ଭିଜିଲାନ୍ସ ଜାଲରେ କୋଟିପତି ବାବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ):  ଭିଜିଲାନ୍ସ ଜାଲରେ କୋଟିପତି ବାବୁ। ଗତକାଲି Director Of Factories and Boilers ବିଭାଗ ଉପନିର୍ଦ୍ଦେଶକ ରମେଶ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ କରିଥିବା ବେଳେ ପ୍ରାୟ ଦେଢ଼ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠାବ ପରେ ଡେପୁଟି ଡାଇରେକ୍ଟର ରମେଶ ବେହେରାଙ୍କୁ ଅଟକ ରଖି ପଚରା ଉଚରା କରୁଛି ଭିଜିଲାନ୍ସ ଟିମ । ଭିଜିଲାନ୍ସ ଠାବ କରିଥିବା ସମ୍ପତ୍ତି ମଧ୍ୟରେ ରହିଛି ଥ୍ରୀ […]

raid

Niharika Rout
  • Published: Friday, 04 September 2020
  • , Updated: 04 September 2020, 08:52 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ):  ଭିଜିଲାନ୍ସ ଜାଲରେ କୋଟିପତି ବାବୁ। ଗତକାଲି Director Of Factories and Boilers ବିଭାଗ ଉପନିର୍ଦ୍ଦେଶକ ରମେଶ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ କରିଥିବା ବେଳେ ପ୍ରାୟ ଦେଢ଼ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠାବ ପରେ ଡେପୁଟି ଡାଇରେକ୍ଟର ରମେଶ ବେହେରାଙ୍କୁ ଅଟକ ରଖି ପଚରା ଉଚରା କରୁଛି ଭିଜିଲାନ୍ସ ଟିମ ।

ଭିଜିଲାନ୍ସ ଠାବ କରିଥିବା ସମ୍ପତ୍ତି ମଧ୍ୟରେ ରହିଛି ଥ୍ରୀ BHK ଫ୍ଲାଟ, ଗୋଟିଏ ୩ ମହଲା କୋଠା, ୫ଟି ପ୍ଲଟ, ଗୋଟିଏ ଆଉଟ ହାଉସ, ଗୋଟିଏ ଆପାର୍ଟମେଣ୍ଟ, ଗୋଟିଏ କାର, ବାଇକ, ବିଭିନ୍ନ ବ୍ୟାଙ୍କରେ ଜମା ଟଙ୍କା, ଇନସୁରାନ୍ସ , ସୁନା ଅଳଙ୍କାର, କ୍ୟାସ୍ ଓ ଘରୋଇ ଉପକରଣ ।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ରମେଶଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର, କଟକ, ଯାଜପୁର, ପୁଡୁଚେରୀରେ ଥିବା ଘରେ ଏହି ରେଡ୍ ଚାଲିଥିଲା। ରମେଶ ସପରିବାରେ ବହୁବାର ବିଦେଶ ଗସ୍ତ କରିଥିବା ନେଇ ମଧ୍ୟ ଭିଜିଲାନ୍ସକୁ ତଥ୍ୟ ହସ୍ତଗତ ହୋଇଛି।

Related story