Advertisment

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଗ୍ରାମ ରୋଜଗାର ସେବକ

ବାଲିଗୁଡ଼ା (ଅଜିତ ନାୟକ): କୂଅ କାମର ଫାଇନାଲ ବିଲ ପାଇଁ ହିତାଧିକାରୀଙ୍କଠାରୁ ୩୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରା ପଡିଛନ୍ତି ଗ୍ରାମ ରୋଜଗାର ସେବକ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଂଚାୟତର ରଞ୍ଜନ ଦିଗାଲ ନାମକ ଜଣେ ହିତାଧିକାରୀଙ୍କୁ ମନରେଗା ଯୋଜନାରେ  କୂଅ ଖୋଳିବାକୁ ୧ ଲକ୍ଷ ୬୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏହା […]

ଅଦ୍ୟତନ ହୋଇଛି
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଗ୍ରାମ ରୋଜଗାର ସେବକ

bali

Advertisment

ବାଲିଗୁଡ଼ା (ଅଜିତ ନାୟକ): କୂଅ କାମର ଫାଇନାଲ ବିଲ ପାଇଁ ହିତାଧିକାରୀଙ୍କଠାରୁ ୩୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରା ପଡିଛନ୍ତି ଗ୍ରାମ ରୋଜଗାର ସେବକ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି।

Advertisment

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଂଚାୟତର ରଞ୍ଜନ ଦିଗାଲ ନାମକ ଜଣେ ହିତାଧିକାରୀଙ୍କୁ ମନରେଗା ଯୋଜନାରେ  କୂଅ ଖୋଳିବାକୁ ୧ ଲକ୍ଷ ୬୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏହା ପରେ ସେ କୂଳ ଖୋଳିବା ଆରମ୍ଭ କରିଥିଲେ। ହେଲେ ଫାଇନାଲ୍ ବିଲ ହେଉନଥିଲା। ଏନେଇ ହିତାଧିକାରୀ ଗ୍ରାମ ରୋଜଗାର ସେବକ ଦିଲ୍ଲୀପ କୁମାର ସାହୁଙ୍କୁ ଗୁହାରି କରିଥିଲେ।

୩୨ ହଜାର ଟଙ୍କା ଦେଲେ ଫାଇନାଲ୍‌ ବିଲ୍‌ କରିବି ବୋଲି ଦିଲ୍ଲୀପ କହିଥିବା ଅଭିଯୋଗ ହୋଇଥିଲା। ଏନେଇ ହିତାଧିକାରୀ ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ହିତାଧିକାରୀ ଜଣକ ଦିଲ୍ଲୀପଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୨ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ବାକି ୨୦ ହଜାର ଟଙ୍କା ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଦେଉଥିଲେ। ଏହି ସମୟରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।

Advertisment

ଫୁଲବାଣୀ ଭିଜିଲାନ୍ସ ଟିମ ଗ୍ରାମ ରୋଜଗାର ସେବକ ଦିଲ୍ଳୀପ କୁମାର ସାହୁଙ୍କୁ ଗିରଫ କରିବା ସହ କୂଅ କାମର ସମସ୍ତ ଫାଇଲକୁ ଜବତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe