Advertisment

ବହିଷ୍କୃତ କନଷ୍ଟେବଲ୍‌ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗିରଫ ହେବା ପରେ ଚାକିରିରୁ ବହିଷ୍କୃତ ହୋଇଥିବା କନଷ୍ଟେବଲ୍‌ ପ୍ରସନ୍ନ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ଘର ସମେତ ମୋଟ ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍ ଏକ ସଙ୍ଗେ ଚଢ଼ାଉ କରିଛି। ପ୍ରସନ୍ନଙ୍କ କଳ୍ପନା ସ୍ଥିତ ବାସଭବନ, ଡୁମ୍‌ଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରର ଶାନ୍ତିବିହାର ସ୍ଥିତ ଫର୍ଣ୍ଣିଚର ୱାର୍କଶପ୍‌, ପାତ୍ରପଡ଼ା ସ୍ଥିତ ସାଉଥ୍ ସିଟି ବାର୍‌ ଓ ଖୋର୍ଦ୍ଧା ଜିଲ୍ଲା ନୂଆପଡ଼ା ଗାଁରେ ଥିବା […]

ଅଦ୍ୟତନ ହୋଇଛି
ବହିଷ୍କୃତ କନଷ୍ଟେବଲ୍‌ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Prasanna Behera

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗିରଫ ହେବା ପରେ ଚାକିରିରୁ ବହିଷ୍କୃତ ହୋଇଥିବା କନଷ୍ଟେବଲ୍‌ ପ୍ରସନ୍ନ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ଘର ସମେତ ମୋଟ ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍ ଏକ ସଙ୍ଗେ ଚଢ଼ାଉ କରିଛି।

Advertisment

ପ୍ରସନ୍ନଙ୍କ କଳ୍ପନା ସ୍ଥିତ ବାସଭବନ, ଡୁମ୍‌ଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରର ଶାନ୍ତିବିହାର ସ୍ଥିତ ଫର୍ଣ୍ଣିଚର ୱାର୍କଶପ୍‌, ପାତ୍ରପଡ଼ା ସ୍ଥିତ ସାଉଥ୍ ସିଟି ବାର୍‌ ଓ ଖୋର୍ଦ୍ଧା ଜିଲ୍ଲା ନୂଆପଡ଼ା ଗାଁରେ ଥିବା ତାଙ୍କର ୨ ମହଲା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଦୁଇ ଜଣ ଡିଏସ୍‌ପିଙ୍କ ସମେତ ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ହତ୍ୟା ମାମଲାର ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି କମିଶନରେଟ୍ ପୁଲିସ୍‌ରେ କନଷ୍ଟେବଲ୍‌ ଥିବା ପ୍ରସନ୍ନ ବେହେରାଙ୍କ କଳା କାରନାମା ସାମ୍ନାକୁ ଆସିଥିଲା

Advertisment

ଯେଉଁ ବାର୍‌କୁ ମନିଷ ତାଙ୍କର କିଛି ସାଙ୍ଗ ମାନଙ୍କ ସହିତ ଯାଇଥିଲେ ଓ ଯେଉଁଠି ଘଟଣାର ସୂତ୍ରପାତ ହୋଇଥିଲା, ସେହି ବାର୍‌କୁ ବେଆଇନ ଭାବେ ନିଜ ଭାଇ ନାଁରେ ଚଲାଇଥିଲେ ପ୍ରସନ୍ନ ବେହେରା। ସେହି ସାଉଥ୍ ସିଟ୍ ହୋଟେଲ୍‌ ବାର୍‌ର ମାଲିକ ହେଉଛନ୍ତି ପ୍ରଦ୍ୟୁମ୍ନ ଜେନା। ତାଙ୍କୁ ବି ଗିରଫ କରାଯାଇଛି। ପ୍ରଦ୍ୟୁମ୍ନ ବାର୍‌ ଚଲାଇ ନପାରିବାରୁ ପ୍ରସନ୍ନ ଏହାକୁ ନିଜ ଭାଇଙ୍କ ନାଁରେ ଲିଜ୍‌ରେ ନେଇ ଚଲାଉଥିଲେ।

ଏହି ବାର୍‌ର ଲାଇସେନ୍ସ ସେପ୍ଟେମ୍ବର ମାସରୁ ଶେଷ ହୋଇଯାଇଥିଲେ ବି ପ୍ରସନ୍ନ ଏହାକୁ ଚଲାଉଥିଲେ, ଯାହା ବେଆଇନ ଥିଲା। ସେହିପରି କୋଭିଡ୍ କଟକଣା ଉଲ୍ଲଂଘନ କରି ସେ ଏହାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଲାଉଥିଲେ।

ଏ କଥା ଜଣାପଡ଼ିବା ପରେ ପ୍ରଥମେ ପ୍ରସନ୍ନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା। ଆଉ ଗିରଫ ହେବା ପରେ ତାଙ୍କୁ ଚାକିରି ବହିଷ୍କାର କରାଯାଇଥିଲା। ତେବେ ପ୍ରସନ୍ନଙ୍କ କଳା କାରନାମା ଏତିକିରେ ସୀମିତ ନାହିଁ। ପୂର୍ବରୁ ବି ତାଙ୍କ ନାଁରେ ବହୁ ମାମଲା ରହିଛି। ତାଙ୍କ ନାଁରେ ମୋଟ ୮ଟି ବିଭାଗୀୟ ପ୍ରୋସିଡିଂ ଓ ୫ଟି ଫୌଜଦାରୀ ମାମଲା ରହିଛି।

ସୂଚନାଯୋଗ୍ୟ, ବାର୍‌ରେ ବିଲ୍‌ ପେମେଣ୍ଟକୁ ନେଇ ମନିଷଙ୍କର ତାଙ୍କ ସାଙ୍ଗମାନଙ୍କ ସହିତ ଝଗଡ଼ା ହୋଇଥିଲା। ସେହି ସମୟରେ ସେମାନେ ମନିଷଙ୍କୁ ମାରପିଟ କରିଥିଲେ ଓ ସେଥିରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପୁଲିସ୍ କହିଛି। ଏହି ଘଟଣାରେ ତାଙ୍କର ତିନି ଜଣ ସାଙ୍ଗ ଗିରଫ ହୋଇଛନ୍ତି।

Corrupt Police Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe