ଶ୍ରୀକ୍ଷେତ୍ର ଗୁଣ୍ଡିଚା ମନ୍ଦିରରେ ପଶୁଛି ପୁଲିସ୍‌ ବାବୁଙ୍କ ବାଇକ୍‌

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ମନ୍ଦିର ଭିତରେ ପଶୁଛି ପୁଲିସବାବୁଙ୍କ ବାଇକ୍‌। ଯାହାର ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ତେବେ ଏହି ଘଟଣା କେବେ ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସେପଟେ ଏନେଇ ପୁରୀ ପୁଲିସ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଭାଇରାଲ୍‌ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି ଜଣେ ପୁଲିସ୍‌ବାବୁ ବାଇକ୍‌ ଧରି ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚୁଛନ୍ତି। ପୁଲିସ୍‌ବାବୁ ଡ଼ାକ ପକାଇବା ପରେ ସିଂହଦ୍ୱାର ଭିତର ପାର୍ଶ୍ୱରୁ […]

Puri

Puri

Manoranjan Sial
  • Published: Friday, 29 October 2021
  • Updated: 29 October 2021, 04:55 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ମନ୍ଦିର ଭିତରେ ପଶୁଛି ପୁଲିସବାବୁଙ୍କ ବାଇକ୍‌। ଯାହାର ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ତେବେ ଏହି ଘଟଣା କେବେ ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସେପଟେ ଏନେଇ ପୁରୀ ପୁଲିସ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଭାଇରାଲ୍‌ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି ଜଣେ ପୁଲିସ୍‌ବାବୁ ବାଇକ୍‌ ଧରି ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚୁଛନ୍ତି। ପୁଲିସ୍‌ବାବୁ ଡ଼ାକ ପକାଇବା ପରେ ସିଂହଦ୍ୱାର ଭିତର ପାର୍ଶ୍ୱରୁ ଜଣେ କିଏ ଆସି ଦ୍ୱାର ଖୋଲୁଛନ୍ତି। ଆଉ ତା’ପରେ ପୁଲିସବାବୁ ବାଇକ୍‌ ଚଢ଼ି ଗୁଣ୍ଡିଚା ମନ୍ଦିର ଭିତରେ ପଶୁଛନ୍ତି।

ବାଇକ୍‌ ନେଇ ଗୁଣ୍ଡିଚା ମନ୍ଦିର ଭିତରକୁ ଯାଉଥିବା ପୁଲିସବାବୁ କିଏ? କେବେ ମନ୍ଦିର ଭିତରେ ପଶି ଥିଲେ? ମନ୍ଦିର ପାର୍ଶ୍ୱରେ ସ୍ଥାନ ଥିବା ସତ୍ତ୍ୱେ ପୁଲିସବାବୁ କଣ ପାଇଁ ଭିତରକୁ ଗାଡ଼ି ଧରି ପଶିଥିଲେ? ଏବେ ଏମିତି ଅନେକ ପ୍ରଶ୍ନ ଜାଲରେ ଛନ୍ଦି ହୋଇ ପଡ଼ିଛି ପୁରୀ ପୁଲିସ୍‌।

https://youtu.be/99hLq2UbpNU

ଏନେଇ ପୁଲିସ୍‌ ମୁହଁ ଖୋଲିନଥିଲେ ମଧ୍ୟ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି। ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲା ପରେ ସେ କହିଛନ୍ତି, ସଂପୃକ୍ତ ବ୍ୟକ୍ତି ଜଣେ ଜେଟିପି କର୍ମଚାରୀ ହୋଇଥିବେ। ଏଠାରେ ପୁଲିସ ରହନ୍ତିନି। ତେଣୁ ସେ ଜଣେ ଜେଟିପି ହୋଇଥିବେ। ଘଟଣାକୁ ଗୁରୁତ୍ୱର ସହ ନିଆଯାଇ ଅନୁଧ୍ୟାନ କରାଯାଉଛି। ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ।

ଜିଲ୍ଲା ପ୍ରଶାସନ ଭକ୍ତଙ୍କ ପ୍ରବେଶ ଉପରେ ନାନା କଟକଣା ଜାରି କରିଛନ୍ତି। କିନ୍ତୁ ଜଣେ ପୁଲିସବାବୁ ନିଜ ବାଇକ୍‌କୁ ଧରି ଗୁଣ୍ଡିଚା ମନ୍ଦିରରେ ପଶିପାରିବ?

ସୂଚନାରୁ ପ୍ରକାଶ, ପୁରୀ ଟାଉନ୍‌ରେ ବାଇକ୍‌ ଲୁଟେରାମାନେ ମାତିଛନ୍ତି। ଆଖି ପିଛୁଳାକେ ଲୁଟ୍‌ ହୋଇଯାଉଛି ବାଇକ୍‌। ଏନେଇ ଅଭିଯୋଗ କରିବା ପାଇଁ ଲୋକମାନେ ଥାନାକୁ ଗଲେ ନାନା ହଇରାଣ ହେଉଛନ୍ତି। ଏପରିସ୍ଥିତି ପୁଲିସ ବାବୁ ଜଣକ ନିଜ ବାଇକ୍‌କୁ ସୁରକ୍ଷିତ ରଖିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ନିରାପଦ ସ୍ଥାନ ମଣୁଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos