/odisha-reporter/media/post_attachments/uploads/2019/01/5-3.jpg)
5
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଦ୍ୟାର୍ଥୀମାନଙ୍କ ବିକାଶରେ ଦେଶର ବିକାଶ ହୋଇ ପାରିବ। ଶାରୀରିକ ଓ ମାନସିକ ବିକାଶ ହୋଇ ପାରିଲେ ବିଦ୍ୟାର୍ଥୀମାନେ ସମାଜ ଓ ସଂସ୍କୃତିକୁ ସୁନ୍ଦର କରିବା ସହିତ ନୀତିବାନ ତଥା ଆଦର୍ଶବାନ ହୋଇପାରିବେ। ଏଥିପାଇଁ ଭୁବନେଶ୍ୱରସ୍ଥିତ ଦୁଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସଖା’ ଓ ‘ସେବା ପ୍ରୟାସ ଫାଉଣ୍ଡେସନ’ ମିଳିତ ଭାବେ ପ୍ରଥମଥର ପାଇଁ ‘ବିଦ୍ୟାର୍ଥୀ ସେବା ସମ୍ମାନ-୨୦୧୯’ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
Advertisment
ଆସନ୍ତା ଫେବୃୟାରୀ ୫ରେ ଉତ୍କଳ ମଣ୍ଡପଠାରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଉଭୟ ସଂସ୍ଥା ପକ୍ଷରୁ ଆଜି ସ୍ଥାନୀୟ ‘ଓଡ଼ିଶା ପ୍ରେସ୍ କ୍ଲବ୍’ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଏ ସମ୍ପର୍କରେ ‘ସଖା’ର ସଭାନେତ୍ରୀ କିନ୍ନର ନେତ୍ରୀ ମୀରା ପରିଡ଼ା ଏବଂ ବିଶିଷ୍ଟ ସାମାଜିକକର୍ମୀ ଲିଙ୍କନ ସୁବୁଦ୍ଧି, ଛାତ୍ରୀଛାତ୍ରମାନେ କିପରି ଏହି ପ୍ରତିଯୋଗିତାରେ ଭାବ ନେଇପାରିବେ ସେ ସଂପର୍କରେ ସୂଚନା ଦେଇଛନ୍ତି।
ଭିଡିଓରେ ଶୁଣନ୍ତୁ ଏ ସଂପର୍କରେ ମୀରାଙ୍କ ପ୍ରତିକ୍ରିୟା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
