୋଦୟ। ଭାରି ରୋକ୍‌ଠୋକ୍‌ ଲୋକ। ମୁହଁକୁ ଯାହା ଆସିବ କହିବେ। ଖାସ୍‌ ଏଇ ଗୁଣ ପାଇଁ ରାଜ୍ୟରେ ତାଙ୍କର ପ୍ରସିଦ୍ଧି ରହିଛି। ହେଲେ […]

bhalu

Mihir Pattnayak
  • Published: Friday, 21 September 2018
  • , Updated: 21 September 2018, 03:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଥାରେ ଅଛି ନା କାଉଳିଆ ହେଲେ କଥା ସଇଲା। ଏ ଉକ୍ତିଟି ସେଦିନ ସତ ପ୍ରମାଣିତ ହେଇଥାନ୍ତା, ହେଲେ ସୌଭାଗ୍ୟକୁ ଭାଲୁ ଭାଇଙ୍କ ତୁଣ୍ଡରେ ଠାକୁରେ ବିଜେ କଲେ, ଆଉ ସେ କଥା କହିବା ଛାଡ଼ି ନିଶଦାଢ଼ି ଆଉଁସିଲେ।

ଆମ ଶ୍ରଦ୍ଧାର ଭାଲୁଭାଇ, ମାନେ ବିଧାୟକ ତାରାପ୍ରସାଦ ବାହିନୀପତି ମହୋଦୟ। ଭାରି ରୋକ୍‌ଠୋକ୍‌ ଲୋକ। ମୁହଁକୁ ଯାହା ଆସିବ କହିବେ। ଖାସ୍‌ ଏଇ ଗୁଣ ପାଇଁ ରାଜ୍ୟରେ ତାଙ୍କର ପ୍ରସିଦ୍ଧି ରହିଛି।

ହେଲେ ଭାଲୁଭାଇ ସେଦିନ ଯାହା କରିବାକୁ ଯାଉଥିଲେ ଯଦି କରିଥାନ୍ତେ ତା ହେଲେ ସବୁ ସରି ଯାଇଥାନ୍ତା।

ଆପଣ ଭାବୁଥିବେ ସେ ଏମିତି କ’ଣ କଲେ ଯେ, ସବୁ ସରି ଯାଇଥାନ୍ତା?

କଥାରେ ଅଛି ନା, ବହିଗଲା ପାଣି ଆଉ ତୁଣ୍ଡରୁ ବାହରି ପଡ଼ିଥିବା ଶବ୍ଦ କେବେ ଫେରେନା। ଠିକ୍‌ ସେମିତି ସେଦିନ ଯଦି ବିଧାନସଭାରେ ଭାଲୁ ଭାଇଙ୍କ ତୁଣ୍ଡରୁ ଆଉ କିଛି ଶବ୍ଦ ବାହାରି ପଡ଼ିଥାନ୍ତା, ତା'ହେଲେ ସାରା ବିଧାନସଭା ଅଶୁଦ୍ଧ ହୋଇପଡ଼ିଥାନ୍ତା।

ଆସନ୍ତୁ ମୂଳ କଥାକୁ ଯିବା। ସାମ୍ବାଦିକ ଅଭିଜିତ୍‌ ଆୟାର ମିତ୍ର ଓଡ଼ିଶାକୁ ଅପମାନିତ କରି ଟୁଇଟ୍‌ କରିଥିଲେ। ସବୁ ସ୍ୱାଭିମାନୀ ଓଡ଼ିଆଙ୍କୁ ଏହା ବାଧିଥିବ। ଭାଲୁ ଭାଇଙ୍କୁ ବି ବାଧିଛି। ବଡ଼ ଠାକୁରଙ୍କୁ ବଙ୍ଗାଳୀ ଠାକୁର, ଓଡ଼ିଶା ବୋଲି କିଛି ନାହିଁ, ଏହା ବଙ୍ଗଳାର, ଆଉ କୋଣାର୍କ ଟେମ୍ପୁଲ୍‌ ନୁହେଁ ହମ୍ପୁଲ୍‌ ବୋଲି କହି ନିଜର ପାଣ୍ଡିତ୍ୟ ବଖାଣିଥିବା ଅଭିଜିତ୍‌ଙ୍କୁ ଇତିମଧ୍ୟରେ ପୁଲିସ୍‌ ଗିରଫ କରିଥିଲା। ପରେ ସେ ବେଲ୍ ପାଇଛନ୍ତି।

ହେଲେ ଏହି ପ୍ରସଙ୍ଗର ଉତ୍ତାପ ଆଜିର କୋହଲା ପାଗରେ ବି ରାଜ୍ୟ ରାଜନୀତିକୁ ସରଗରମ୍‌ କରି ରଖିଛି। ଏହି ସାମ୍ବାଦିକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଲାଗି ବିଧାନସଭାରେ ଦାବି କରିଛନ୍ତି ବିଧାୟକମାନେ। ସେହି ଅବସରରେ କୁଆଡ଼େ ବିଧାନସଭରରେ ବିବୃତି ଦେଉଦେଉ ଭାଲୁଭାଇ ପଦେ ଅଖାଡୁଆ କଥା କହିବାକୁ ଯାଉଥିଲେ। କହୁ କହୁ ସେ ତାଙ୍କ ପାଟିକୁ ଅଧାରୁ ଅଟକାଇ ଦେଇଥିଲେ।

ତେବେ ସେ ବିଧାନସଭାରେ ଦେଇଥିବା ତାଙ୍କର ଏହି ଭାଷଣ ଏବେ ଭାଇରାଲ୍ ହେଇ, ମୋବାଇଲରୁ ମୋବାଇଲ୍‌କୁ ବୁଲୁଛି। ଏହି ଭିଡିଓ ଆଜି ଦିନ ତମାମ୍ ଚର୍ଚ୍ଚାରେ ଥିବା ଦେଖିବାକୁ ମିଳିଛି। ସୋଶାଲ୍ ମିଡିଆରେ କେତେକ ଲୋକ ତାଙ୍କର ଏହି ଭାଷଣ ପାଇଁ ଭାଲୁଭାଇଙ୍କୁ ଧନ୍ୟବାଦ ବି ଦେଇଛନ୍ତି। କାରଣ ସେ ଯାହା କହିବାକୁ ଯାଉଥିଲେ, ସୌଭାଗ୍ୟକୁ ସେ କଥା ଗଳାରେ ଅଟକି ଗଲା, ଆଉ ବିଧାନସଭାରେ ଏକ କଦର୍ଯ୍ୟ ପରମ୍ପରା ସୃଷ୍ଟି ହେଉ ହେଉ ବର୍ତ୍ତି ଗଲା।

ଶୁଣନ୍ତୁ ଭାଇରାଲ୍ ହୋଇଥିବା ଭିଡିଓରେ ତାରାପ୍ରସାଦ କ’ଣ କହିଛନ୍ତି।

Related story