Advertisment

ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ଭଦ୍ରକ(ପାର୍ଥସାରଥୀ ନାୟକ): ଲାଞ୍ଚ ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ସେକ୍ସନ ଅଫିସରଙ୍କୁ ମାଡ଼ି ବସିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଆଜି ଏପରି ଘଟଣା ଭଦ୍ରକ ଟାଉନ୍‌ରେ ଦେଖିବାକୁ ମିଳିଛି। ଧୁଷୁରୀ ସାଆଁଳପୁର ଆଇଜିଏମ୍ କଲେଜର ପ୍ରଧ୍ୟାପକ ଥିଲେ ପ୍ରଫୁଲ୍ଲ ପୃଷ୍ଟି। ତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ପେନସନ ଓ ଗ୍ରାଚ୍ୟୁଇଟ୍‌ ଟଙ୍କା ମିଳିନଥିଲା। ମୃତ ପ୍ରଫୁଲ୍ଲଙ୍କ ପୁର ବାରମ୍ୱାର କଲେଜକୁ ଦୌଡ଼ୁଥିଲେ ମଧ୍ୟ ନିରାଶ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

Vigilance

ଭଦ୍ରକ(ପାର୍ଥସାରଥୀ ନାୟକ): ଲାଞ୍ଚ ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ସେକ୍ସନ ଅଫିସରଙ୍କୁ ମାଡ଼ି ବସିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଆଜି ଏପରି ଘଟଣା ଭଦ୍ରକଟାଉନ୍‌ରେ ଦେଖିବାକୁ ମିଳିଛି।

Advertisment

ଧୁଷୁରୀ ସାଆଁଳପୁର ଆଇଜିଏମ୍ କଲେଜର ପ୍ରଧ୍ୟାପକ ଥିଲେ ପ୍ରଫୁଲ୍ଲ ପୃଷ୍ଟି। ତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ପେନସନ ଓ ଗ୍ରାଚ୍ୟୁଇଟ୍‌ ଟଙ୍କା ମିଳିନଥିଲା। ମୃତ ପ୍ରଫୁଲ୍ଲଙ୍କ ପୁର ବାରମ୍ୱାର କଲେଜକୁ ଦୌଡ଼ୁଥିଲେ ମଧ୍ୟ ନିରାଶ ହୋଇ ଫେରୁଥିଲେ। ଆଜି ହେବ କାଲି ହେବ କହି କଲେଜ୍‌ ସେକ୍ସନ ଅଫିସର ପ୍ରଭାତ କୁମାର ନାୟକ। ବାରମ୍ୱାର ନିରାଶ ହେବା ପରେ ପେନସନ ଓ ଗ୍ରାଚ୍ୟୁଇଟ୍‌ କରାଇଦେବା ପାଇଁ କାକୁତିମନତି ହୋଇଥିଲେ ମୃତ ପ୍ରଫୁଲ୍ଲଙ୍କ ପୀୟୂଷ ପୃଷ୍ଟି। ଏହା ପରେ ୧୦ ହଜାର ଟଙ୍କା ଦେବାକୁ କହିଥିଲେ ସେକ୍ସନ ଅଫିସର ପ୍ରଭାତ କୁମାର ନାୟକ।

ପୀୟୂଷ ପୃଷ୍ଟି ଏନେଇ ଭଦ୍ରକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଆରଡ଼ି ଛକ ନିକଟରେ ଯୋଜନା ମୁତାବକ ପୀୟୂଷ ପୃଷ୍ଟି ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ନାୟକଙ୍କୁ ଧରି ଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା।

Advertisment
Vigilance Raid