Advertisment

Vigilance Awareness Week: ବିଜେଡି ସରକାରକୁ ଟାର୍ଗେଟ୍  କଲେ ମୁଖ୍ୟମନ୍ତ୍ରୀ, କହିଲେ ଭିଜିଲାନ୍ସକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛୁ

ମୁଖ୍ୟମନ୍ତ୍ରୀ ନିଜର କ୍ଷୋଭ ବ୍ୟକ୍ତ କରି କହିଥିଲେ ଯେ, ଅନେକ ଯୁବ ଅଫିସରମାନେ ଦୁର୍ନୀତି ଅଭିଯୋଗରେ ସଂପୃକ୍ତି ହେଉଥିବା ନଜରକୁ ଆସୁଛି । ଯେଉଁମାନେ ସରକାରୀ ଅଫିସର ହୋଇ ଲୋକଙ୍କ ସେବା ଓ ସ୍ୱଚ୍ଛ ସେବା ଯୋଗାଇବେ ବୋଲି ସ୍ୱପ୍ନ ଦେଖୁଥିଲେ, ଏବେ କିନ୍ତୁ ତାହା ସେମାନଙ୍କ ପାଖରେ ପ୍ରତିଫଳିତ ହେଉନାହିଁ ।

author-image
Prakash Sethi
Vigilance-awarness-Week

Vigilance awareness week observation

ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ସରକାର । ଭିଜିଲାନ୍ସ ବିଭାଗକୁ ନିଜର କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ରାଜ୍ୟସ୍ତରୀୟ ଭିଜିଲାନ୍ସ ସଚେତନତା ସପ୍ତାହ କେବଳ ଏକ ପ୍ରତୀକାତ୍ମକ କାର୍ଯ୍ୟକ୍ରମ ନୁହେଁ ବରଂ ଦୁର୍ନୀତିରେ ଲିପ୍ତ ଅଫିସର ଓ ବ୍ୟବସ୍ଥା ପ୍ରତି ସରକାରଙ୍କ କଠୋର ମନୋଭାବକୁ ଦର୍ଶାଉଛି । ଆଜି ଏଭଳି ଢଙ୍ଗରେ ନିଜର ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନର କନଭେନସନ୍ ସେଂଟର ଠାରେ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଅବସରରେ ଅଫିସରମାନଙ୍କୁ ଶପଥ ପାଠ କରାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି । 

Advertisment

ଯୁବ ଅଫିସରମାନଙ୍କ ଦୁର୍ନୀତିରେ ସଂପୃକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କ୍ଷୋଭ

ମୁଖ୍ୟମନ୍ତ୍ରୀ ନିଜର କ୍ଷୋଭ ବ୍ୟକ୍ତ କରି କହିଥିଲେ ଯେ, ଅନେକ ଯୁବ ଅଫିସରମାନେ ଦୁର୍ନୀତି ଅଭିଯୋଗରେ ସଂପୃକ୍ତି ହେଉଥିବା ନଜରକୁ ଆସୁଛି । ଯେଉଁମାନେ ସରକାରୀ ଅଫିସର ହୋଇ ଲୋକଙ୍କ ସେବା ଓ ସ୍ୱଚ୍ଛ ସେବା ଯୋଗାଇବେ ବୋଲି ସ୍ୱପ୍ନ ଦେଖୁଥିଲେ, ଏବେ କିନ୍ତୁ ତାହା ସେମାନଙ୍କ ପାଖରେ ପ୍ରତିଫଳିତ ହେଉନାହିଁ । ଭାରତୀୟ ପ୍ରଶାସନିକ ସେବା  ଓ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷାରେ ଭଲ ର‌୍ୟାଙ୍କ୍ ରଖି ଦିନେ ସେମାନେ ଖବରକାଗଜରେ ପ୍ରଶଂସିତ ହେଉଥିଲେ, ଏବେ ଦୁର୍ନୀତି କରି ଜେଲ୍ ଯିବା ଖବର ସେହି ଖବରକାଗଜରେ ଆସୁଛି । କେବଳ କିଛି ଟଙ୍କା ପାଇଁ ନିଜ ଆଦର୍ଶ ଓ ବିଚାରଧାରାକୁ ବିକି ଦେଉଥିବା ଏଭଳି ଅଫିସରଙ୍କ ପାଇଁ ରାଜ୍ୟବାସୀ ମଧ୍ୟ ଚିନ୍ତିତ ହେଉଛନ୍ତି । ତେଣୁ ଯଦି କିଏ ସେଭଳି ଅଫିସରଙ୍କ ସସ୍ପର୍ଶରେ ଅଛନ୍ତି, ସେମାନଙ୍କୁ ବୁଝାସୁଝା ସହ ସତର୍କ କରାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଆଉ ଭିଜିଲାନ୍ସ (Odisha Vigilanace) କାହାକୁ ଛାଡ଼ିବ ନାହିଁ କିମ୍ବା କ୍ଷମା ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ପୂର୍ବ ସରକାରକୁ ଟାଗେର୍ଟ ଏବଂ ଭିଜିଲାନ୍ସକୁ ସ୍ୱାଧୀନତା

ବିଜେଡି ସରକାରକୁ ଟାର୍ଗେଟ କରି ( CM Mohan Charan Majhi) ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ପୂର୍ବ ସରକାର ସମୟରେ ଭିଜିଲାନ୍ସ କେବଳ ତଳିଆ କର୍ମଚାରୀ (ଛୋଟ ମାଛ କେରାଣ୍ଡି ଆଉ ମଉରାଳୀ)ଙ୍କୁ ଧରି ବଡ଼ ଅଧିକାରୀ (ବାଳିଆ ରୋହି ମାଛ)ଙ୍କୁ ଛାଡ଼ି ଦେଉଥିଲେ । ସେମାନଙ୍କ ଦେହରେ ହାତ ମାରିବାକୁ ଭିଜିଲାନ୍ସର ସାହସ ହେଉନଥିଲା । କିନ୍ତୁ ବର୍ତ୍ତମାନର ସରକାର ଭିଜିଲାନ୍ସକୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି । ସୈନିକଙ୍କ ହାତବାନ୍ଧି ଯୁଦ୍ଧ କ୍ଷେତ୍ରକୁ ଛାଡ଼ିଲେ ମୋନଙ୍କର ପରାଜୟ ନିଶ୍ଚିତ । ତେଣୁ ଆମ ସରକାର ଭିଜିଲାନ୍ସକୁ ସ୍ୱାଧୀନ ଭାବେ କାର୍ଯ୍ୟ କରିବାର ଅଧିକାର ପ୍ରଦାନ କରିଛନ୍ତି । ଗତ ୧୬ ମାସ ଭିତରେ ଭିଜିଲାନ୍ସରେ ରେକର୍ଡ ପରିମାଣର ସଂସ୍କାର ଆସିଛି । ଆଇଏଏସ ଅଫିସରଠାରୁ ଆରମ୍ଭ କରି ୭ଜଣ ମୁଖ୍ୟ ଯନ୍ତ୍ରୀ , ୫ ତହସିଲଦାର, ୪ ବିଡ଼ିଓ, ୧୦ ପୁଲିସ ଅଧିକାରୀ, ଜଣେ ଡିଏଫ୍‌ଓ ଓ ଏସିଏଫଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । 

Advertisment


କ୍ରିପଟୋ କରେନ୍ସି ଓ ଡିଜିଟାଲ୍ ଦୁର୍ନୀତି ଉପରେ ନଜର ରଖ

ଭିଜିଲାନ୍ସ ଅଧିକାରୀମାନେ ଭବିଷ୍ୟତରେ ଏଆଇ ଏବଂ ପ୍ରଯୁକ୍ତି ବିଦ୍ୟା ସହାୟତାରେ ବିଶେଷଜ୍ଞଙ୍କ ସାହାଯ୍ୟରେ କ୍ରିପଟୋ କରେନ୍ସି ଭଳି ଡିଜିଟାଲ୍ କାରବାର ଜରିଆରେ ହେଉଥିବା ଦୁର୍ନୀତିକୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ନୀତି ଆମ ସମାଜର ପ୍ରଗତିରେ ବାଧା ସୃଷ୍ଟି କରୁଥିବାରୁ, ଏହା ବିରୋଧରେ ଲଢ଼ିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ସେ କହିଛନ୍ତି ।

ଭିଜିଲାନ୍ସର ୧୬ ମାସର କାର୍ଯ୍ୟାନୁଷ୍ଠାନ ରିର୍ପୋଟ

ରାଜ୍ୟରେ (Odisha) ବିଜେପି ସରକାର ଆସିବା ପରଠାରୁ ବିଗତ ୧୬ମାସ ମଧ୍ୟରେ ଦୁର୍ନୀତି ନିବାରଣ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁର୍ନୀତି ଅଭିଯୋଗରେ ୩୦ ଜଣ ସରକାରୀ କର୍ମଚାରୀ ବହିଷ୍କୃତ ହୋଇଛନ୍ତି ଏବଂ ୬୮ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି । ଏହି ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା ସୂଚନା ଦେଇ କହିଥିଲେ ଯେ, ବିଗତ ଦେଢ଼ ବର୍ଷ ମଧ୍ୟରେ ୪୩୨ ଜଣଙ୍କ ବିରୁଦ୍ଧରେ ୩୦୨ଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ଏଥିରେ ୯୦ଜଣ କ୍ଲାସ୍‌-୧ ଅଫିସର ରହିଛନ୍ତି । ଆୟବହିର୍ଭୂତ ସମ୍ପତ୍ତିି ଠୁଳ ଅଭିଯୋଗରେ ୮୦ଟି ମାମଲା ରୁଜୁ ହୋଇଛି ଓ ସେମାନଙ୍କଠୁ ୨୧୨ କୋଟି ଟଙ୍କା ଜବତ କରାଯାଇଛି । ଲାଂଚ ନେବା ଅଭିଯୋଗରେ ୧୪୫ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରାଯାଇଛି ଏବଂ ୭୩୯ଟି ସ୍ଥାନରେ ରେଡ୍ କରାଯାଇଛି । ଭିଜିଲାନ୍ସର ଟେକ୍ନିକାଲ୍ ଟିମ୍ ୪୦୩ଟି ପ୍ରକଳ୍ପକୁ ଦୁର୍ନୀତି ଲିଙ୍କରେ ଚିହ୍ନଟ କରିଛନ୍ତି, ୧୪୭୮ଟି ବ୍ୟାଙ୍କ ଆକାଉଂଟକୁ ଫ୍ରିଜ୍ କରାଯାଇଛି ।

Odisha Odisha Vigilanace CM Mohan Charan Majhi