Advertisment

‘ମୁଁ ସବ୍‌ଇନ୍ସପେକ୍ଟର ଥିବା ବେଳେ ଏହାଠୁ ଅଧିକ ନେଉଥିଲି’, ଭିଡିଓ ଭାଇରାଲ

ରାୟଗଡ଼ା(ମନୋଜ ପାତ୍ର): “ଆମେ କେତେ ମନ ଦେଇ କାମ କରୁଛୁ। ଏତେ କମ୍‌ ଆମାଉଣ୍ଟ ହେଲେ କ’ଣ କରିବୁ। ମୋତେ ଖୁସି କଲା ଭଳି ଦେଲେ ସିନା ହେବ। ମୁଁ ସବ୍‌ଇନ୍ସପେକ୍ଟର ଥିଲା ବେଳେ ଏହାଠୁ ଅଧିକ ନେଉଥିଲି।”  ରାୟଗଡ଼ାରେ ଏପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରାୟଗଡ଼ା ଅବକାରୀ ବିଭାଗର ଜଣେ କନଷ୍ଟେବଲ ଦୃଶ୍ୟମାନ ହେଉଥିବା ବେଳେ ଯେଉଁ ସ୍ୱର ଶୁଭୁଛି ତାହା ଅବକାରୀ ଅଧୀକ୍ଷକଙ୍କର ବୋଲି କୁହାଯାଉଛି। ହେଲେ ଉଭୟ […]

author-image
Niharika Rout
ଅଦ୍ୟତନ ହୋଇଛି
‘ମୁଁ ସବ୍‌ଇନ୍ସପେକ୍ଟର ଥିବା ବେଳେ ଏହାଠୁ ଅଧିକ ନେଉଥିଲି’, ଭିଡିଓ ଭାଇରାଲ

video viral

ରାୟଗଡ଼ା(ମନୋଜ ପାତ୍ର): “ଆମେ କେତେ ମନ ଦେଇ କାମ କରୁଛୁ। ଏତେ କମ୍‌ ଆମାଉଣ୍ଟ ହେଲେ କ’ଣ କରିବୁ। ମୋତେ ଖୁସି କଲା ଭଳି ଦେଲେ ସିନା ହେବ। ମୁଁ ସବ୍‌ଇନ୍ସପେକ୍ଟର ଥିଲା ବେଳେ ଏହାଠୁ ଅଧିକ ନେଉଥିଲି।”  ରାୟଗଡ଼ାରେ ଏପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରାୟଗଡ଼ା ଅବକାରୀ ବିଭାଗର ଜଣେ କନଷ୍ଟେବଲ ଦୃଶ୍ୟମାନ ହେଉଥିବା ବେଳେ ଯେଉଁ ସ୍ୱର ଶୁଭୁଛି ତାହା ଅବକାରୀ ଅଧୀକ୍ଷକଙ୍କର ବୋଲି କୁହାଯାଉଛି। ହେଲେ ଉଭୟ ଏହାକୁ ଖଣ୍ଡନ କରିଛନ୍ତି। ଏହି ଭିଡିଓ ଗତ ୩ ଦିନ ହେବ ଭାଇରାଲ ହେଉଥିବା ବେଳେ ଆଜି ଅବକାରୀ କନେଷ୍ଟେବଳଙ୍କୁ ନିଲମ୍ବିତ କରି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ାଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକ ଓ କନଷ୍ଟେବଲ ସୁଶାନ୍ତ ପାତ୍ର ଗତ ଏପ୍ରିଲ ୧୩  ତାରିଖରେ ଗୁଣପୁରକୁ ଯାଇଥିବା ବେଳେ ଏକ ଲଜ୍‌ରେ ରହିଥିଲେ। ସେଠାରେ କୌଣସି ମଦ ଦୋକାନର କର୍ମଚାରୀଙ୍କ ସହ ଟଙ୍କା କାରବାରକୁ ନେଇ ହୋଇଥିବା ସେମାନଙ୍କ କଥାବାର୍ତ୍ତାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ଅବକାରୀ ଅଧୀକ୍ଷକ ତାଙ୍କ ବିଭାଗର କନଷ୍ଟେବଲଙ୍କ ଜରିଆରେ ଅର୍ଥ କାରବାର କଥା କହୁଥିବା ଭିଡିଓରେ ସ୍ପଷ୍ଟ ଭାବେ ଶୁଣା ଯାଉଛି।

ଭିଡିଓ ଭାଇରାଲ ହେବା ପରେ ରାୟଗଡା ଜିଲ୍ଲାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ’ବାକି ନିଅ, ଆଡଭାନ୍ସ ବି ନିଅ। ଆଉ ୧.୫ ୨ ଦିନରେ ଦେଇଦେବି। ହିସାବ ସବୁ ଆଣିଛି’ ବୋଲି ମଦ ଦୋକାନ କର୍ମଚାରୀ ଜଣକ କହୁଛନ୍ତି।

Advertisment

ଅନ୍ୟପକ୍ଷରେ  ‘ଆମେ କେତେ ମନ ଦେଇ କାମ କରୁଛୁ। ଆମାଉଣ୍ଟ  ବହୁତ କମ୍‌ ହୋଇଗଲା ।   ମୋତେ ଖୁସି କଲା ଭଳି ଦେଲେ ସିନା ହେବ। ମୁଁ ସବ୍‌ଇନ୍ସପେକ୍ଟର ଥିଲା ବେଳେ ଏହାଠୁ ଅଧିକ ନେଉଥିଲି। ଏପରିକି ପାତ୍ରପୁରରେ ଥିବା ବେଳେ ଗୋଟିଏ ମଦ ଦୋକାନରୁ ୧୫ ହଜାର ନେଉଥିଲି’ ବୋଲି ଅବକାରୀ ଅଧୀକ୍ଷକ କହୁଥିବା ଶୁଣିବାକୁ ମିଳୁଛି। ତେବେ ଉଭୟ ଅବକାରୀ ଅଧୀକ୍ଷକ ଓ କନଷ୍ଟେବଲ ଏବେ ଏହି ଭିଡିଓକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହ ସେମାନଙ୍କୁ ଫସା ଯାଉଥିବା କହିଛନ୍ତି।

ଏନେଇ ଅବକାରୀ ଅଧୀକ୍ଷକ କହିଛନ୍ତି, ଆମର ଏଥିରେ କିଛି ସମ୍ପୃକ୍ତି ନାହିଁ। କେବେକାର ଘଟଣା ମୋର ମନେ ପଡ଼ୁନି । କୋଭିଡ, ରେଡକ୍ରସ ପାଇଁ କଲେକସନ୍‌ ହୋଇଥିବ। କିଏ ଭାଇରାଲ କରିଛି।

କନଷ୍ଟେବଲ ସୁଶାନ୍ତ ପାତ୍ର କହିଛନ୍ତି, ଭିଡିଓରେ କିଛି ସତ୍ୟତା ନାହିଁ। ମୋର କିଛି ସମ୍ପୃକ୍ତି ନାହିଁ। ସେଠାରେ କିଛି ଲାଞ୍ଚ କାରବାର ହୋଇନି। ମୋ ପକେଟରେ ମୁଁ ହାତ ଭର୍ତ୍ତି କରିଛି। ସରକାରୀ ପଇସା ଭୁଲ୍‌ ଭାବେ ରହି ଯାଇଥିଲା। ଏପ୍ରିଲ ୧୨ରେ ସରକାରୀ ଚାଲାଣ କଟିଥିଲା। ଟଙ୍କା କାରବାର କିଛି ନାହିଁ। ସରକାରୀ ଚାଲାଣ ମୋତେ ହ୍ୱାଟସ୍‌ ଆପ୍‌ରେ ମେସେଜ କରିଥିଲେ। କିଛି ଟଙ୍କା କାରବାର ହୋଇନି। ନ୍ୟସ୍ତସ୍ୱାର୍ଥ ପାଇଁ ଏପରି ଭିଡିଓ କରି କିଏ ଭାଇରାଲ କରିଛି।

ଏନେଇ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି,   ଘଟଣାରେ ପ୍ରାଥମିକ ଭାବେ ଭିଡ଼ିଓରେ ଦେଖା ଯାଉଥିବା ଅବକାରୀ କନେଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି ।ଏହି ଘଟଣାରେ ସବିଶେଷ ତଦନ୍ତ ପାଇଁ ଏଡିଏମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ ସଂପୃକ୍ତ ରହିଥିବା ଅନ୍ୟମାନଙ୍କ ବିରୁଦ୍ଧରେ ଯଥାଶୀଘ୍ର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଜିଏବି ଏଭଳି ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Viral Video Corrupt Police